ETV Bharat / sports

ସ୍ପେଶାଲ ଫ୍ୟାନ୍ସଙ୍କ ପାଇଁ ଡ୍ରେସିଂ ରୁମରୁ ଧାଇଁ ଆସିଲେ ଧୋନି, ଭିଡିଓ ଭାଇରାଲ୍ - fans

ଧୋନୀ ନିଜ ଫ୍ୟାନ୍ସଙ୍କ ପାଇଁ ବି ନିଜ ସୁରକ୍ଷା ଚିନ୍ତା କଲେ ନାହିଁ। ମାହି ଡ୍ରେସିଙ୍ଗ୍‌ ରୁମ୍‌ରୁ ଜଣେ ସ୍ପେଶାଲ ଫ୍ୟାନ୍ସଙ୍କ ପାଖକୁ ଧାଇଁ ଆସିବା ଦୃଶ୍ୟ ଏବେ ଟ୍ବିଟରରେ ଟ୍ରେଣ୍ଡ କରୁଛି।

ଡିଜାଇନ ଫଟୋ
author img

By

Published : Apr 4, 2019, 7:10 PM IST

ହାଇଦ୍ରାବାଦ: ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ,ଅର୍ଥାତ୍ ଆବାଳବୃଦ୍ଧବନିତା ସମସ୍ତେ କ୍ୟାପଟେନ୍ କୁଲଙ୍କପାଇଁ ପାଗଳପ୍ରାୟ। 37ବର୍ଷୀୟ ଧୋନିନିଜଖେଳର ଯାଦୁ ସାଙ୍ଗକୁ କୁଲ୍ ପର୍ସନାଲିଟି ପାଇଁବେଶ୍ ଆର୍କଷିତ କରିଥାନ୍ତିସମସ୍ତଙ୍କୁ । ତେଣୁ ତାଙ୍କର ଟିକେ ଝଲକ ପାଇବା ପାଇଁ ଫ୍ୟାନ୍ସମାନେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ ।ଏପରିକିଅଭ୍ୟାସ ମ୍ୟାଚ୍‌ରେ ବିଷ୍ଟାଡିୟମ୍‌ରେ ଭିଡ ଜମାଇଧୋନିଙ୍କ ପାଇଁ ଚିଅର ଅପ୍ କରିଥାନ୍ତି । ସେପଟେଧୋନୀ ମଧ୍ୟ ଅନେକ ସମୟରେ ଫ୍ୟାନମାନଙ୍କୁ ସରପ୍ରାଇଜ କରିଥାନ୍ତି ।

କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ମାହିଙ୍କ ବ୍ୟକ୍ତିତ୍ବର ତାରିଫ ନ କରି ଆପଣରହି ପାରିବେ ନାହିଁ । ଧୋନିଆଇପିଏଲର 15ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବା ପରେ ଏକ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ ଠାରେ ଥିବା ସମସ୍ତ ଦର୍ଶକଙ୍କ ହୃଦୟ ଜିତି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏପରିକି ପରେ ଘଟଣାଟି ବିଭିନ୍ନ ସୋସିଆଲ ମିଡିଆ ବିଶେଷ କରି ଟ୍ବିଟରରେ ଟ୍ରେଣ୍ଡିଂ କରୁଛି।ସେହି ଘଟଣାର 57 ସେକେଣ୍ଡର ଏକ ଭିଡିଓ ଆଇପିଏଲ୍ ଟ୍ବିଟରରେ ସେୟାର କରାଯାଇଛି ।

ଭିଡିଓରେ ଦେଖିବାକୁ ମିଳିଛି । ଜଣେ ବୟସ୍କ ମହିଳା ଜଣକ ଧୋନୀଙ୍କୁ ଭେଟିବାକୁ ବେଶ୍ ଉତ୍ସାହିତ ଅଛନ୍ତି।ତେବେ ମାହିଙ୍କୁ ଯେତେବେଳେ ଏହି ଖବର ମିଳିଛି ,ସେ ମ୍ୟାଚ୍‌ ସମାପ୍ତ ପରେ ବିନା କୌଣସି ସିକ୍ୟୁରିଟ୍‌ରେ ଡ୍ରେସିଙ୍ଗ୍ ରୁମ୍‌ରୁ ଧାଇଁ ଆସୁଛନ୍ତି ଓ ସେହି ବୃଦ୍ଧା ଫ୍ୟାନ୍‌ଙ୍କ ସହ ବେଶ୍ ଖୁସିରେ କିଛି ସମୟ କଥା ମଧ୍ୟ ହୋଇଛନ୍ତି। ବୃଦ୍ଧାଙ୍କ ସହ ଜଣେ ଝିଅ ସେଠାରେ ଉପସ୍ଥିତ ଥିବା ମଧ୍ୟ ଦେଖିବାକୁ ମିଳିଛି। ମାହିସମସ୍ତଙ୍କ ସହ ସେଲଫି ମଧ୍ୟ ନେଇଛନ୍ତି।

ସୂଚନାଥାଉକି ଏହା ପ୍ରଥମ ଘଟଣା ନୁହେଁ । ଧୋନିଙ୍କୁ ଭେଟିବା ପାଇଁ ଫ୍ୟାନମାନେ ଗ୍ରାଉଣ୍ଡ ଭିତରକୁ ମଧ୍ୟ ପ୍ରବେଶ କରିଥିବା ଅନେକ ସମୟରେ ନଜିର ରହିଛି ।

Intro:Body:

ବିଶ୍ବକପ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ: ଇଂଲଣ୍ଡ ଓ ୱେଲସରେ ଆସନ୍ତା 30ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ । ଏଥିଲାଗି ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାକଅପ ୱିକେଟ କିପର ଭାବେ ଟମ ବ୍ଲୁଣ୍ଡେଲଙ୍କୁ ସାମିଲ କରାଯାଇଛି ।

ତେବେ 6ଥର ସେମିଫାଇନାଲ ଖେଳିଥିବା ଓ ଶେଷଥର ଫାଇନାଲରେ ହାରିଥିବା ନ୍ୟୁଜିଲାଣ୍ଡ ଦଳ ଆଗାମୀ ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବ୍ଲାକ କ୍ୟାପ ଦଳ ଦିନିକିଆ ମାନ୍ୟତାର ୩ୟ ସ୍ଥାନରେ ରହିଛି । ମାନ୍ୟତାର ପ୍ରଥମରେ ଇଂଲଣ୍ଡ ଓ 3ୟ ସ୍ଥାନରେ ଭାରତ ରହିଛି ।

ଟମ ଲଥାମଙ୍କ ସମେତ ବ୍ଲୁଣ୍ଡେଲଙ୍କୁ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି । ମୁଖ୍ୟ ସ୍ପିନର ଭାବେ ମିଚେଲ ସାଣ୍ଟନର ଦଳରେ ସ୍ଥାନ ପାଇଥିବାବେଳେ ତାଙ୍କ ସହିତ ରହିଛନ୍ତି ଇଶ ସୋଧି । ସେହିପରି ଅଲରାଉଣ୍ଡ ଭାବେ ଜିମି ନିଶାମ ଓ କଲିନ ଡେ ଗ୍ରାଣ୍ଡହୋମ ଦଳରେ ସ୍ଥାନ ପାଇଛନ୍ତି । ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫରଗ୍ୟୁସନ ଦଳରେ ପେସ ଆଟାକ ଭାବେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନ ଓ୍ବିଲିୟମସନ (ଅଧିନାୟକ), ଟମ ବ୍ଲୁଣ୍ଡେଲ, ଟମ୍‌ ଲଥାମ, (ୱିକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, କଲିନ ମୁନ୍‌ରୋ, ମାର୍ଟିନ ଗୁପଟିଲ, ମ୍ୟାଟ ହେନ୍‌ରୀ, ଜିମି ନିଶାମ, ହେନରୀ ନିକୋଲସ, ମିଚେଲ ସାଣ୍ଟନର, ଇଶ ସୋଧି, ଟିମ୍‌ ସୌଦି ଓ ରସ ଟେଲର ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.