ETV Bharat / sports

ଦିଲ୍ଲୀକୁ ଅଟକାଇବା ଲକ୍ଷ୍ୟରେ ବିରାଟ ସେନା, ଟସ୍‌ ଜିତି DCର ବ୍ୟାଟିଂ ଜାରି

ଫିରୋଜଶାହ କୋଟଲା ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ-ବାଙ୍ଗାଲୋର । ଦିଲ୍ଲୀ କ୍ୟାପିଟାଲ୍ସ ଆରସିବିକୁ ହରାଇ ପ୍ଲେ-ଅଫ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି।

author img

By

Published : Apr 28, 2019, 4:18 PM IST

Updated : Apr 28, 2019, 6:23 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଚଳିତ ସିଜନ୍‌ର 46ତମ ମୁକାବିଲା ଦିଲ୍ଲୀ ଓ ବେଙ୍ଗାଲୋର ମଧ୍ୟରେ ରବିବାର ଫିରୋଜଶାହ କୋଟଲା ଷ୍ଟାଡିୟମ୍‌ରେ ଖେଳାଯାଉଛି । ଆଜିର ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଦିଲ୍ଲୀ କ୍ୟାପିଟାଲ୍ସ ଆରସିବିକୁ ହରାଇ ପ୍ଲେ-ଅଫ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚାହିଁବ । ସେହିପରି ଗତ 3ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବିରାଟ ଟିମ୍‌ ବିଜୟ ଧାରା ବଜାୟ ରଖିବାକୁ ସମସ୍ତ ଉଦ୍ୟମ କରିବ ।

IPL
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେପଟେ ଟସ ଜିତି ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରିଛି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଦିଲ୍ଲୀ 4 ଓଭରରେ ଗୋଟିଏ ଓ୍ବିକେଟ ହରାଇ 35 ରନ ସ୍କୋର କରିଛି ।

ଦିଲ୍ଲୀ ବର୍ତ୍ତମାନ 11ଟି ମ୍ୟାଚ୍‌ ଖେଳିଛି । ସେଥିରୁ 7ଟି ମ୍ୟାଚ୍‌ରେ ବିଜୟ ହାସଲ କରି 14 ପଏଣ୍ଟ ସହ 3ୟ ସ୍ଥାନରେ ରହିଛି । ସେହିପରି ଆରସିବି 11ଟି ମ୍ୟାଚ୍‌ ଖେଳି ମାତ୍ର 4ଟିରେ ବିଜୟ ହାସଲ କରିଛି । ଫଳରେ ପଏଣ୍ଟ ଟେବୁଲ୍‌ରେ 8ମ ସ୍ଥାନରେ ରହିଛି । ତେଣୁ ବାଙ୍ଗାଲୋରକୁ ପ୍ଲେ ଅଫ୍‌ରେ ଯିବା ପାଇଁ ହେଲେ ବାକି ଥିବା ସମସ୍ତ ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ପଡିବ ।

ଏପଟେ ଦିଲ୍ଲୀର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଦଳର ଯୁବ ଖେଳାଳିଙ୍କ ଉପରେ ଭରସା ରଖି ବେଶ୍‌ ସଫଳ ହୋଇଛନ୍ତି । ଏକୁଟିଆ ଋଷଭ ପନ୍ତ 2ଟି ମ୍ୟାଚ୍‌ରେ ଦିଲ୍ଲୀ ଟିମ୍‌କୁ ବିଜୟ ଦେବାରେ ସଫଳ ହୋଇଛନ୍ତି । ତେଣୁ ଅନୁମାନ କରାଯାଉଛି ଯେ ଆରସିବି ବିପକ୍ଷରେ ପନ୍ତଙ୍କ ସହ ଟିମ୍‌ ଅଧିନାୟକ ଶ୍ରେୟସ ଓ ଅନ୍ୟ ଯୁବ ଖେଳାଳି ବଡ ସ୍କୋର କରିପାରନ୍ତି ।

ସପଟେ ବାଙ୍ଗାଲୋର ଗତ ମ୍ୟାଚ୍‌ରେ ଫର୍ମକୁ ଫେରିଥିବା ଉମେଶ ଯାଦବ ଓ ଟିମ୍‌ ସାଉଦିଙ୍କ ବୋଲିଂ ଜରିଆରେ ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିବା ଚାହିଁବ ।

Intro:Body:Conclusion:
Last Updated : Apr 28, 2019, 6:23 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.