ହାଇଦ୍ରାବାଦ: ଚଳିତ ଆଇପିଏଲ ସିଜନ୍ର 25ତମ ମ୍ୟାଚ୍ ଚେନ୍ନାଇ ଓ ରାଜସ୍ଥାନ ମଧ୍ୟରେ ଖେଳାଯିବ। ଗୁରୁବାର ରାତି 8ଟାରେ ଜୟପୁରସ୍ଥିତ ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ଏହି ସିଜନ୍ରେ 2ୟ ଥର ପାଇଁ 2ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ସେପଟେ ପଏଣ୍ଟ ଟେବୁଲ୍ରେ ପ୍ରଥମ ସ୍ଥାନରେ ଚେନ୍ନାଇ ସୁପରକିଙ୍ଗ୍ସ୍ ଥିବାବେଳେ 7ମ ସ୍ଥାନରେ ରାଜସ୍ଥାନ ରୟାଲ୍ସ ରହିଛି।
-
May the Helicopters fly high over the Pink City tonight! #WhistlePodu #Yellove #RRvCSK 🦁💛 pic.twitter.com/qp2m3vHpgg
— Chennai Super Kings (@ChennaiIPL) April 11, 2019 " class="align-text-top noRightClick twitterSection" data="
">May the Helicopters fly high over the Pink City tonight! #WhistlePodu #Yellove #RRvCSK 🦁💛 pic.twitter.com/qp2m3vHpgg
— Chennai Super Kings (@ChennaiIPL) April 11, 2019May the Helicopters fly high over the Pink City tonight! #WhistlePodu #Yellove #RRvCSK 🦁💛 pic.twitter.com/qp2m3vHpgg
— Chennai Super Kings (@ChennaiIPL) April 11, 2019
ଗତ 31ମାର୍ଚ୍ଚରେ 2ଦଳ ଏମଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଏହି ଆଇପିଏଲ୍ ସଂସ୍କରଣରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ତେବେ ଏହି ମ୍ୟାଚ୍ରେ ଧୋନୀ ସେନା 8ରନ୍ରେ ବିଜୟ ହାସଲ କରିଥିଲା। ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ୍ରୁ 5ଟି ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ଜିତିଛି । ସେହିପରି ରାଜସ୍ଥାନ ରୟାଲ୍ସ 5ଟି ମ୍ୟାଚ୍ରୁ କେବଳ ଗୋଟିଏ ମ୍ୟାଚ୍ ଜିତିଛି।
ରାଜସ୍ଥାନର ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇ ବିପକ୍ଷରେ ଭଲ ରେକର୍ଡ ରହିଛି। ଏହି ଗ୍ରାଉଣ୍ଡରେ ଏବେ ସୁଦ୍ଧା ଉଭୟ ଦଳ ମଧ୍ୟରେ ମୋଟ୍ 6ଟି ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ 4ଟିରେ ରାଜସ୍ଥାନ ବିଜୟ ହାସଲ କରିଥିବାବେଳେ ଚେନ୍ନାଇ ମାତ୍ର 2ଟି ମ୍ୟାଚ୍ ଜିତିଛି ।
କିନ୍ତୁ ଚଳିତ ସିଜନ୍ରେ ରାଜସ୍ଥାନ ଭଲ ଫର୍ମରେ ନାହିଁ । ଏପଟେ ଧୋନୀ ସେନା ବେଶ୍ ଭଲ ଫର୍ମରେ ରହିଛି । ଖାସ୍ କରି ଚେନ୍ନାଇର ବୋଲରମାନେ ଦମଦାର ବୋଲିଂ କରୁଥିବା ଏହି ସିଜନ୍ରେ ଦେଖିବାକୁ ମିଳିଛି। ଦୀପକ ଚହର, ହରଭଜନ ସିଂ ଓ ଇମରାନ ତାହିରଙ୍କ ବୋଲିଂରେ ଚେନ୍ନାଇ ତା'ର ପୂର୍ବ ମ୍ୟାଚରେ କୋଲକତା ଟିମକୁ 108ରନ୍ରେ ରୋକି ଦେଇଥିଲା।
ରାଜସ୍ଥାନର ବ୍ୟାଟିଂ ଖାସ୍ କରି ଅଧିନାୟକ ଅଜୟଙ୍କ ରହାଣେ ଓ ଜୋସ୍ ବଟଲରଙ୍କ ଉପରେ ନିର୍ଭର କରିଛି।
ଗୁରୁବାର ଦିନ ରାଜସ୍ଥାନ ବିପକ୍ଷରେ ଚେନ୍ନାଇ ଜିତିଲେ ଧୋନୀଙ୍କ ନାଁରେ ଏକ ରେକେର୍ଡ ସୃଷ୍ଟି ହେବ। କାରଣ ଆଇପିଏଲ୍ରେ ଅଧିନାୟକ ହିସାବରେ ଧୋନି ବର୍ତ୍ତମାନ ସୁଦ୍ଧା 99ଟି ମ୍ୟାଚ୍ ଜିତି ସାରିଛନ୍ତି। ଏହି ସିଜନ୍ର 25ତମ ମ୍ୟାଚ୍ ଧୋନୀ ସେନା ଜିତିଲେ, ଅଧିନାୟକ ହିସାବରେ ମହେନ୍ଦ୍ର ସିଂ ଧୋନୀ 100ଟି ଆଇପିଏଲ୍ ମ୍ୟାଚ୍ ଜିତିଥିବା ପ୍ରଥମ ଅଧିନାୟକ ପାଲଟି ଯିବେ।