ETV Bharat / sports

‘ଆମ ଫିଲ୍ଡିଂ ପାଇଁ ଆମେ ହାରୁଛୁ’

author img

By

Published : Apr 9, 2019, 10:37 PM IST

ଏବି ଡିଭିଲର୍ସ ଆମେରିକୀୟ କମେଡି ଫିଲ୍ମ ଗ୍ରାଉଣ୍ଡହଗ୍‌ ଡେ ର ଉଦାହରଣ ଦେଇଛନ୍ତି । ଏହି ଫିଲ୍ମରେ ଟିଭି ପାଣିପାଗ ବି‌ଶାରଦ ଭୂମିକାରେ ଥିବା ଅଭିନେତା ବିଲ ମରେ ଗୋଟିଏ ଦିନରେ ବାରମ୍ବାର ବଞ୍ଚିବାକୁ ନିନ୍ଦା କରୁଛନ୍ତି।‌ ଶେଷରେ ଏହା ଭୁଲ କହୁଥିବା କଥା ଜାଣିଥିଲେ ମଧ୍ୟ ବିପର୍ଯ୍ୟୟରୁ ବର୍ତ୍ତିପାରିନଥିଲେ । ଏବେ ଆରସିବିର ଅବସ୍ଥା ସେହିପରି ବୋଲି ଏବି କହିଛନ୍ତି ।

ଫାଇଲ ଫଟୋ

ବେଙ୍ଗାଲୁରୁ: ଲଗାତାର 6ଟି ମ୍ୟାଚରେ ପରାଜୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଚିନ୍ତାରେ ପକାଇଛି । ଯେତେ ଭଲ ପ୍ରଦର୍ଶନ କଲେ ମଧ୍ୟ ଦଳର ବିଜୟ ଖାତା ଖୋଲୁନାହିଁ । ଏପରିକି ଚଳିତ ସିଜିନରେ ପ୍ରଥମ ବିଜୟ ପାଇବାକୁ ବ୍ୟାକୁଳ ହୋଇଉଠିଛି ଦଳ। ତେବେ ଦଳର ଏପରି ପ୍ରଦର୍ଶନ ନେଇ ମୁହଁ ଖୋଲିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ।

ଏବି ଦଳର ପରାଜୟ ପାଇଁ ଫିଲ୍ଡିଂକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ବିଜୟ ଠାରୁ ଦଳକୁ ଖେଳାଳିଙ୍କ ଫିଲ୍ଡିଂ ଦୂରେଇ ରଖିଛି । ଦଳର ବିଜୟରେ ବ୍ୟାଟିଂ ଓ ବୋଲିଂର ଯେତେ ଗୁରୁତ୍ବ ରହିଥାଏ ଫିଲ୍ଡିଂର ମଧ୍ୟ ସେତେ ଗୁରୁତ୍ବ ଅଛି । ସମସ୍ତେ ଖେଳାଳି ଭଲ ବ୍ୟାଟିଂ କରିବା ତଥା ଉତ୍ତମ ବୋଲିଂ କରିବା ଲକ୍ଷ୍ୟରେ ରହୁଛନ୍ତି । କିନ୍ତୁ କେହି ଭଲ ଫିଲ୍ଡିଂ କରିବା ବିଷୟରେ ଭାବୁନାହାଁନ୍ତି । ଏହା ହିଁ ବିଜୟ ଟିମ୍‌ ଓ ଆରସିବି ଭିତରେ ଫରକ୍‌ । ସାମାନ୍ୟ ତ୍ରୁଟି ଯୋଗୁଁ ଦଳ ଅନେକ ମ୍ୟାଚ ହାରୁଛି ବୋଲି ସେ କହିଛନ୍ତି।

ଏଥିପାଇଁ ଏବି ଆମେରିକୀୟ କମେଡି ଫିଲ୍ମ ଗ୍ରାଉଣ୍ଡହଗ୍‌ ଡେ ର ଉଦାହରଣ ଦେଇଛନ୍ତି । ଏହି ଫିଲ୍ମରେ ଟିଭି ପାଣିପାଗ ବି‌ଶାରଦ ଭୂମିକାରେ ଥିବା ଅଭିନେତା ବିଲ ମରେ ଗୋଟିଏ ଦିନରେ ବାରମ୍ବାର ବଞ୍ଚିବାକୁ ନିନ୍ଦା କରୁଛନ୍ତି ।‌ ଶେଷରେ ଏହା ଭୁଲ କହୁଥିବା କଥା ଜାଣିଥିଲେ ମଧ୍ୟ ବିପର୍ଯ୍ୟୟରୁ ବର୍ତ୍ତିପାରିନଥିଲେ । ଏବେ ଆରସିବିର ଅବସ୍ଥା ସେହିପରି ବୋଲି ସେ କହିଛନ୍ତି । ୬ଟି ମ୍ୟାଚରୁ ୬ଟି ପରାଜୟର କାରଣ ଖୋଜୁଛି ଆରସିବି । ବୈଠକ, ତାଲିମ, ପ୍ରତିଭା ଏବଂ ସନ୍ତୁଳନ ସବୁଥିରେ ଦଳ ଭଲ ରହିଛି । କିନ୍ତୁ ଭୁଲ କେଉଁଠି ହେଉଛି ଜଣାପଡୁନାହିଁ ବୋଲି ଏବି କହିଛନ୍ତି ।

ରବିବାର ଦିଲ୍ଲୀ ଠାରୁ ପରାଜୟ ପରେ ମୁଖ୍ୟ କୋଚ୍‌ ଗ୍ୟାରୀ କର୍ଷ୍ଟନଙ୍କ ସହ ସେ ଏହି ବିଷୟରେ ଆଲୋଚନା କରୁଥିଲେ । ହଜାର ହଜାର ନିରାଶ ପ୍ରଶଂସକଙ୍କୁ ଦେଖି ସେ ଦୁଃଖିତ ଅନୁଭବ କରୁଥିଲେ । ଦଳର ଦୁର୍ବଳ ଫିଲ୍ଡିଂକୁ ନେଇ ସେ ଚିନ୍ତିତ ଥିଲେ । ଗୋଟିଏ ମ୍ୟାଚରେ ଏକାଧିକ ସୁଯୋଗକୁ ହାତଛଡା କରିବା କେବେ ଗ୍ରହଣୀୟ ନୁହେଁ । ଏଥିପାଇଁ ଦଳକୁ ଦୃଢ ମନୋବଳ ସହକାରେ ପ୍ରତ୍ୟାବର୍ତ୍ତନ କରିବାକୁ ପଡିବ। ଏକାଠି ସକରାତ୍ମକ ହୋଇ ରହିବାକୁ ପଡିବ। ଗ୍ରାଉଣ୍ଡହଗ୍‌ ଡେ ରୁ ବର୍ତ୍ତିବା ପାଇଁ କେବଳ ଗୋଟିଏ ବିଜୟ ଆବଶ୍ୟକ ବୋଲି ସେ କହିଛନ୍ତି।

Intro:Body:

ବିଶ୍ବକପ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ: ଇଂଲଣ୍ଡ ଓ ୱେଲସରେ ଆସନ୍ତା 30ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ । ଏଥିଲାଗି ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାକଅପ ୱିକେଟ କିପର ଭାବେ ଟମ ବ୍ଲୁଣ୍ଡେଲଙ୍କୁ ସାମିଲ କରାଯାଇଛି ।

ତେବେ 6ଥର ସେମିଫାଇନାଲ ଖେଳିଥିବା ଓ ଶେଷଥର ଫାଇନାଲରେ ହାରିଥିବା ନ୍ୟୁଜିଲାଣ୍ଡ ଦଳ ଆଗାମୀ ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବ୍ଲାକ କ୍ୟାପ ଦଳ ଦିନିକିଆ ମାନ୍ୟତାର ୩ୟ ସ୍ଥାନରେ ରହିଛି । ମାନ୍ୟତାର ପ୍ରଥମରେ ଇଂଲଣ୍ଡ ଓ 3ୟ ସ୍ଥାନରେ ଭାରତ ରହିଛି ।

ଟମ ଲଥାମଙ୍କ ସମେତ ବ୍ଲୁଣ୍ଡେଲଙ୍କୁ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି । ମୁଖ୍ୟ ସ୍ପିନର ଭାବେ ମିଚେଲ ସାଣ୍ଟନର ଦଳରେ ସ୍ଥାନ ପାଇଥିବାବେଳେ ତାଙ୍କ ସହିତ ରହିଛନ୍ତି ଇଶ ସୋଧି । ସେହିପରି ଅଲରାଉଣ୍ଡ ଭାବେ ଜିମି ନିଶାମ ଓ କଲିନ ଡେ ଗ୍ରାଣ୍ଡହୋମ ଦଳରେ ସ୍ଥାନ ପାଇଛନ୍ତି । ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫରଗ୍ୟୁସନ ଦଳରେ ପେସ ଆଟାକ ଭାବେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନ ଓ୍ବିଲିୟମସନ (ଅଧିନାୟକ), ଟମ ବ୍ଲୁଣ୍ଡେଲ, ଟମ୍‌ ଲଥାମ, (ୱିକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, କଲିନ ମୁନ୍‌ରୋ, ମାର୍ଟିନ ଗୁପଟିଲ, ମ୍ୟାଟ ହେନ୍‌ରୀ, ଜିମି ନିଶାମ, ହେନରୀ ନିକୋଲସ, ମିଚେଲ ସାଣ୍ଟନର, ଇଶ ସୋଧି, ଟିମ୍‌ ସୌଦି ଓ ରସ ଟେଲର ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.