ETV Bharat / sports

ମୁଁ ବର୍ତ୍ତମାନରେ ବଞ୍ଚେ: ଜଶପ୍ରୀତ ବୁମରା - ଟିମ ଇଣ୍ଡିଆ

୫୦ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଏହି ଐତିହାସିକ ବିଜୟ ହାସଲ କରିଛି ଭାରତ । ଭାରତକୁ ଏହି ବିଜୟ ଦେବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପେସ ବୋଲର ଜଶପ୍ରୀତ ବୁମରା । ଟିମ ସବୁବେଳେ ବର୍ତ୍ତମାନ ଓ ବାସ୍ତବରେ ବଞ୍ଚେ । ସକରାତ୍ମକ ମନୋଭାବ ଉପରେ ଅଧିକ ଧ୍ୟାନ ଦିଏ । ଅଧିକ ପଢନ୍ତୁ...

ମୁଁ ବର୍ତ୍ତମାନରେ ବଞ୍ଚେ: ଜଶପ୍ରୀତ ବୁମରା
ମୁଁ ବର୍ତ୍ତମାନରେ ବଞ୍ଚେ: ଜଶପ୍ରୀତ ବୁମରା
author img

By

Published : Sep 7, 2021, 1:17 PM IST

ଲଣ୍ଡନ: ଚତୁର୍ଥ ଟେଷ୍ଟକୁ ଘରୋଇ ଇଂଲଣ୍ଡ ପାଖରୁ ଛଡାଇ ଆଣିଛି ଟିମ ଇଣ୍ଡିଆ । ୫୦ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଏହି ଐତିହାସିକ ବିଜୟ ହାସଲ କରିଛି ଭାରତ । ଭାରତକୁ ଏହି ବିଜୟ ଦେବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପେସ ବୋଲର ଜଶପ୍ରୀତ ବୁମରା । ଟିମ ସବୁବେଳେ ବର୍ତ୍ତମାନ ଓ ବାସ୍ତବରେ ବଞ୍ଚେ । ସକାରତ୍ମକ ମନୋଭାବ ଉପରେ ଅଧିକ ଧ୍ୟାନ ଦିଏ ।

ହେଡ୍ କୋଚ୍ ରବି ଶାସ୍ତ୍ରୀ ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍ ସଦସ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହି ଖବର ସେମାନଙ୍କୁ ପ୍ରଭାବିତ କରିଛି କି ପ୍ରଶ୍ନର ଉତ୍ତରରେ କହିଥିଲେ ଏହି ଦ୍ରୁତ ବୋଲର ବୁମରା । ସେ ଆହୁରି କହିଛନ୍ତି ଆମେ ଭଲ ଜିନିଷ ଉପରେ ଫୋକସ କରୁ । ଆମେ ନିୟନ୍ତ୍ରିତ ଜିନିଷ ଉପରେ ଧ୍ୟାନ ଦେବାକୁ ଚାହୁଁ ଏବଂ ଆମେ ଏକ ଦଳ ଭାବରେ ବ୍ୟକ୍ତିବିଶେଷ, ଯେଉଁମାନେ ବହୁତ ଖୁସି ଏବଂ ମଜାଳିଆ ଲୋକ । ସବୁବେଳେ ସବୁ ଜିନିଷରେ ଖୁସି ଖୋଜିବାକୁ ଚେଷ୍ଟା କରୁ ବୋଲି କହିଛନ୍ତି ବୁମରା ।

ସେ ଆହୁରି କହିଛନ୍ତି ମୁଁ ଆପିଏଲ କି ବିଶ୍ବ କପ କଥା ଭାବୁନାହିଁ କାରଣ ଆମେ ମାନସିକ ସ୍ତରରେ ଥକି ଯାଇପାରୁ । ମୁଁ ବର୍ତ୍ତମାନ ଉପରେ ଅଧିକ ଫୋକସ କରେ । ବଲ ଉପରେ ଏକାଗ୍ରତା ଆଣିଲେ ସଫଳତା ପାଇପାରିବା ବୋଲି କହିଛନ୍ତି ବୁମରା । ମୁଁ ଦେଶ ପାଇଁ ଦୀର୍ଘ ସମୟ ଖେଳିବାକୁ ଚାହୁଁଛି ତେଣୁ ମୁଁ ଜିମ୍, ମୋ ଡାଏଟ୍ ଉପରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ସମସ୍ତ ଜିନିଷ ଉପରେ କଠିନ ପରିଶ୍ରମ କରୁଛି ବୋଲି କହିଛନ୍ତି ବୁମରା ।

ପ୍ରକାଶ ଥାଉ କି ପେସ ବୋଲର ଜଶପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ଏହା ସହିତ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବୁମରା ୧୦୦ ଟେଷ୍ଟ ୱିକେଟ ଆକ୍ତଆର କରିଛନ୍ତି । ବୁମରା ମୋଟ ୨୪ଟି ଟେଷ୍ଟ ଖେଳି ୧୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି । ପୂର୍ବରୁ କପିଳ ଶର୍ମା ୨୫ଟି ଟେଷ୍ଟ ଖେଳି ୧୦୦ ୱିକେଟ ନେଇଥିଲେ ବର୍ତ୍ତମାନ ବୁମରା ଭାରତର ନବମ ପେସ ବୋଲର ଭାବେ କପିଳଙ୍କ ରେକର୍ଡ ଭାଙ୍ଗିଛନ୍ତି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.