ETV Bharat / sports

INDvsENG, 1st test: ଚତୁର୍ଥ ଦିନ ଖେଳ ଆରମ୍ଭ - ବିରାଟ କୋହଲି

ବର୍ଷା ଯୋଗୁଁ ତୃତୀୟ ଦିନର ୧୬ ଓଭର ଖେଳ ସମ୍ଭବ ହୋଇପାରିନଥିଲା । ଅଧିକ ପଢନ୍ତୁ..

India vs England 1st Test fourth day play begins
INDvsENG, 1st test: ଚତୁର୍ଥ ଦିନ ଖେଳ ଆରମ୍ଭ
author img

By

Published : Aug 7, 2021, 4:15 PM IST

Updated : Aug 7, 2021, 6:47 PM IST

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ନଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ଜାରି ରହିଛି । ବର୍ଷା ଯୋଗୁଁ ତୃତୀୟ ଦିନର ୧୬ଓଭର ଖେଳ ସମ୍ଭବ ହୋଇପାରିନଥିଲା । ଖେଳ ବାଧାପ୍ରାପ୍ତ ହେବାପରେ, ବର୍ଷା ଥମିବାର ନାଁ ନେଇନଥିଲା । ଫଳରେ ଅମ୍ପାୟାର ତୃତୀୟ ଦିନ ଖେଳ ଶେଷ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।

ତୃତୀୟ ଦିନର ଅନ୍ତିମ ସେସନ ବର୍ଷାରେ ବାଧାପ୍ରାପ୍ତ ହୋଇଥିଲା । ଇଂଲଣ୍ଡ ଦ୍ବିତୀୟ ଇଂନିସରେ ଚା' ବିରତି ସୁଦ୍ଧା ବିନା କୌଣସି ୱିକେଟରେ ୧୧ ରନ ସଂଗ୍ରହ କରିଥିଲା ।

ମ୍ୟାଚର ଦ୍ବିତୀୟ ଓ ତୃତୀୟ ଦିନ ଖେଳରେ ବର୍ଷା ଭିଲିଆନ ସାଜିବା ଯୋଗୁଁ ଖେଳ ପ୍ରଭାବିତ ହୋଇଥିଲା । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା, ଇଂଲଣ୍ଡ ୨୫ ରନ ବିନା କ୍ଷତି ସଂଗ୍ରହ କରିନେଇଥିଲା । ଦୁଇ ଓପନର ଡମ ସିବଲେ ୯ ଓ ରରି ବର୍ଣ୍ଣସ ୧୧ ରନରେ ଅପରାଜିତ କ୍ରିଜରେ ରହିଥିଲେ । ଇଂଲିସ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ କଡା ଆହ୍ବାନ ରହିଛି ଓ ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ ୭୦ ରନ ପଛରେ ରହିଥିଲା । ଭାରତ ପ୍ରଥମ ଇଂନିସରେ 278 ରନ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2021, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.