ETV Bharat / sports

100ତମ ଦିନିକିଆ ମ୍ୟାଚ ଖେଳିଲେ ହରମନପ୍ରୀତ କୌର - captain harmanprit kaur

କ୍ୟାରିଅରର 100ତମ ଦିନିକିଆ ମ୍ୟାଚ ଖେଳିଲେ ହରମନପ୍ରୀତ କୌର। ଏଭଳି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ମହିଳା କ୍ରିକେଟର। ଅଧିକ ପଢ଼ନ୍ତୁ..

100ତମ ଦିନିକିଆ ମ୍ୟାଚ ଖେଳିଲେ ହରମନପ୍ରୀତ କୌର

author img

By

Published : Mar 7, 2021, 5:50 PM IST

ଲକ୍ଷ୍ନୌ: କ୍ୟାରିଅରର 100ତମ ଦିନିକିଆ ମ୍ୟାଚ ଖେଳିଲେ ହରମନପ୍ରୀତ କୌର। ଏଭଳି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ମହିଳା କ୍ରିକେଟର। ବର୍ତ୍ତମାନ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜ ଦଳରେ ସାମିଲ ରହିଛନ୍ତି। ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ସେ ଏହି ରେକର୍ଡ ହାସଲ କରିଛନ୍ତି।

31 ବର୍ଷୀୟ ହରମନପ୍ରୀତ କୌର ବର୍ତ୍ତମାନ ସୁଦ୍ଧା 100 ଟି ଦିନିକିଆ ମ୍ୟାଚ ଖେଳି 2 ହଜାର 412 ରନ କରିଛନ୍ତି। ସେଥିମଧ୍ୟରେ ସେ 34.95 ହାରରେ 3ଟି ଶତକ ମାରିଥିବା ବେଳେ 11ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦିନିକିଆ ମ୍ୟାଚରେ 171 ରନ ତାଙ୍କର ସର୍ବଶ୍ରେଷ୍ଟ ସ୍କୋର୍। 2017 ମସିହା ବିଶ୍ବକପ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଏହି ଶତକ ହାସଲ କରିଥିଲେ।

ଖାଲି ସେତିକି ନୁହେଁ ସେ ଦିନିକିଆରେ 48.73 ହାରରେ 23ଟି ୱକେଟ ମଧ୍ୟ ହାସଲ କରିଛନ୍ତି। ଭାରତୀୟ ମହିଳା ଟି-20 ଦଳର ମଧ୍ୟ ଅଧିନାୟିକା ରହିଛନ୍ତି ହରମନପ୍ରୀତ କୌର। ଏହି ଫର୍ମାଟରେ ସେ 114ଟିର ମ୍ୟାଚରେ 26.98 ହାରରେ 2 ହଜାର 186 ରନ କରିଛନ୍ତି। ଟି-20ରେ ମଧ୍ୟ ସେ ଏକ ଶତକ ହାସଲ କରିଛନ୍ତି। କ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.