ETV Bharat / sports

England vs India: ରୋହିତଙ୍କ ଦର୍ଶନୀୟ ଇଂନିସ ଶେଷ, ଶତକରୁ ବଞ୍ଚିତ - କେଏଲ ରାହୁଲ

ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ୬୯ ବର୍ଷର ଏକ ବିରଳ ରେକର୍ଡ ପାର୍ଟନରସିପକୁ ଭଙ୍ଗ କରିଛନ୍ତି ରୋହିତ ଶର୍ମା ଓ କେଏଲ ରାହୁଲ । ଅଧିକ ପଢନ୍ତୁ...

England vs India, 2nd Test: Rohit Sharma out for 83 after record opening stand
England vs India: ରୋହିତଙ୍କ ଦର୍ଶନୀୟ ଇଂନିସ ଶେଷ, ଶତକରୁ ବଞ୍ଚିତ
author img

By

Published : Aug 12, 2021, 8:50 PM IST

ଲଣ୍ଡନ: ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇଂନିସ ବ୍ୟାଟିଂ ରହିଛି । ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଶତକୀୟ ପାର୍ଟନରସିପ ବଳରେ ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି । ତେବେ ଦମଦାର ଇଂନିସ ସହ ବିଦେଶ ମାଟିରେ ପ୍ରଥମ ଟେଷ୍ଟ ଶତକ ଆଡକୁ ଅଗ୍ରସର ହେଉଥିବା ରୋହିତଙ୍କ ସ୍ବପ୍ନ ଚୁରମାର ହୋଇଛି । ମ୍ୟାଚର ୪୪ତମ ଓଭରରେ ୮୩ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଭେଟେରାନ ଇଂଲିସ ସ୍ପିଡଷ୍ଟାର ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି ରୋହିତ । ଫଳରେ ମାତ୍ର ୧୩ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । ତେବେ ବିଦେଶରେ ଏହି ସ୍କୋର ରୋହିତଙ୍କ ସର୍ବାଧିକ ଟେଷ୍ଟ ରନ ହୋଇଛି ।

ମେଘୁଆ ପାଗ ଓ ଆକାଶ ମେଘାଚ୍ଛନ୍ନ ଯୋଗୁଁ ପିଚ୍‌ ବୋଲିଂ ଅନୁକୂଳ ରହିଛି । ଏହା ସତ୍ତ୍ବେ ରାହୁଲଙ୍କ ସହ ମିଶି ରୋହିତ ଭାରତକୁ ଭଲ ଆରମ୍ଭ ଦେଇଛନ୍ତି । ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ବେ ଟେଷ୍ଟ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇଂନିସ ଖେଳିଛନ୍ତି ।

ଓପନିଂ ପାର୍ଟନରସିପରେ ରୋହିତ ଓ ରାହୁଲ ୬୯ ବର୍ଷର ଏକ ବିରଳ ରେକର୍ଡକୁ ଭଙ୍ଗ ମଧ୍ୟ କରିଛନ୍ତି ।

ବର୍ଷ ୧୯୫୨ରେ ଶେଷ ଥର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଦୁଇ ଭାରତୀୟ ଓପନର ଭିନୋ ମଙ୍କଡ ଓ ପଙ୍କଜ ରୟ ଶତକୀୟ ପାର୍ଟନରସିପ କରିଥିଲେ । ଉଭୟଙ୍କ ମଧ୍ୟରେ ୧୦୬ ରନର ପାର୍ଟନରସିପ ହୋଇଥିଲା । ମାତ୍ର ରୋହିତ ଓ ରାହୁଲ ମ୍ୟାଚର ୩୬ତମ ଓଭରରେ ଡ୍ରିଙ୍କ୍ସ ବ୍ରେକ୍‌ର କିଛି ସମୟ ପୂର୍ବରୁ ୧୦୬ ରନକୁ ଟପିଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.