ଲଣ୍ଡନ: ଆଜିଠୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମୁକାବିଲା କରିବେ ଦୁଇ ଦଳ । ଏହି ସିରିଜକୁ ଜିତି ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି ଭାରତ ।
ଏହି ଟେଷ୍ଟ ସିରିଜ ଜରିଆରେ ବିଶ୍ବ ଟେଷ୍ଟ ଚମ୍ପିୟାନସିପର ଦ୍ବିତୀୟ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ତେଣୁ ଉଭୟ ଦଳ କୌଣସି ମ୍ୟାଚକୁ ହାଲକା ଭାବେ ନେବ ନାହିଁ । ପୂର୍ବ ସଂସ୍କରଣ ଭଳି ସିରିଜ ପିଛା ପଏଣ୍ଟ ପ୍ରଦାନ କରାଯିବ ନାହିଁ । ଏଣିକି ଟେଷ୍ଟ ପିଛା ପଏଣ୍ଟ ବ୍ୟବସ୍ଥା ରହିଛି । ମ୍ୟାଚ ଜିତିଲେ ୧୨ ପଏଣ୍ଟ, ଡ୍ର ହେଲେ ୪ ଓ 'ଟାଇ' ହେଲେ ୬ ପଏଣ୍ଟ ଦିଆଯିବ ।
ଭାରତୀୟ ଦଳ ପାଇଁ ବ୍ୟାଟିଂ ବିଭାଗ ନେଇ ସମସ୍ୟା ରହିବ । ଇଂଲଣ୍ଡ ଜଳବାୟୁ ପେସ ବୋଲରଙ୍କୁ ସହାୟତା କରିବ । ତେଣୁ ଇଂଲଣ୍ଡ ବୋଲର ଘାତର ପ୍ରମାଣିତ ହୋଇପାରନ୍ତି । ମ୍ୟାଚରେ ବ୍ୟାଟିଂକୁ ନେଇ ରୋହିତ, ଲୋକେସ ରାହୁଲଙ୍କ ଉପରେ ନଜର ରହିବ । ରାହୁଲ ଖେଳିଥିବା ୩୬ଟି ଟେଷ୍ଟରୁ ୩୩ଟି ମ୍ୟାଟରେ ଓପନ କରିଛନ୍ତି । ସିରିଜ କବଜା କରିବାକୁ ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ ।
ବିରାଟ କୋହଲି ଭାରତର ସବୁଠୁ ସଫଳତମ ଟେଷ୍ଟ କ୍ୟାପଟେନ ହୋଇଥିଲେ ମଧ୍ୟ ଏଯାବତ ଇଲଂଣ୍ଡ ମାଟିରେ ସଫଳତାର ସ୍ବାଦ ଚାଖିପାରି ନାହିଁ । ହୁଏତ ୨୦୨୧ ବର୍ଷ ବିରାଟଙ୍କ ପାଇଁ ସଫଳତାର ବର୍ଷ ହୋଇପାରେ । ଜୋ ରୁଟ୍ଙ୍କ ଟିମ ବିପକ୍ଷରେ ଟେଷ୍ଟ ସିରିଜ ଖେଳି ଭାରତକୁ ବିଜୟ ମୁକୁଟ ପିନ୍ଧାଇବାକୁ ପ୍ରୟାସ କରିବେ ବିରାଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ