ETV Bharat / sports

Eng vs Ind, 1st Test: ଚମକିଲେ ବୁମରା, ସିରାଜ, ଲଞ୍ଚ୍‌ ସୁଦ୍ଧା ଇଂଲଣ୍ଡ ୬୨/୨

author img

By

Published : Aug 4, 2021, 6:22 PM IST

ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ । ମ୍ୟାଚର ପ୍ରଥମ ଓଭରରେ ୱିକେଟ ହାତେଇଲେ ବୁମରା । ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଇଂଲଣ୍ଡ ୬୨/୨ । ଅଧିକ ପଢନ୍ତୁ...

Eng vs Ind, 1st Test: Bumrah, Siraj shine as hosts lose two wickets in first session
Eng vs Ind, 1st Test: ଚମକିଲେ ବୁମରା, ସିରାଜ, ଲଞ୍ଚ୍‌ ସୁଦ୍ଧା ଇଂଲଣ୍ଡ ୬୨/୨

ନଟିଂହାମ: ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ । ପ୍ରଥମ ଦିନ ଖେଳର ପ୍ରଥମ ସେସନ ଶେଷ ସୁଦ୍ଧା ଘରୋଇ ଇଂଲଣ୍ଡ ୬୧ ରନ ସଂଗ୍ରହ ରହିଛି ଓ ରରି ବର୍ଣ୍ଣସ ଓ ଜାକ କ୍ରାୱଲେଙ୍କ ୱିକେଟ ହରାଇଛି ।

ଟସ ହାରି ପ୍ରଥମେ ବୋଲିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତକୁ ମ୍ୟାଚର ପ୍ରଥମ ଓଭରରେ ହିଁ ସଫଳତା ମିଳିଥିଲା । ଦ୍ରୁତ ବୋଲର ଜଶପ୍ରୀତ ବୁମରା ରରି ବର୍ଣ୍ଣସଙ୍କୁ କୌଣସି ରନ କରିବା ପୂର୍ବରୁ ପାଭିଲିଅନର ରାସ୍ତା ଦେଖାଇଥିଲେ । ପରେ ଜାକ କ୍ରାୱଲେ ଡୋମିନିକ ସିବଲେଙ୍କ ସହ ବ୍ୟାଟିଂ ପାଇଁ କ୍ରିଜରେ ଯୋଗଦେଇଥିଲେ । ଉଭୟ ମିଶି ବୁମରା ଓ ମହମ୍ମଦ ସାମିଙ୍କ ଘାତକ ବୋଲିଂକୁ ସାମ୍ନା କରିଥିଲେ ଓ ୧୦ ଓଭର ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ । ଏଥିସହ ଦ୍ବିତୀୟ ୱିକେଟ ଯୋଡିରେ ୪୨ ରନ ଯୋଡିଥିଲେ । ମାତ୍ର ୨୧ତମ ଓଭରରେ ମହମ୍ମଦ ସିରାଜ କ୍ରାୱଲେଙ୍କୁ ୨୭ ରନରେ ଖେଳୁଥିବାବେଳେ ଆଉଟ କରି ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ, ଫଳରେ ଏହି ଯୋଡି ଭାଙ୍ଗିଥିଲା । ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ସିବଲେଙ୍କ ସହ ମିଶି ଲଞ୍ଚ ବ୍ରେକ୍‌ ପର୍ଯ୍ୟନ୍ତ ପାଳି ସମ୍ଭାଳିଥିଲେ ।

ପୂର୍ବରୁ ଇଂଲଣ୍ଡ ଟସ୍‌ ଜିତିବା ସହ ଟିମ ଇଣ୍ଡିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷ ୨୦୦୭ରେ ଶେଷ ଥର ପାଇଁ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ବରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିଥିଲା । ଏହାପରେ ଭାରତୀୟ ଖେଳାଳି ଇଂଲିସ ପରିବେଶରେ ସିରିଜ ବିଜୟ ପାଇଁ ସଂଘର୍ଷ କରିଛନ୍ତି ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ(ଜାକ୍‌ କ୍ରାୱଲେ ୨୭, ଡୋମିନିସ ସିବଲେ ୧୮*, ଜଶପ୍ରୀତ ବୁମର୧ ୧-୧୬) ବନାମ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.