ETV Bharat / sports

ଦ୍ବିତୀୟ ଦିନିକିଆରେ ଶେଷ ବଲ୍‌ରେ ଜିତିଲା ଅଷ୍ଟ୍ରେଲିଆ - ଭାରତ ବନାମ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ମହିଳା ଟିମ ବିପକ୍ଷ ଦ୍ବିତୀୟ ଦିନିକିଆରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାରିଲା ଭାରତ । ଅଧିକ ପଢନ୍ତୁ...

Australia beat India by 5 wickets in thriller
ବିଜୟ ଖୁସି ମନାଇବାପରେ ହାରିଲା ମହିଳା ଟିମ
author img

By

Published : Sep 24, 2021, 8:28 PM IST

ମାକେ: ଅଷ୍ଟ୍ରେଲିଆ ମହିଳା ଟିମ ବିପକ୍ଷ ଦ୍ବିତୀୟ ଦିନିକିଆରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାରିଲା ଭାରତ । କଙ୍ଗାରୁ ଟିମ ଓପନର ବେଥ ମୁନିଙ୍କ ଅପରାଜିତ ଶତକ ବଳରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌କୁ ଜିତିନେଇଛି ଘରୋଇଦଳ । ଏଥିସହ ଲଗାତାର ୨୬ଟି ଦିନିକିଆରେ ଅପରାଜେୟ ସହ ଆଗୁଆ ସିରିଜ ବିଜୟୀ ହୋଇଛି ମେଗ ଲାନିଙ୍ଗ୍‌ଙ୍କ ଟିମ ।

ଅଷ୍ଟ୍ରେଲିଆ ସାମ୍ନାରେ ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଶେଷ ଓଭରରେ ୧୩ରନ୍‌ ଆବଶ୍ୟକ କରୁଥିବାବେଳେ ଶେଷ ଓଭରରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ମୁନି ଅପରାଜିତ ୧୨୫ ରନ୍‌ ଓ ନିକୋଲା କାରେ ୩୯ ରନ୍‌ର ଅପରାଜିତ ଇଂନିସ ଖେଳିଥିଲେ । ଶେଷ ଓଭରରେ ଅଭିଜ୍ଞ ଝୁଲଣ ଗୋସ୍ବାମୀଙ୍କ ଦୁଇଟି ନୋ ବଲ୍‌ ଭାରତର ବିଜୟକୁ ପରାଜୟରେ ବଦଳାଦେଇଥିଲା ।

ପୂର୍ବରୁ ଓପନର ସ୍ମୃତି ମାନ୍ଧାନା ୮୬ ରନ୍‌ ବଳରେ ୭ ୱିକେଟ ହରାଇ ୨୭୪ ରନ୍‌ କରିଥିଲା ଭାରତ । ମାନ୍ଧାନା ଏହି ଇଂନିସରେ ୧୧ ଚୌକା ସହିତ ନିଜର ୧୯ତମ ଅର୍ଦ୍ଧଶତକ ପୂରଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.