ETV Bharat / sports

Olympic 2028: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟ, ପ୍ରସ୍ତାବ ଗ୍ରହଣ କଲା ଆଇଓସି

author img

By ETV Bharat Odisha Team

Published : Oct 13, 2023, 6:28 PM IST

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ । ଏନେଇ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କମିଟି ଦେଇଥିବା ପ୍ରସ୍ତାବକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଅମୁମୋଦନ କରିଛନ୍ତି । ଏହାପରେ ୨୦୨୮ ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବା ନେଇ ପଥ ପରିଷ୍କାର ହୋଇଛି । ଅଧିକ ପଢ଼ନ୍ତୁ

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟ

ମୁମ୍ବାଇ: ଅଲିମ୍ପିକ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହେବ । ଆମେରିକାର ଲସ୍‌ ଏଞ୍ଜେଲେସ୍‌ରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ଏନେଇ ପଥ ପରିଷ୍କାର ହୋଇଛି । ଏନେଇ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କମିଟି ୨୦୨୮ରେ କ୍ରିକେଟକୁ ସାମିଲ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଦେଇଥିବା ପ୍ରସ୍ତାବକୁ ଆଇଓସି ଅନୁମୋଦନ କରିବା ପରେ ଏହା ସ୍ପଷ୍ଟ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖୁସି ବ୍ୟକ୍ତ କରିଛି । ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ।

ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ପରେ ଆଇଓସି ସଭାପତି ଥମାସ୍‌ ବାକ୍‌ କହିଛନ୍ତି, "୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଅଲିମ୍ପିକ୍ସରେ ମୋଟ ୫ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ହେଉଛି ବେସ୍‌ବଲ୍, ସଫ୍ଟବଲ, ଫ୍ଲାଗ୍‌ ଫୁଟବଲ୍‌,ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲିମ୍ପିକ୍ସ କ୍ରୀଡ଼ା ଆମେରିକା ସମେତ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ ।"

ଏହା ମଧ୍ୟ ପଢ଼ନ୍ତୁ...Olympic 2028: ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ପ୍ରକାଶ ଥାଉ, ଦୀର୍ଘ ୨ ବର୍ଷ ହେବ ଆଇସିସି ଏନେଇ ପ୍ରଚେଷ୍ଟା ଚଳାଇ ଆସୁଥିଲା । ୬ଟି ଦଳକୁ ନେଇ ଉଭୟ ପୁରୁଷ ଓ ମହିଳା ଟି୨୦ ପ୍ରତିଯୋଗିତା ଆୟୋଜନ ପାଇଁ ଆଇସିସି ପ୍ରସ୍ତାବ ଦେଇଥିଲା । ଶେଷରେ ମୁମ୍ବାଇରେ ଆଇଓସି ଅଧିବେଶନରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆଇିସିସିର ଦୀର୍ଘ ବର୍ଷର ପ୍ରଚେଷ୍ଟା ବାସ୍ତବରେ ପରିଣତ ହେବାକୁ ଯାଉଛି । ଆୟୋଜକ କମିଟିର ଏହି ପ୍ରସ୍ତାବକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଅନୁମୋଦନ କରିଛନ୍ତି । ସ୍ବୀକୃତି ପାଇବା ପରେ ଲସ୍‌ ଏଞ୍ଜଲେସ୍ସ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହେବା ସ୍ପଷ୍ଟ ହୋଇଛି । ପୂର୍ବରୁ କ୍ରିକେଟ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସାମିଲ ହୋଇସାରିଛି । ୨୦୨୨ରେ ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ସାମିଲ ହୋଇଥିଲା । ସେହିପରି ନିକଟରେ ଚୀନ୍‌ର ହାଙ୍ଗଝୌ ସହରରେ ଶେଷ ହୋଇଥିବା ୨୦୨୩ ଏସୀୟ କ୍ରୀଡ଼ାରେ ମଧ୍ୟ କ୍ରିକେଟ୍ ସାମିଲ ହୋଇଥିଲା । ଏଥିରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.