ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ୍ ଶୃଙ୍ଖଳା ଖେଳୁଛି ଭାରତୀୟ ମହିଳା କ୍ରିକେଟ୍ ଦଳ । ତେବେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୪୭୮ ରନରେ ଆଗୁଆ ରହି ବେଶ ମଜଭୁତ ସ୍ଥିତିରେ ରହିଛି । ପ୍ରଥମ ଦିନରେ ୪୧୦ ରନ କରି ରେକର୍ଡ କରିବା ପରେ ଦ୍ବିତୀୟ ଦିନରେ ୪୨୮ ରନରେ ପାଳି ଶେଷ କରିଥିଲା । ଜବାବରେ ଇଂଲଣ୍ଡକୁ କେବଳ ୧୩୬ ରନ୍ରେ ଅଲ୍ଆଉଟ୍ କରି ୨୯୨ ରନରେ ଲିଡ୍ କରିଥିଲା ଭାରତ । ଏହାପରେ ଦ୍ବିତୀୟ ପାଳି ଖେଳୁଥିବା ଭାରତୀୟ ଦଳ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୪୨ ଓଭରରେ ୬ ୱିକେଟ୍ ହରାଇ ୧୮୬ ରନ କରିଛି । ଫଳରେ ଇଂଲଣ୍ଡ ଠାରୁ ୪୭୮ ରନ ଲିଡ୍ ନେଇ ବେଶ ମଜଭୁତ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ ।
-
𝗦𝘁𝘂𝗺𝗽𝘀!#TeamIndia finish Day 2 with a lead by 478 runs 👍
— BCCI Women (@BCCIWomen) December 15, 2023 " class="align-text-top noRightClick twitterSection" data="
Captain @ImHarmanpreet remains unbeaten on 44 🙌#INDvENG pic.twitter.com/H47JvJKtPu
">𝗦𝘁𝘂𝗺𝗽𝘀!#TeamIndia finish Day 2 with a lead by 478 runs 👍
— BCCI Women (@BCCIWomen) December 15, 2023
Captain @ImHarmanpreet remains unbeaten on 44 🙌#INDvENG pic.twitter.com/H47JvJKtPu𝗦𝘁𝘂𝗺𝗽𝘀!#TeamIndia finish Day 2 with a lead by 478 runs 👍
— BCCI Women (@BCCIWomen) December 15, 2023
Captain @ImHarmanpreet remains unbeaten on 44 🙌#INDvENG pic.twitter.com/H47JvJKtPu
ଭାରତ ୧ମ ପାଳି: ଗୁରୁବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ଟେଷ୍ଟ୍ ସିରିଜରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର । ପ୍ରଥମ ଦିନରେ ୭ ୱିକେଟ୍ ହରାଇ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪୧୦ ରନର ବିଶାଳ ସ୍କୋର କରିଥିଲା ଭାରତୀୟ ମହିଳା ଦଳ । ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ପୁଣିଥରେ ବ୍ୟାଟିଂ କରି ପ୍ରଥମ ପାଳିକୁ ୪୨୮ ରନରେ ଶେଷ କରିଥିଲା କୌର ବାହିନୀ । ଭାରତ ପକ୍ଷରୁ ଶୁଭା ସତୀଶ ୬୭, ଜେମିମା ୬୮, ଦୀପ୍ତି ଶର୍ମା ୬୭ ଓ ୟସ୍ତିକା ଭାଟିଆ ୬୬ ରନର ଲଢୁଆ ବ୍ୟାଟିଂ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ୧୩୬ରେ ଅଲ୍ଆଉଟ୍, ୨୯୨ ରନ୍ ଲିଡ୍ ନେଇ ୨ୟ ପାଳି ଖେଳୁଛି ଭାରତ
ଇଂଲଣ୍ଡ ୧ମ ପାଳି: ଭାରତୀୟ ମହିଳା ଦଳର ପ୍ରଥମ ପାଳି ଶେଷ ହେବାପରେ ଇଂଲଣ୍ଡ ମଧ୍ୟ ପ୍ରଥମ ପାଳିରେ ବିଶାଳ ସ୍କୋର ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିଲା । ହେଲେ ସବୁ ଲକ୍ଷ୍ୟକୁ ଚୂରମାର କରିଦେଇଥିଲେ ଭାରତୀୟ ମହିଳା ବୋଲିଂ ଆଟାକ୍ । ଏକମାତ୍ର ଇଂଲଣ୍ଡ ବ୍ୟାଟର ନାଟ୍ ସ୍କାଇଭର-ବ୍ରଣ୍ଟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାକୁ ସକ୍ଷମ ହୋଇନଥିଲେ । ସ୍କାଇଭର-ବ୍ରଣ୍ଟ ଇଂଲଣ୍ଡ ପାଇଁ ୭୦ ବଲରୁ ୧୦ ଚୌକା ବଳରେ ୫୯ ରନର ସବୁଠାରୁ ବଡ଼ ପାଳି ଖେଳିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ଏକାକୀ ୫ ୱିକେଟ୍ ସଫଳତା ସହ ଇଂଲଣ୍ଡ ବ୍ୟାଟରଙ୍କୁ ପାଣି ପିଆଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହା ରାଣା ୨ଟି ୱିକେଟ୍ ନେଇଥିବାବେଳେ ରେଣୁକା ସିଂହ ଠାକୁର ଓ ପୂଜା ବସ୍ତ୍ରକାରଙ୍କୁ ଗୋଟିଏ ଲେଖାଁଏ ୱିକେଟ ମିଳିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ, 428ରେ ପ୍ରଥମ ପାଳି ଶେଷ କଲା ଭାରତୀୟ ମହିଳା ଦଳ
ଭାରତ ଦ୍ବିତୀୟ ପାଳି: ପ୍ରଥମ ପାଳିରେ ୨୯୨ ରନ୍ରେ ଆଗୁଆ ରହି ଦ୍ବିତୀୟ ପାଳି ଆରମ୍ଭ କରିଥିବା ଭାରତ ପକ୍ଷରୁ ଓପନିଂ ଯୋଡ଼ି ଶେଫାଳୀ ବର୍ମା ଓ ସ୍ମୃତି ମାନ୍ଧାନା ପ୍ରଥମ ୱିକେଟ୍ ପାଇଁ ଦଳୀୟ ଖାତାରେ ୬୧ ରନ ଯୋଡ଼ିଥିଲେ । ଶେଫାଳୀ ୩୩ ଓ ସ୍ମୃତି ୨୬ ରନ କରି ଆଉଟ୍ ହୋଇଥିଲେ । ୟସ୍ତିକା ଭାଟ୍ଟିଆ ୯ ରନ କରି ଆଉଟ୍ ହୋଇଥିବାବେଳେ ଜେମିମା ୨୭ ଓ ଦୀପ୍ତି ଶର୍ମା ୨୦ ରନ କରି ଆଉଟ୍ ହୋଇଥିଲେ । ସ୍ନେହ ରାଣା ଖାତା ମଧ୍ୟ ଖୋଲିପାରିନଥିଲେ । ଦ୍ବିତୀୟ ଦିନ ପାଳି ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୧୮୬ ରନରେ ବ୍ୟାଟିଂ କରୁଥିବାବେଳେ ଅଧିନାୟିକା ହରମନପ୍ରୀତ କୌର ୪୪ ଓ ପୂଜା ବସ୍ତ୍ରକାର ୧୭ ରନ କରି କ୍ରିଜ୍ରେ ମହଜୁଦ ଅଛନ୍ତି । ସେପଟେ ଇଂଲଣ୍ଡ ପକ୍ଷରୁ ଚାର୍ଲୋଟ ଡିନ୍ଙ୍କୁ ସର୍ବାଧିକ ୪ଟି ୱିକେଟ୍ ମିଳିଥିବାବେଳେ ସୋଫି ଏକଲଷ୍ଟୋନ ୨ଟି ୱିକେଟ୍ ନେଇଛନ୍ତି । ଏଥିସହ ଭାରତ ୪୭୮ ରନ ଲିଡ୍ ନେଇ ଦୃଢ଼ ସ୍ଥିତିରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ