ETV Bharat / sports

ସେମିଫାଇନାଲ୍‌ ଭୁଲି ପାରୁନାହାନ୍ତି ଫ୍ୟାନ୍ସ, ଚାଲିଛି ମ୍ୟାଚ୍‌ର ପୋଷ୍ଟମୋଟର୍ମ - ଟି୨୦ ବିଶ୍ବକପରେ ଭାରତର ପ୍ରଦର୍ଶନ

ଇଂଲଣ୍ଡଠାରୁ ୧୦ ୱିକେଟ ପରାଜିତ ହୋଇ ଭାରତ ଟି-୨୦ ବିଶ୍ବକପରୁ ବିଦା ହୋଇଛି । ସେମି ହାରିବା ପରେ ଏବେ ପ୍ରତ୍ୟେକ ଫ୍ୟାନ୍ସ ମ୍ୟାଚ୍‌ର ପୋଷ୍ଟମୋଟର୍ମ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

indias-disappointing-show-in-t20-world-cup-heads-must-roll
ସେମିଫାଇନାଲ୍‌ ଭୁଲି ପାରୁନାହାନ୍ତି ଫ୍ୟାନ୍ସ, ଚାଲିଛି ମ୍ୟାଚ୍‌ର ପୋଷ୍ଟମୋଟର୍ମ
author img

By

Published : Nov 11, 2022, 10:44 PM IST

ହାଇଦ୍ରାବାଦ: ଇଂଲଣ୍ଡଠାରୁ ୧୦ ୱିକେଟ ପରାଜିତ ହୋଇ ଭାରତ ଟି୨୦ ବିଶ୍ବକପରୁ ବିଦା ହୋଇଛି । ୨୦୧୩ ପରଠୁ ICC ଟ୍ରଫି ଜିତି ପାରିନି ଭାରତ । ଭାରତ ପାଖରେ ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ବେ ସେମିଫାଇନାଲ୍‌ରେ ଆଶାନୁରୂପକ ପ୍ରଦର୍ଶନ କରି ପାରିନଥିଲା ଭାରତ । ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ କେବଳ ପେପରରେ ସୀମିତ ହୋଇ ରହିଯାଇଛି । ସେମି ହାରିବା ପରେ ଏବେ ପ୍ରତ୍ୟେକ ଫ୍ୟାନ୍ସ ମ୍ୟାଚ୍‌ର ପୋଷ୍ଟମୋଟର୍ମ ଆରମ୍ଭ କରିଛନ୍ତି ।

ପ୍ରଥମେ ଦଳ ଘୋଷଣା ହେବାପରେ ଦଳରେ ମହମ୍ମଦ ସାମୀ ସାମିଲ ନଥିଲେ । ଜଶପ୍ରୀତ ବୁମରା ଅଚାନକ ଆହତ ହେବାପରେ ମହମ୍ମଦ ସାମୀ ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ନେଇ ଭାରତ କୌଣସି ଯୋଜନା କରିନଥିବା ଭଳ ମନେ ହୋଇଛି । କେ.ଏଲ ରାହୁଲ ନିଜ ସାମର୍ଥ୍ୟ ମୁତାବକ ପ୍ରଦର୍ଶନ କରିବାରେ ଫେଲ୍‌ ମାରିଥିଲେ । ସେହିଭଳି ରୋହିତ ଶର୍ମାଙ୍କ ଉପରେ ଅଧିନାୟକତ୍ବ ବୋଝ ରହିଥିବା ଭଳି ମନେ ହେଉଥିଲା । ଏଥିପାଇଁ ଭାରତକୁ ବାରମ୍ବାର ଚେଜ୍‌ ମାଷ୍ଟର ବିରାଟ କୋହଲିଙ୍କ ଉପରେ ନିର୍ଭର ହେବାକୁ ପଡ଼ିଥିଲା । ଯାହାଫଳରେ ଭାରତର ଟପ୍‌ ଅର୍ଡର ଲଗାତାର ଫେଲ୍‌ ମାରିଥିଲା ।

ଯଦି ପ୍ରତ୍ୟେକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରନ୍‌ କାଟି ଦିଆ ଯାଏ ତେବେ ଭାରତର ସ୍କୋର୍‌ ଏକ ନିରାଶଜନକ ଅଙ୍କରେ ପହଞ୍ଚୁଛି । ସମସ୍ତ ବିଶ୍ଲେଷଣ ପରେ ବି ମାନିବାକୁ ହେବ ଯେ ସମାନ୍ୟ ଭାଗ୍ୟର ସାହାରା ମିଳିଥିଲେ ଭାରତ ପାକିସ୍ତାନ ବିରୋଧରେ ଫାଇନାଲ୍‌ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ପାରିଥାଆନ୍ତା । ପାକିସ୍ତାନ ସୌଭାଗ୍ୟ ବସତଃ ସେମିଫାଇନାଲ୍‌ରେ ପହଞ୍ଚି ଚମତ୍କାର ପ୍ରଦର୍ଶନ କରିଥିଲା । ଯାହାଫଳରେ ବର୍ତ୍ତମାନ ପାକିସ୍ତାନ ବର୍ତ୍ତମାନ ଫାଇନାଲ୍‌ ମ୍ୟାଚ୍‌ ଖେଳିବ ।

ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ମଧ୍ୟରେ କମ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଖୋଦ୍‌ ପୂର୍ବତନ କ୍ରିକେଟ ମତ ରଖି ସାରିଛନ୍ତି । ଋଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରେ ଚୂଡ଼ାନ୍ତ ଏକାଦଶରେ କିଏ ଖେଳିବ ତାହାକୁ ନେଇ ଅଧନାୟକକ ଦ୍ବନ୍ଦ୍ବରେ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ଦୀନେଶ କାର୍ତ୍ତିକ ନୈରାଶ୍ୟଜନକ ଭାବରେ ଟୁର୍ଣ୍ଣାମେଣ୍ଟ୍‌ରେ ଫେଲ୍‌ ମାରିଛନ୍ତି । ସେପଟେ ଋଷଭ ପନ୍ତଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ତାଙ୍କ ଫିଟନେସ୍‌କୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିବାରେ ଲାଗିଛି ।

ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ । ବିଜୟ ପାଇଁ ମହମ୍ମଦ ସାମୀ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନଙ୍କୁ ଖେଳାଯାଇଥିଲା । ହେଲେ ବିଜୟ ଫର୍ମୁଲା ଏମାନଙ୍କୁ ଜଣା ନଥିବା ମନେ ହେଉଥିଲା । ବିଶେଷ କରି ଭୁବନେଶ୍ବର କୁମାରଙ୍କୁ ନେଇ ଭାରତୀୟ ଦଳ ପାଖରେ ପ୍ଲାନ୍‌ ବି ନଥିଲା । ଯାହାର ଫଳ ଭୋଗିଛି ଟିମ୍‌ ।

ୟୁଜିବେନ୍ଦ୍ର ଚହଲ ଭାରତୀୟ ଟିମ୍‌ରେ ଥିଲେ । କିନ୍ତୁ ସେ ଗୋଟିଏ ବି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନାହାନ୍ତି । ଲଗାତାର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ ଫେଲ୍‌ ମାରୁଥିବା ସତ୍ତ୍ବେ ଚହଲଙ୍କ ବିଷୟରେ ଭାବି ନଥିଲା ଟିମ୍‌ ମ୍ୟାନେଜମେଣ୍ଟ୍‌ । ଶେଷରେ ରାହୁଲ ଦ୍ରାବିଡଙ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବିଶ୍ବ କ୍ରିକେଟରେ ରାହୁଲ ଦ୍ରାବିଦ ଜଣେ କିମ୍ବଦନ୍ତୀ କ୍ରିକେଟର । କିନ୍ତୁ ଜଣେ ଅଧିନାୟକ ଭାବରେ ତାଙ୍କର ସେତେଟା ଭଲ ରେକର୍ଡ ନାହିଁ ଓ କୋଚ୍‌ ଭାବରେ ସେ ବର୍ତ୍ତମାନ ସୁଦ୍ଧା କୌଣସି ଚମତ୍କାର କରି ନାହାନ୍ତି । ୨୦୦୭ରେ ଭାରତ ବାଂଲାଦେଶ ବିପକ୍ଷରେ ପରାଜିତ ହୋଇଥିଲା । ଏହି ଟିମ୍‌ର ଅଧିନାୟକ ଥିଲେ ରାହୁଲ ଦ୍ରାବିଡ । ଏହାକୁ ନେଇ BCCIର କଣ ଆଭିମୁଖ୍ୟ ରହୁଛି ତାହା ଦେଖିବା ବାକି ରହିଲା । ଟିମ୍‌ ଇଣ୍ଡିଆର ଏଭଳି ପ୍ରଦର୍ଶନ ପରେ ଟିମ୍‌ର ମୁଖ୍ୟଙ୍କୁ ନେଇ ବୋର୍ଡର ପଦକ୍ଷେପ ଉପରେ ଏବେ ସଭିଙ୍କ ନଜର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.