ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପାଇଁ ସାଉଥାମ୍ପଟନରେ ଅଭ୍ୟାସ ଆରମ୍ଭ କରିଛି ଭାରତୀୟ କ୍ରିକେଟ ଟିମ । ଏନେଇ ଗୁରୁବାର ଭାରତୀୟ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ଟିମର ଅଭ୍ୟାସ ବେଳର ଭିଡିଓ ଜାରି କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ WTC ଫାଇନାଲ ମୁକାବିଲା ଖେଳିବ ବିରାଟ ବାହିନୀ ।
-
We have had our first group training session and the intensity was high 🔥#TeamIndia's 🇮🇳 preparations are on in full swing for the #WTC21 Final 🙌 pic.twitter.com/MkHwh5wAYp
— BCCI (@BCCI) June 10, 2021 " class="align-text-top noRightClick twitterSection" data="
">We have had our first group training session and the intensity was high 🔥#TeamIndia's 🇮🇳 preparations are on in full swing for the #WTC21 Final 🙌 pic.twitter.com/MkHwh5wAYp
— BCCI (@BCCI) June 10, 2021We have had our first group training session and the intensity was high 🔥#TeamIndia's 🇮🇳 preparations are on in full swing for the #WTC21 Final 🙌 pic.twitter.com/MkHwh5wAYp
— BCCI (@BCCI) June 10, 2021
ଭିଡିଓରେ କ୍ୟାପଟେନ ବିରାଟ କୋହଲି, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଋଷଭ ପନ୍ତ ନେସ୍ଟରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି ଓ ଆର ଅଶ୍ବିନ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଜଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ତାଙ୍କୁ ବୋଲିଂ କରୁଛନ୍ତି । ଖେଳାଳିମାନେ ସ୍ଲିପ କ୍ୟାଚିଂ ମଧ୍ୟ ଅଭ୍ୟାସ କରୁଥିବା ଭିଡିଓରେ ରହିଛି ।
ଭାରତୀୟ ଟିମ ବାଧ୍ୟତାମୂଳକ କ୍ବାରେଣ୍ଟିନ ସମୟ ଶେଷ କରିବା ପରେ ଆଇସିସି ପକ୍ଷରୁ ଅଭ୍ୟାସ ପାଇଁ ଅନୁମତି ମିଳିଛି । ଜୁନ 18ରେ ବିରାଟ କୋହଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ସହ ମୁହାଁମୁହିଁ ହେବ । ଏଆଇସିସି ଇଭେଣ୍ଟ ହୋଇଥିବାରୁ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ