ETV Bharat / sports

ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ଭାରତୀୟ ଦଳ ଘୋଷଣା, ଫେରିଲେ ଜାଡେଜା-ବିହାରୀ

ଆଇସିସି ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ବସିସିଆଇ । ଅଧିକ ପଢ଼ନ୍ତୁ...

ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

author img

By

Published : May 7, 2021, 6:49 PM IST

Updated : May 7, 2021, 6:58 PM IST

ମୁମ୍ବାଇ: ଆଇସିସି ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ବସିସିଆଇ । ଭାରତୀୟ ସ୍କ୍ବାଡରେ ମୋଟ 20 ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ଥିବା ସମସ୍ତ ଖେଳାଳି ଏହି ଇଂଲଣ୍ଡ ଗସ୍ତ ସ୍କ୍ବାଡରେ ରହିଛନ୍ତି ।

ଟେଷ୍ଟ ଦଳକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜା । ଉଭୟ ଅଷ୍ଟ୍ରେଲିଆ ବିପକ୍ଷରେ ଆହତଜନିତ ସମସ୍ୟା ଯୋଗୁଁ ଉଭୟ ଟେଷ୍ଟ ଦଳରୁ ବାଦ ପଡ଼ିଥିଲେ । ସେପଟେ ଦଳରେ ପୃଥ୍ବୀ ଶ', ହାର୍ଦ୍ଧିକ ପାଣ୍ଡ୍ୟା ଓ ଭୁବନେଶ୍ବର କୁମାରଙ୍କୁ ସ୍ଥାନ ମିଳିନାହିଁ ।

20 ଜଣିଆ ଭାରତୀୟ ଦଳ ସହ 4 ଜଣ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଷ୍ଟାଣ୍ଡ ବାଇରେ ରଖାଯାଇଛି । ଇଂଲଣ୍ଡ ଗସ୍ତରେ ସାମିଲ ହେବା ପାଇଁ କେଏଲ ରାହୁଲ ଓ ରିଦ୍ଧିମାନ ଶାହାଙ୍କୁ ଫିଟନେସ ପରୀକ୍ଷା ପାସ କରିବାକୁ ହେବ । ରିଦ୍ଧିମାନ ଶାହା ଆଇପିଏଲ ଖେଳିବା ସମୟରେ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ କେ ଏଲ ରାହୁଲ ଅଚାନକ ଆପେଣ୍ଡିକ୍ସରେ ଆକ୍ରାନ୍ତ ହୋଇଥିଲେ । ଉଭୟ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ହିଁ ଭାରତୀୟ ସ୍କ୍ବାଡରେ ସାମିଲ ହେବେ ।

ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଥିବା 20 ଜଣିଆ ଭାରତୀୟ ଦଳ :- ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ରବି ଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଜଶପ୍ରୀତ ବୁମରାହ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେଏଲ ରାହୁଲ ଓ ରିଦ୍ଧିମାନ ଶାହା ।

ଷ୍ଟାଣ୍ଡ ବାଏ ଖେଳାଳି-

ଅଭିମନ୍ୟୁ ଐଶ୍ବରନ, ପ୍ରସିଦ୍ଧ କ୍ରୀଷ୍ଣା, ଆବେଶ ଖାନ ଓ ଅର୍ଜାନ ନଗେଶ ୱାଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 7, 2021, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.