ETV Bharat / sports

ଭାରତ ପାଖରେ ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସୁଯୋଗ: ରାହୁଲ ଦ୍ରାବିଡ - ରାହୁଲ ଦ୍ରାବିଡ ଟେଷ୍ଟସିରିଜକୁ ନେଇ ମନ୍ତବ୍ୟ

ବିରାଟ ବାହିନୀ ପାଖରେ ଇଂଲଣ୍ଡ ଦଳ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ସୁଯୋଗ ରହିଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ । ଅଧିକ ପଢ଼ନ୍ତୁ...

ଭାରତ ପାଖରେ ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସୁଯୋଗ : ରାହୁଲ ଦ୍ରାବିଡ

author img

By

Published : May 9, 2021, 10:02 PM IST

ବେଙ୍ଗାଲୁରୁ: ବିରାଟ ବାହିନୀ ପାଖରେ ଇଂଲଣ୍ଡରେ ଇଂଲଣ୍ଡ ଦଳ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ସୁଯୋଗ ରହିଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ । ଟେଷ୍ଟ ଚମ୍ପିଆନସିପ ଫାଇନାଲ ପରେ ଇଂଲଣ୍ଡ ସହ 5 ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏଥିପାଇଁ 20 ଜଣିଆ ଭାରତୀୟ ଦଳ ମଧ୍ୟ ଘୋଷଣା କରି ସାରିଛି ବିସିସିଆଇ ।

ଏକ ସାକ୍ଷାତକାରରେ ରାହୁଲ ଦ୍ରାବିଡ କହିଛନ୍ତି ଯେ, "ମୁଁ ଭାବୁଛି ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ବିଜୟୀ ହେବାକୁ ଭାରତ ପାଖରେ ଏକ ସୁଯୋଗ ରହିଛି । ତେବେ ଇଲଂଣ୍ଡର ବୋଲିଂ ଉପରେ ସନ୍ଦେହ କରି ହେବ ନାହିଁ । ଯେକୌଣସି ବ୍ୟାଟିଂ ଲାଇନକୁ ଧ୍ବସ୍ତ କରିବା ସାମର୍ଥ୍ୟ ରଖିଛନ୍ତି ଇଂଲଣ୍ଡ ବୋଲର । ବିଶେଷ କରି ଫାଷ୍ଟ ବୋଲି ଆକ୍ରମଣକୁ ନେଇ ଭାରତୀୟ ଦଳ ସଜାଗ ହେବା ଆବଶ୍ୟକ ।"

ଇଂଲଣ୍ଡ ପାଖରେ ବିଶ୍ବସ୍ତରୀୟ ବ୍ୟାଟସମ୍ୟାନ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜୋଏ ରୁଟ ଓ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଟେଷ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ତେବେ ଭାରତରେ ବେନ ଷ୍ଟୋକସଙ୍କ ବିରୋଧରେ ରବିଚନ୍ଦ୍ରନ ଅଶ୍ବିନ ଭଲ ବୋଲିଂ କରିଛନ୍ତି । ଇଂଲଣ୍ଡରେ ଦୁହିଁଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଭାରତୀୟ ଦଳ ମଧ୍ୟ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିବାକୁ ଜୋରଦାର ଅଭ୍ୟାସ କରିବ । ଅଶ୍ବିନ ଓ ଜାଡେଜାଙ୍କ ଯୋଡ଼ିଙ୍କୁ ନେଇ ଇଂଲଣ୍ଡ ଦଳ ସଜାଗ ହେବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ ଦ୍ରାବିଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.