ETV Bharat / sports

ସାଉଥାମ୍ପଟନରେ 3 ଦିନ ପରସ୍ପରକୁ ଭେଟିବେନି ଭାରତୀୟ ଖେଳାଳି

author img

By

Published : Jun 4, 2021, 7:49 PM IST

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଅଭ୍ୟାସ ପୂର୍ବରୁ, 3 ଦିନ କଡା କ୍ବାରେଣ୍ଟିନରେ ରହିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

Indian players not allowed to meet each other for three days in Southampton
ସାଉଥାମ୍ପଟନରେ 3ଦିନ ପରସ୍ପରକୁ ଭେଟିବେନି ଭାରତୀୟ ଖେଳାଳି

ସାଉଥାମ୍ପଟନ: ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ବଡ ଖୁଲାସା । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଅଭ୍ୟାସ ପୂର୍ବରୁ, ଟିମକୁ 3 ଦିନ କଡା କ୍ବାରେଣ୍ଟିନରେ ରହିବାକୁ ହେବ । ଏପରିକି ପରସ୍ପର ସାକ୍ଷାତ କରିବାକୁ ଖେଳାଳିଙ୍କୁ ଅନୁମତି ନାହିଁ ।

WTC ଫାଇନାଲ ମ୍ୟାଚ୍‌ ଜୁନ 18ରୁ ଆରମ୍ଭ ହେବ । ଅନ୍ୟପଟେ ଇଂଲଣ୍ଡ ବିପକ୍ଷରେ ଦୁଇଟିକିଆ ଟେଷ୍ଟ ସିରିଜରେ ବ୍ୟସ୍ତ ରହିଛି ନ୍ୟୁଜିଲାଣ୍ଡ ।

ୟୁକେ ଗସ୍ତ ପୂର୍ବରୁ ଭାରତୀୟ ସ୍କ୍ବାଡ ମୁମ୍ବାଇରେ 14ଦିନ କ୍ବାରେଣ୍ଟିନରେ ରହିଛି । ଭାରତୀୟ ପୁରୁଷ ଓ ମହିଳା ଟିମ ସମାନ ବିମାନରେ ଉଡାଣ ଭରିଥିଲେ । ଲଣ୍ଡନରେ ପହଞ୍ଚିବା ପରେ ସାଉଥାମ୍ପଟନକୁ ଦୁଇଘଣ୍ଟା ବସ୍‌ଯାତ୍ରା କରିଛି ଟିମ ଇଣ୍ଡିଆ ।

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ପରେ ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ମହିଳା ଟିମ ଜୁନ 16ରୁ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ପରେ ଦିନିକିଆ ଓ ଟି20 ସିରିଜ ଖେଳିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.