ETV Bharat / sports

ବଢିଲା ଫ୍ୟାନ୍ସଙ୍କ ହାର୍ଟବିଟ, ପୁଣି ମୈଦାନକୁ କମବ୍ୟାକ କରିବେ Yuvraj !

author img

By

Published : Nov 2, 2021, 12:43 PM IST

Updated : Nov 2, 2021, 1:08 PM IST

ପୁଣି ୟୁଭି ୟୁଭି ନାଁରେ ଫାଟି ପଡିବ କ୍ରିକେଟ ଷ୍ଟାଡିୟମ ! ମୈଦାନରେ ଦେଖିବାକୁ ମିଳିବ ଜର୍ସି ନଂ ୧୨ । କାରଣ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । ସେ ଆସନ୍ତା ବର୍ଷ କ୍ରିକେଟ ମୈଦାନକୁ କମବ୍ୟାକ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବଢିଲା କ୍ରିକେଟପ୍ରେମୀଙ୍କ ହାର୍ଟବିଟ୍‌, ପୁଣି ମୈଦାନକୁ କମବ୍ୟାକ୍‌ କରିବେ କ୍ରିକେଟର Yuvraj

ମୁମ୍ବାଇ: ପୁଣି ମୈଦାନରେ ଦେଖିବାକୁ ମିଳିବ ଜର୍ସି ନଂ ୧୨ । ଦର୍ଶକଙ୍କ ୟୁଭି ୟୁଭି ଡାକରେ ଫାଟି ପଡିବ ଷ୍ଟାଡିୟମ । ଗୋଟିଏ ଓଭରରେ ୬ଟି ଛକା ଦେଖିବାର ସୁଯୋଗ ପାଇପାରିବେ ଫ୍ୟାନ୍ସ । ଏଭଳି କିଛି ଦୃଶ୍ୟ ଏବେ ସଭି କ୍ରିକେଟପ୍ରେମୀଙ୍କ ଆଖି ଆଗରେ ନାଚି ଉଠିବାରେ ଲାଗିଲାଣି । କାରଣ ପୁଣି କ୍ରିକେଟ ମୈଦାନକୁ କମବ୍ୟାକ୍‌ କରିବାକୁ ଯାଉଛନ୍ତି ସଭିଙ୍କ ପ୍ରିୟ ତଥା ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ । ସେ ଆସନ୍ତା ୨୦୨୨ ମସିହା ଫେବୃଆରୀ ମାସରେ ପୁଣି ଭାରତ ପାଇଁ କ୍ରିକେଟ ଖେଳିବେ ବୋଲି ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ।

ଏହି ଖବର ପାଇବା ପରେ ସବୁ କ୍ରିକେଟ ପ୍ରେମୀଙ୍କ ଦିଲ୍‌ର ଧଡ଼କନ ବଢିବାରେ ଲାଗିଛି । ପୁଣି ଷ୍ଟାଡିୟମରେ ଯୁବରାଜଙ୍କ ଧମାକାଦାର ବ୍ୟାଟିଂ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଯୁବରାଜ କ୍ରିକେଟରୁ ଅବସର ନେଇସାରିଥିବା ବେଳେ ପୁଣି ଦେଶ ପାଇଁ ଖେଳିବେ ବୋଲି ଘୋଷଣା କରିଛନ୍ତି । ତେବେ ଏ ସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଭଗବାନ ତୁମର ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ଲୋକଙ୍କ ଡିମାଣ୍ଡ ଅନୁସାରେ ସେ ପୁଣି ଆଉ ଥରେ କ୍ରିକେଟ ମୈଦାନକୁ କମବ୍ୟାକ୍‌ କରିବାକୁ ଯାଉଛନ୍ତି । ଦେଶବାସୀଙ୍କଠାରୁ ଏହି ଭଲ ପାଇବା ପାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହିଭଳି ଭାବରେ ତାଙ୍କୁ ସମର୍ଥନ କରିବା ସହିତ ଭାରତୀୟ ଟିମକୁ ସମର୍ଥନ କରିବା ପାଇଁ ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏକ ସଚ୍ଚୋଟ ବା ପ୍ରକୃତ ଫ୍ୟାନ୍‌ କଠିନ ସମୟରେ ମଧ୍ୟ ଟିମକୁ ସମର୍ଥନ କରିଥାଏ । ଏଣୁ ଏହିଭଳି ଭାବରେ ଭାରତୀୟ ଟିମକୁ ସମର୍ଥନ କରିବା ପାଇଁ ସେ ସମସ୍ତ ଫ୍ୟାନ୍ସଙ୍କୁ କହିଛନ୍ତି । ବିଶ୍ବକପ ୨୦୧୧ରେ ନିଜ ଜୀବନର ସବୁଠୁ ଭଲ କ୍ରିକେଟ ଖେଳିଥିଲେ ଯୁବରାଜ । ସେ ଉଭୟ ବ୍ୟାଟିଂ ଓ ବୋଲିଂ ନିଜର ଯାଦୁ ଦେଖାଇ କ୍ରିକେଟପ୍ରେମୀଙ୍କୁ ଯୋଗାଇଥିଲେ ଭରପୂର ମନୋରଞ୍ଜନ । ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୬୨ ରନ୍‌ କରିଥିବା ବେଳେ ୧୫ଟି ୱିକେଟକୁ ନିଜ ନାଁରେ କରିଥିଲେ ।

କିନ୍ତୁ ଏହି ବଡ଼ ଟୁର୍ଣ୍ଣାମେଣ୍ଟର କିଛି ଦିନ ପରେ ସେ କର୍କଟ ରୋଗରେ ହୋଇଥିଲେ ଆକ୍ରାନ୍ତ । ୨୦୧୧ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଚମତ୍କାର କ୍ରିକେଟ ଖେଳି ଦେଶବାସୀଙ୍କୁ ଯୁବରାଜ ଗର୍ବିତ କରିଥିଲେ । କିନ୍ତୁ ଗତ ୨୦୧୯ ମସିହା ଜୁନ ୧୦ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଯୁବରାଜ । ସେ ଶେଷଥର ପାଇଁ ୨୦୨୧ ମସିହାରେ ରୋଡ ସେଫ୍ଟି ସିରିଜରେ କ୍ରିକେଟ ଫିଲ୍ଡରେ ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2021, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.