ETV Bharat / sports

Virat Kohli Net Worth: ହଜାରେ କୋଟି ଟପିଲା କୋହଲିଙ୍କ ସମ୍ପତ୍ତି, ଜାଣନ୍ତୁ କେଉଁଠୁ ଆସୁଛି ଏତେ ଟଙ୍କା - କୋହଲିଙ୍କ ମୋଟ ସମ୍ପତ୍ତି ୧ ହଜାର କୋଟି ପାର

ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ ହଜାର କୋଟି ପାର କରିଛି । ଏକ ଜାତୀୟ ସଂସ୍ଥା ଷ୍ଟକ୍‌ ଗ୍ରୋ ମୁତାବକ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

Virat Kohli Net Worth
Virat Kohli Net Worth
author img

By

Published : Jun 18, 2023, 8:51 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କର କ୍ରେଜ୍‌ ସାରା ବିଶ୍ବରେ ରହିଛି । ବିଶ୍ବର ଲୋକପ୍ରିୟ ଖେଳାଳୀଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ । ଯେଉଁଥିପାଇଁ କିଙ୍ଗ୍‌ କୋହଲି ଭାବେ ସେ ବେଶ୍‌ ପରିଚିତ । ଏହା ସହିତ ରୋଜଗାର ମାମଲାରେ ମଧ୍ୟ କୋହଲି ଏବେ ଅନ୍ୟ ଖେଳାଳୀଙ୍କ ତୁଳନାରେ ବହୁତ ଆଗରେ ରହିଛନ୍ତି । ବର୍ତ୍ତମାନ ସମୟରେ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ ହଜାର କୋଟି ପାର କରିଛି ।

ଏକ ଜାତୀୟ ସଂସ୍ଥା ଷ୍ଟକ୍‌ ଗ୍ରୋ' ମୁତାବକ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୦୫୦ କୋଟିରେ ପହଞ୍ଚିଛି । ବିରାଟ କୋହଲିଙ୍କର ଖେଳ ବ୍ୟତୀତ ବିଭିନ୍ନ କମ୍ପାନୀର ବିଜ୍ଞାପନ, ସୋସିଆଲ ମିଡିଆ ପୋଷ୍ଟ ସମେତ ଅନ୍ୟ ଉତ୍ସରୁ ମଧ୍ୟ ରୋଜଗାର ରହିଛି । ବିରାଟ କୋହଲି ବର୍ତ୍ତମାନ ଟିମ୍ ଇଣ୍ଡିଆର 'ଏ' ଗ୍ରେଡ୍‌ ଖେଳାଳୀ ଭାବେ ଅନୁବନ୍ଧିତ ଅଛନ୍ତି । ଏଥିରୁ ସେ ବାର୍ଷିକ ୭ କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହା ସହିତ ସେ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ, ଗୋଟିଏ ଦିନିକିଆ ମ୍ୟାଚ୍‌ ପାଇଁ ୬ ଲକ୍ଷ ଓ ଗୋଟିଏ ଟି୨୦ ମ୍ୟାଚ୍‌ ପାଇଁ ୩ ଲକ୍ଷ ଟଙ୍କା ନେଉଛନ୍ତି । ଏହା ସହିତ କୋହଲି ଆଇପିଏଲରେ ଅଧିକ ଟଙ୍କା ରୋଜଗାର କରୁଥିବା ଖେଳାଳୀ ମାନଙ୍କ ସୂଚୀରେ ମଧ୍ୟ ରହିଛନ୍ତି । ସେ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ୍‌ ବାଙ୍ଗାଲୋର ଟିମ୍ ପାଇଁ ଖେଳୁଛନ୍ତି । କୋହଲି ଆଇପିଏଲ୍‌ର ଗୋଟିଏ ସିଜିନ୍‌ ଖେଳିବା ପାଇଁ ୧୫ କୋଟି ଟଙ୍କା ନେଉଛନ୍ତି ।

ଏହା ବ୍ୟତୀତ କୋହଲିଙ୍କର ଗୋଟିଏ ରେଷ୍ଟୁରାଣ୍ଟ ରହିଛି । One8 ଭଳି ବ୍ରାଣ୍ଡ୍‌ର ସେ ମାଲିକ । ଯେଉଁଥିରୁ ତାଙ୍କୁ ସର୍ବାଧିକ ରୋଜଗାର ମିଳୁଥିବା କୁହାଯାଉଛି । ଅନେକ ବ୍ରାଣ୍ଡ୍‌ ପାଇଁ କୋହଲି ବ୍ରାଣ୍ଡ୍‌-ଆମ୍ବାସାଡର ମଧ୍ୟ ରହିଛନ୍ତି । ଭିଭୋ, ମିନ୍ତ୍ରା, ବ୍ଲ୍ୟୁ ଷ୍ଟାର୍‌, ଭୋଲିନି, ଏମ୍‌ଆର୍‌ଏଫ୍‌ ଭଳି ଅନେକ ହାଇପ୍ରୋଫାଇଲ୍‌ ବ୍ରାଣ୍ଡ୍‌ର ପାଇଁ ନିଜେ ବ୍ରାଣ୍ଡ୍‌-ଆମ୍ବାସାଡାର୍‌ ରହିଛନ୍ତି କୋହଲି । ପ୍ରତି ବିଜ୍ଞାପନ ପାଇଁ କୋହଲି ପ୍ରାୟ ୭.୫୦ କୋଟିରୁ ୧୦ କୋଟି ଟଙ୍କା ରୋଜଗାର କରୁଛନ୍ତି । ଏଥିରୁ କୋହଲିଙ୍କ ବାର୍ଷିକ ପ୍ରାୟ ୧୭୫ କୋଟି ଟଙ୍କା ରୋଜଗାର ହେଉଛି ।

ଏହାଛଡ଼ା ସୋସିଆଲ ମିଡିଆରେ ମଧ୍ୟ ପ୍ରତି ପୋଷ୍ଟ ପାଇଁ କୋହଲି ମୋଟା ଅଙ୍କର ଟଙ୍କା ନେଉଛନ୍ତି । ଇନଷ୍ଟାଗ୍ରାମରେ କୋହଲିଙ୍କର ୨୫୨ ମିଲିୟନ ଫଲୋର୍ସ ରହିଥିବା ବେଳେ ଗୋଟିଏ ପୋଷ୍ଟରୁ ତାଙ୍କୁ ପ୍ରାୟ ୮.୯ କୋଟି ଟଙ୍କା ମିଳିଥାଏ । ସେହିଭଳି ଟ୍ବିଟରରେ ପୋଷ୍ଟ ପ୍ରତି ସେ ୨.୫ କୋଟି ଟଙ୍କା ରୋଜଗାର କରୁଛନ୍ତି । କୋହଲିଙ୍କ ପାଖରେ ୨ଟି ଘର ରହିଛି । ୩୪ କୋଟି ଟଙ୍କାର ଏକ ଘର ମୁମ୍ବାଇରେ ରହିଥିବା ବେଳେ ୮୦ କୋଟି ଟଙ୍କା ମୂଲ୍ୟର ଏକ ଘର ଗୁରୁଗ୍ରାମରେ ରହିଛି । ୩୧ କୋଟି ଟଙ୍କାର ଦାମୀ କାର୍‌ ମଧ୍ୟ ଚଢ଼ୁଛନ୍ତି କୋହଲି । ଏହା ସହିତ ଏକ ଫୁଟ୍‌ବଲ କ୍ଲବ, ଏକ ଟେନିସ୍‌ ଟିମ୍‌ ଓ ଗୋଟିଏ ରେସଲିଂ ଟିମ୍‌ର ମଧ୍ୟ ମାଲିକାନା କୋହଲିଙ୍କ ନାମରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.