ETV Bharat / sports

କ୍ରିକେଟର ଉମେଶ ଯାଦବଙ୍କୁ ଚୂନ ଲଗାଇଲେ ମ୍ୟାନେଜର, ନେଇଗଲେ ୪୪ ଲକ୍ଷ

author img

By

Published : Jan 22, 2023, 10:16 AM IST

ଠକେଇର ଶିକାର ହେଲେ କ୍ରିକେଟର ଉମେଶ ଯାଦବ । ସମ୍ପତ୍ତି କ୍ରୟ ବାହାନାରେ ମ୍ୟାନେଜର ନେଇଗଲେ ୪୪ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

Umesh Yadav duped of lakhs of rupees
Umesh Yadav duped of lakhs of rupees

ମୁମ୍ବାଇ: ଟଙ୍କା ଠକେଇର ଶିକାର ହେଲେ ଭାରତୀୟ କ୍ରିକେଟର ଉମେଶ ଯାଦବ । ତାଙ୍କ ନାମରେ ସମ୍ପତ୍ତି କ୍ରୟ କରିବା ନେଇ ୪୪ ଲକ୍ଷ ଟଙ୍କା ଠକି ନେଲେ ସାଙ୍ଗରୁ ମ୍ୟାନେଜର ବନିଥିବା ଶୈଲେଶ ଠାକରେ । ମହାରାଷ୍ଟ୍ରର ନାଗପୁରରେ ଉପମେଶଙ୍କ ମ୍ୟାନେଜର ସମ୍ପତ୍ତି କ୍ରୟ ନେଇ ଟଙ୍କା ନେବା ପରେ ବର୍ତ୍ତମାନ ଫେରାର ହୋଇଯାଇଛି । ଏନେଇ ତାଙ୍କ ନାମରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଅପରାଧ ଓ ପ୍ରତାରଣା ଅଭିଯୋଗରେ ଶୈଲେଶ ଠାକରେ ବିରୋଧରେ କୋରେଡି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶୈଲେଶଙ୍କୁ ଗିରଫ କରାଯାଇନାହିଁ ।

ଡିସିପି ନାଗପୁର ଅଶ୍ୱିନୀ ପାଟିଲ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ''ଉମେଶ ଯାଦବଙ୍କ ନାମରେ ସମ୍ପତ୍ତି କ୍ରୟ କରିବା ପାଇଁ ତାଙ୍କ ମ୍ୟାନେଜର ଶୈଲେଶ ଠାକରେ ୪୪ ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ସମ୍ପତ୍ତି କିଣିବା ବଦଳରେ ସେ ଉମେଶଙ୍କ ସହ ବିଶ୍ବାସ ଘାତକତା କରିଥିଲେ । ଏନେଇ ଅଭିଯୋଗ ଆସିବାପରେ ପରେ ଥାନାରେ ଆଇପିସି ଧାରା ୪୦୬ ଓ ୪୨୦ ରେ ଏକ ମାମଲା ରୁଜୁ କରାଯା ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ''

ଏହା ମଧ୍ୟ ପଢନ୍ତୁ-Hockey World Cup: ଆଜି ଭାରତ ପାଇଁ ନିର୍ଣ୍ଣାୟକ ମ୍ୟାଚ, ନ୍ୟୁଜିଲାଣ୍ଡ ସହ କ୍ରସଓଭର ଲଢେଇ

ସେ ଆହୁରି ମଧ୍ୟ କହିଛନ୍ତି ଯେ,''ଟଙ୍କା ଠକେଇର ଶିକାର ହେବା ପରେ ଉମେଶ ଯାଦବ କୋରାଡି ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଉମେଶ ଯାଦବ ସମ୍ପତ୍ତି କିଣିବା ପାଇଁ କୋରାଡି ଥାନା ଅଞ୍ଚଳର ଏମଏସଇବି କଲୋନୀରେ ଥିବା ବ୍ୟାଙ୍କ ଖାତାରେ ୪୪ ଲକ୍ଷ ଟଙ୍କା ଜମା କରିଥିଲେ । କିନ୍ତୁ ଅଭିଯୁକ୍ତ ମ୍ୟାନେଜର ଶୈଲଶ ଟଙ୍କା ନେବା ପରେ ଉମେଶଙ୍କ ନାମରେ ସମ୍ପତ୍ତି କିଣିନଥିଲା । ଏହା ବଦଳରେ ସେହି ଟଙ୍କାରେ ନିଜ ନାମରେ ସମ୍ପତ୍ତି କିଣିଥିଲା । ପରେ କ୍ରିକେଟର ଉମେଶ ଯାଦବଙ୍କୁ ଟଙ୍କା ଫେରସ୍ତ ନକରିବାରୁ ଥାନାରେ ଅଭିଯୋଗ ହୋଇଥିଲା ।''

ତେବେ ମ୍ୟାନେଜର ଠାରୁ ଟଙ୍କା ଠକେଇର ଶିକାର ହେବା ପରେ ଉମେଶ ଯାଦବ କୋରାଡି ଥାନାରେ ଲିଖିତ ଅଭିଯୋଗ କରି ପୋଲିସକୁ ପୁରା ଘଟଣା ସମ୍ପର୍କରେ କହିଥିଲେ । ଉମେଶଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଶୈଲେଶକୁ ଗିରଫ କରିପାରିନି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.