ETV Bharat / sports

ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୨୭୮ରେ ଅଲଆଉଟ୍, 95 ରନର ଲିଡ୍ - ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୨୭୮ ରନ କରି ଅଲଆଉଟ ହୋଇଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୧୮୩ ରନ କରି ଅଲଆଉଟ ହୋଇଥିଲା । ଅଧିକ ପଢ଼ନ୍ତୁ...

indian cricket team all out for 278 in first innings in first test against england
ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୨୭୮ରେ ଅଲଆଉଟ୍
author img

By

Published : Aug 6, 2021, 9:43 PM IST

ଲଣ୍ଡନ: ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୨୭୮ ରନ କରି ଅଲଆଉଟ ହୋଇଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୧୮୩ ରନ କରି ଅଲଆଉଟ ହୋଇଥିଲା । ବର୍ତ୍ତମାନ ୯୫ ରନ ଲିଡ୍ ନେବାରେ ସକ୍ଷମ ହୋଇଛି ଭାରତୀୟ ଦଳ । ପ୍ରଥମ ଇନିଂସରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ ଦମଦାର ରହିଥିଲା । ପ୍ରଥମ ୱିକେଟ ପାଇଁ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ମଧ୍ୟରେ ୯୭ ରନର ଭାଗୀଦାରୀ ହୋଇଥିଲା ।

ଦଳୀୟ ସ୍କୋର ୯୭ ରନ୍ ହୋଇଥିବା ବେଳେ ରୋହିତ ଶର୍ମା ଏକ ପୁଲ ସଟ ଖେଳି ଆଉଟ ହୋଇଥିଲେ । ଏହାପରେ ପୂଜାରା ମାତ୍ର ୪ ରନ କରି ଆଉଟ ହୋଇଥିଲେ । ଅଧିନାୟକ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ତାଙ୍କୁ ପାଭେଲିୟନ ପଠାଇ ଦେଇଥିଲେ ଜେମସ ଆଣ୍ଡରସନ । ରାହାଣେଙ୍କ ଠାରୁ ଏକ ଭଲ ପାଳିର ଆଶା କରାଯାଉଥିବା ବେଳେ ସେ ମଧ୍ୟ ସଙ୍କଟ ସମୟରେ ରନ ଆଉଟ ହୋଇଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଯାଉଥିବା ବେଳେ ଗୋଟିଏ ପଟେ ରହି ଲଢ଼େଇ ଜାରି ରଖିଥିଲେ କେଏଲ ରାହୁଲ ।

ରାହୁଲଙ୍କ ସାଥ୍ ଦେବାକୁ ଯୁବ କ୍ରିକେଟର ଋଷଭ ପନ୍ତ କିଛି ସମୟ ଚେଷ୍ଟା କରିଥିଲେ । ତେବେ ମଧ୍ୟ ବଡ଼ ଖେଳିବା ଆଶାରେ ମାତ୍ର ୨୫ ରନ ହିଁ କରି ପାରିଥିଲେ । ଏହାପରେ ପଡ଼ିଆକୁ ଓହ୍ଲାଇଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବଡ଼ ସଟ୍ ଖେଳିବା ବେଳେ ପୁନଃ ଆଣ୍ଡରସନଙ୍କ ଶିକାର ହୋଇଥିଲେ ସେଟ୍ ବ୍ୟାଟସମ୍ୟାନ କେଏଲ ରାହୁଲ । ରବିନ୍ଦ୍ର ଜାଡେଜା ବଡ଼ ସଟ ଖେଳି ୫୬ ରନ କରି ପାଭେଲିୟନ ଫେରିଥିଲେ । ଶାର୍ଦ୍ଦୁଲ ଠାକୁର ମଧ୍ୟ ଡକ୍ ଆଉଟ ହୋଇ ଫେରଥିଲେ । ସେପଟେ ଶେଷ ବେଳକୁ ମହମ୍ମଦ ସାମିଙ୍କ ୧୩ ରନ ଓ ଜଶପ୍ରୀତ ବୁମରାଙ୍କ ୨୮ ରନ ବଳରେ ଭାରତୀୟ ଦଳ ସ୍କୋର ୨୭୮ ରନରେ ପହଞ୍ଚି ପାରିଥିଲା ।

ସେପଟେ ଇଂଲଣ୍ଡ ମଧ୍ୟ ଦମଦାର ବୋଲିଂ କରି ଭାରତୀୟ ବ୍ୟାଟସମ୍ୟାନଙ୍କ ହାତ ଖୋଲିବାକୁ ଦେଇନଥିଲା । ଇଂଲଣ୍ଡ ପକ୍ଷରୁ ରବିନସନ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ ୪ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ ଆଣ୍ଡରସନ ୪ଟି ୱିକେଟ ନେଇ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେବା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.