ETV Bharat / sports

ପ୍ରଶଂସକଙ୍କ ମନ ଜିଣିଲେ ଲୋକେଶ ରାହୁଲ

author img

By

Published : Aug 20, 2022, 9:49 AM IST

ଲୋକେଶ ରାହୁଲ ଜିତିଲେ ପ୍ରଶଂସକଙ୍କ ମନ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ପ୍ରଶଂସକଙ୍କ ମନ ଜିଣିଲେ ଲୋକେଶ ରାହୁଲ
ପ୍ରଶଂସକଙ୍କ ମନ ଜିଣିଲେ ଲୋକେଶ ରାହୁଲ

ନୂଆଦିଲ୍ଲୀ: ମ୍ୟାଚ ଜିତିବା ସହିତ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିଣିଛନ୍ତି ଲୋକେଶ ରାହୁଲ । ଏହି ଦିନିକିଆ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜାତୀୟ ସଙ୍ଗୀତ ବୋଲା ଯିବା ପାଇଁ ଉଭୟ ଜିମ୍ବାୱେ ଏବଂ ଭାରତ ପଡିଆକୁ ଆସିଥିଲେ । ପ୍ରଥମେ ଜିମ୍ବାୱେର ଜାତୀୟ ସଙ୍ଗୀତ ବୋଲାଯାଇଥିଲା । ସେହି ସମୟରେ ଲୋକେଶ ରାହୁଲ ପାଟିରେ ଚୁଇଙ୍ଗମ ପୁରାଇ ଚୁପଚାପ ଠିଆ ହୋଇଥିଲେ । ପରେ ଭାରତର ଜାତୀୟ ସଙ୍ଗୀତ ବୋଲାଯାଇଥିଲେ । ଲୋକେଶ ରାହୁଲ ଭାରତର ଜାତୀୟ ସଙ୍ଗୀତ ବୋଲାଯିବା ପୂର୍ବରୁ ନିଜ ପାଟିରୁ ଚୁଇଁଗମ ବାହାର କରି ଫୋପାଡି ଦେଇଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେଶ ରାହୁଲଙ୍କର ଏହି ମନୋଭାବକୁ ପ୍ରଶଂସକ ବାଃ ବାଃ ଜଣାଇଛନ୍ତି ।

Proud of you, Captain KL Rahul! ❤️pic.twitter.com/5Xuvq5mag8

— Kunal Yadav (@kunaalyaadav) August 18, 2022 ">

ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ଜିମ୍ବାୱେ ସିରିଜରେ ଭାରତ ଗୁରୁବାର ଜିମ୍ବାୱେକୁ ୧୦ ୱିକେଟରେ ହରାଇ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ଦିନିିକିଆ ମ୍ୟାଚରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୧୯୦ ରନର ଟାର୍ଗେଟ ଦେଇଥିଲା । ୧୯୦ ରନର ଟାର୍ଗେଟ ନେଇ ଭାରତର ଦୁଇ ଓପନର ଶିଖର ଧାୱନ ଏବଂ ଶୁଭମନ ଗିଲ ପଡିଆକୁ ଓହ୍ଲାଇଥିଲେ । ଉଭୟଙ୍କ ପାର୍ଟନରସିପ ଦମଦାର ପ୍ରଦର୍ଶନ କରି ଭାରତ ୩୦.୫ ଓଭରରେ ସହଜରେ ଟାର୍ଗେଟ ହାସଲ କରିନେଇଥିଲା । ଶିଖର ଧାୱନ ୧୧୩ ବଲରୁ ୮୧ ରନ କରିଥିବା ବେଳେ ଶୁଭମନ ଗିଲ ୭୨ ବଲରୁ ୮୨ ରନ କରି ଅପରାଜିତ ରହିଥିଲେ ।

ନୂଆଦିଲ୍ଲୀ: ମ୍ୟାଚ ଜିତିବା ସହିତ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିଣିଛନ୍ତି ଲୋକେଶ ରାହୁଲ । ଏହି ଦିନିକିଆ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜାତୀୟ ସଙ୍ଗୀତ ବୋଲା ଯିବା ପାଇଁ ଉଭୟ ଜିମ୍ବାୱେ ଏବଂ ଭାରତ ପଡିଆକୁ ଆସିଥିଲେ । ପ୍ରଥମେ ଜିମ୍ବାୱେର ଜାତୀୟ ସଙ୍ଗୀତ ବୋଲାଯାଇଥିଲା । ସେହି ସମୟରେ ଲୋକେଶ ରାହୁଲ ପାଟିରେ ଚୁଇଙ୍ଗମ ପୁରାଇ ଚୁପଚାପ ଠିଆ ହୋଇଥିଲେ । ପରେ ଭାରତର ଜାତୀୟ ସଙ୍ଗୀତ ବୋଲାଯାଇଥିଲେ । ଲୋକେଶ ରାହୁଲ ଭାରତର ଜାତୀୟ ସଙ୍ଗୀତ ବୋଲାଯିବା ପୂର୍ବରୁ ନିଜ ପାଟିରୁ ଚୁଇଁଗମ ବାହାର କରି ଫୋପାଡି ଦେଇଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେଶ ରାହୁଲଙ୍କର ଏହି ମନୋଭାବକୁ ପ୍ରଶଂସକ ବାଃ ବାଃ ଜଣାଇଛନ୍ତି ।

ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ଜିମ୍ବାୱେ ସିରିଜରେ ଭାରତ ଗୁରୁବାର ଜିମ୍ବାୱେକୁ ୧୦ ୱିକେଟରେ ହରାଇ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ଦିନିିକିଆ ମ୍ୟାଚରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୧୯୦ ରନର ଟାର୍ଗେଟ ଦେଇଥିଲା । ୧୯୦ ରନର ଟାର୍ଗେଟ ନେଇ ଭାରତର ଦୁଇ ଓପନର ଶିଖର ଧାୱନ ଏବଂ ଶୁଭମନ ଗିଲ ପଡିଆକୁ ଓହ୍ଲାଇଥିଲେ । ଉଭୟଙ୍କ ପାର୍ଟନରସିପ ଦମଦାର ପ୍ରଦର୍ଶନ କରି ଭାରତ ୩୦.୫ ଓଭରରେ ସହଜରେ ଟାର୍ଗେଟ ହାସଲ କରିନେଇଥିଲା । ଶିଖର ଧାୱନ ୧୧୩ ବଲରୁ ୮୧ ରନ କରିଥିବା ବେଳେ ଶୁଭମନ ଗିଲ ୭୨ ବଲରୁ ୮୨ ରନ କରି ଅପରାଜିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.