ETV Bharat / sports

WTC Final: ଭାରତୀୟ ବ୍ୟାଟରଙ୍କ ସଟ୍ ସିଲେକ୍ସନ୍ ନେଇ ପ୍ରଶ୍ନ କଲେ ଗାଭାସ୍କର

author img

By

Published : Jun 12, 2023, 10:54 PM IST

ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ରେ ଭାରତୀୟ ବ୍ୟାଟରମାନେ ଖରାପ ସଟ୍‌ ଚୟନ କରି ଆଉଟ୍‌ ହୋଇଥିଲେ । ଯାହାକୁ ନେଇ ସେମାନଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ

ଭାରତୀୟ ଖେଳାଳୀଙ୍କୁ ସଟ୍ ଚୟନ ନେଇ ପ୍ରଶ୍ନ କଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତ ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ହାରିବା ପରେ ଏହାକୁ ନେଇ କିମ୍ବଦନ୍ତୀ କ୍ରିକେଟର ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତର ଚୂଡ଼ାନ୍ତ ଏକାଦଶରୁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ବାଦ୍‌ ଦେବାକୁ ନେଇ ପୂର୍ବରୁ ସୌରଭ ଗାଙ୍ଗୁଲି ଓ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ । ଏହାକୁ ଏକ ବଡ଼ କାରଣ ବୋଲି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ କହିଛନ୍ତି । ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ଖରାପ ସଟ୍‌ ଚୟନ କରି ଆଉଟ୍‌ ହୋଇଥିଲେ । ଯାହାକୁ ନେଇ ସେମାନଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

୨୦୧୩ ପରେ ଗୋଟିଏ ବି ଆଇସିସି ଟ୍ରଫି ହାତେଇବାରେ ସଫଳ ହୋଇନି ଭାରତ । ଏଥ ବିଶ୍ବ ଟେଷ୍ଟ୍ ଚମ୍ପିଆନ୍‌ସିପ୍‌ ଫାଇନାଲ ସୁଯୋଗକୁ ମଧ୍ୟ ହାତଛଡ଼ା କରିଛି । ଏଥିରେ ଭାରତର ପରାଜୟ ପରେ କିମ୍ବଦନ୍ତୀ ବ୍ୟାଟର୍‌ ସୁନୀଲ ଗାଭାସ୍କର ଖପ୍ପା ହୋଇଛନ୍ତି । ଏହି ପରାଜୟ ପାଇଁ ସେ ଭାରତୀୟ ବ୍ୟାଟିଂ ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ କରିଛୱନ୍ତି । ଏପରିକି ବିରାଟ କୋହଲି, ଚେତେଶ୍ବର ପୂଜାରାଙ୍କ ଭଳି ଟେଷ୍ଟ ବିଶେଷଜ୍ଞଙ୍କ ସଟ୍ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଭାସ୍କର । ସେ କହିଛନ୍ତି, "ପୂଜାରା ଯେଉଁ ସଟ୍ ଖେଳିଥିଲେ, ଲାଗୁଥିଲା କେହି ଜଣେ ତାଙ୍କୁ ଷ୍ଟ୍ରାଇକ୍ ରେଟ୍‌ ନେଇ ପ୍ରଶ୍ନ ଉଠାଉଛି । ସେ ଅତ୍ୟନ୍ତ ହାସ୍ୟାସ୍ପଦ ସଟ୍‌ ଖେଳି ଆଉଟ୍ ହୋଇଥିଲେ । ବିରାଟ କୋହଲି ଯେଉଁ ସଟ୍ ଖେଳି ଆଉଟ୍‌ ହେଲେ, ତାଙ୍କୁ ମଧ୍ୟ ଏ ସମ୍ପର୍କରେ ପ୍ରଶ୍ନ କରାଯିବା ଉଚିତ । କୋହଲିଙ୍କ ସଟ୍ ଅତ୍ୟନ୍ତ ଖରାପ ଥିଲା ।‌‌ ସେ ବାରମ୍ବାର ସେଭଳି ବଲ୍‌କୁ ଛାଡ଼ୁଥିଲେ । କିନ୍ତୁ ଅର୍ଦ୍ଧଶତକ ଆଶାରେ ଅଫଷ୍ଟମ୍ପ୍ ବାହାର ବଲ୍‌କୁ ଖେଳି ଧରାପଡ଼ିଲେ । ଜାଡେଜା ଏବଂ ରାହାଣେ ମଧ୍ୟ ସେଭଳି ‌ସଟ୍ ଖେଳିଥିଲେ, ଯେଉଁ ବଲକୁ ସେମାନେ ପୂର୍ବରୁ ଛାଡୁଥିଲେ ।"

ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ ସୋସିଆଲ ମିଡିଆରେ ଟେଷ୍ଟ ଚମ୍ପିଆନ ଅଷ୍ଟ୍ରେଲିଆକୁ ଶୁଭେଚ୍ଛା ଜଣାଇବା ସହ ଭାରତର ବିପର୍ଯ୍ୟୟର କାରଣ ବଖାଣିଥିଲେ । ସେ କହିଥିଲେ, "ଷ୍ଟେଭ୍‌ ସ୍ମିଥ୍‌ ଓ ଟ୍ରାଭିସ୍‌ ହେଡ୍‌ ପ୍ରଥମ ଦିନରୁ ହିଁ ଅଷ୍ଟ୍ରେଲିଆ ପାଇଁ ଏକ ମଜବୁତ ଭିତ୍ତିଭୁମୀ ତିଆରି କରିଥିଲେ । ଏହାପରେ ଭାରତକୁ ପ୍ରଥମ ପାଳିରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିବାର ଥିଲା । କିନ୍ତୁ ଭାରତୀୟ ବ୍ୟାଟର୍‌ ଫେଲ୍‌ ମାରିଥିଲେ । କିନ୍ତୁ ରିବଚନ୍ଦ୍ରନ ଅଶ୍ବୀନଙ୍କୁ କଣ ପାଇଁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖାଗଲା, ମୁଁ ବୁଝି ପାରୁନି । କାରଣ ସେ ବର୍ତ୍ତମାନ ଟେଷ୍ଟ ରାଙ୍କିଂରେ ବିଶ୍ବରେ ନମ୍ବର ୱାନ୍‌ ବୋଲର ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.