ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫି (BGT) ପ୍ରଥମ ମୁକାବିଲାରେ ଭାରତର ଦମଦାର ବିଜୟ । ଗୋଟିଏ ଇନିଂସ ଓ ୧୩୨ ରନରେ କଙ୍ଗାରୁ ଦଳକୁ ପରାସ୍ତ କଲା ଟିମ ଇଣ୍ଡିଆ । ଦୁଇଟି ଯାକ ଇନିଂସ୍ରେ ଭାରତ ପାଇଁ ପ୍ରଭାଶାଳୀ ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହେଲେ ରବିନ୍ଦ୍ର ଜାଡ଼େଜା ।
-
A splendid five-wicket haul in the second innings from @ashwinravi99 inspires #TeamIndia to a comprehensive victory in the first #INDvAUS Test 🙌🏻
— BCCI (@BCCI) February 11, 2023 " class="align-text-top noRightClick twitterSection" data="
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/wvecdm80k1
">A splendid five-wicket haul in the second innings from @ashwinravi99 inspires #TeamIndia to a comprehensive victory in the first #INDvAUS Test 🙌🏻
— BCCI (@BCCI) February 11, 2023
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/wvecdm80k1A splendid five-wicket haul in the second innings from @ashwinravi99 inspires #TeamIndia to a comprehensive victory in the first #INDvAUS Test 🙌🏻
— BCCI (@BCCI) February 11, 2023
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/wvecdm80k1
ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରୁ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା କଙ୍ଗାରୁ ଦଳ । ତେବେ ଭାରତୀୟ ବୋଲରଙ୍କ ଆକ୍ରମଣରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୦୦ ରନ ଛୁଇଁବା ପୂର୍ବରୁ ୧୭୭ ରନରେ ଅଲଆଉଟ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆର ମାରନସ ଲାବୁସାନେ ସର୍ବାଧିକ ୪୯ ରନ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୧୦୭ ବଲରେ ୩୭ ରନ୍ର ଇନିଂସ ଖେଳି ସ୍ପିନର ଜାଡେଜାଙ୍କ ବଲର ଶିକାର ହୋଇଥିଲେ ହୋଇଥିଲେ । ହେଣ୍ଡସ୍କମ ୩୧ ରନ ଓ ଆଲେକ୍ସ କ୍ୟାରୀ ୩୬ ରନ ସଂଗ୍ରହ କରିଥିଲେ । ଏହି ୪ ଜଣ ବ୍ୟାଟରଙ୍କୁ ଛାଡିଦେଲେ କଙ୍ଗାରୁ ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିବାରେ ସଫଳ ହୋଇ ପାରିନଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ମଧ୍ୟରେ ଜାଡ଼େଜାଙ୍କୁ ସର୍ବାଧିକ ୫ ୱିକେଟ, ଅଶ୍ବିନଙ୍କୁ ୩ ୱିକେଟ ଓ ଦୃତ ବୋଲର ସାମି ଓ ସିରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଏହାପରେ ଭାରତ ସେହିଦିନ ପ୍ରଥମ ଇନିଂସ ପାଳି ଆରମ୍ଭ କରି ୨୪ ଓଭର ଖେଳି ୭୭ ରନ କରିଥିଲା ।
-
𝗩𝗶𝗰𝘁𝗼𝗿𝘆 𝗶𝗻 𝗡𝗮𝗴𝗽𝘂𝗿! #TeamIndia 🇮🇳 win by an innings & 1️⃣3️⃣2️⃣ runs and take a 1️⃣-0️⃣ lead in the series 👏🏻👏🏻
— BCCI (@BCCI) February 11, 2023 " class="align-text-top noRightClick twitterSection" data="
What a start to the Border-Gavaskar Trophy 2023 👌🏻
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/jCVDsoJ3i6
">𝗩𝗶𝗰𝘁𝗼𝗿𝘆 𝗶𝗻 𝗡𝗮𝗴𝗽𝘂𝗿! #TeamIndia 🇮🇳 win by an innings & 1️⃣3️⃣2️⃣ runs and take a 1️⃣-0️⃣ lead in the series 👏🏻👏🏻
— BCCI (@BCCI) February 11, 2023
What a start to the Border-Gavaskar Trophy 2023 👌🏻
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/jCVDsoJ3i6𝗩𝗶𝗰𝘁𝗼𝗿𝘆 𝗶𝗻 𝗡𝗮𝗴𝗽𝘂𝗿! #TeamIndia 🇮🇳 win by an innings & 1️⃣3️⃣2️⃣ runs and take a 1️⃣-0️⃣ lead in the series 👏🏻👏🏻
— BCCI (@BCCI) February 11, 2023
What a start to the Border-Gavaskar Trophy 2023 👌🏻
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/jCVDsoJ3i6
ଦ୍ବିତୀୟ ଦିନର ଶେଷ ସୁଦ୍ଧା ୭ ୱିକେଟ ହରାଇ ୩୨୧ ରନ କରିଥିଲା ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ୧୫ଟି ଚୌକା ଓ ୨ଟି ଛକା ସହିତ ୧୨୦ ରନର ଦମଦାର ପାଳି ଖେଳିଥିଲେ । କିନ୍ତୁ ଏହାପରେ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ ଭାରତୀୟ ଅଧିନାୟକ । ଏହାପରେ ରବିନ୍ଦ୍ର ଜାଡେଜା ୬୬ ରନ ଓ ଅକ୍ସର ପଟେଲ ୫୩ ରନ କରି ଅପରାଜିତ ରହି ଆଜି ପୁଣିଥରେ ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ମଜଭୁତ ଭାଗିଦାରୀ ବଳରେ ଭାରତ ୪୦୦ ରନରେ ପ୍ରଥମ ଇନିଂସ ଶେଷ କରି ପ୍ରତିପକ୍ଷ ଦଳକୁ ୨୨୩ ରନର ଲିଡ୍ ଦେଇଥିଲା ।
-
An all-round match-winning performance to mark a memorable return! 🙌🏻@imjadeja becomes the Player of the Match as #TeamIndia win by an innings & 132 runs 👏🏻
— BCCI (@BCCI) February 11, 2023 " class="align-text-top noRightClick twitterSection" data="
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/VBGfjqB4dZ
">An all-round match-winning performance to mark a memorable return! 🙌🏻@imjadeja becomes the Player of the Match as #TeamIndia win by an innings & 132 runs 👏🏻
— BCCI (@BCCI) February 11, 2023
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/VBGfjqB4dZAn all-round match-winning performance to mark a memorable return! 🙌🏻@imjadeja becomes the Player of the Match as #TeamIndia win by an innings & 132 runs 👏🏻
— BCCI (@BCCI) February 11, 2023
Scorecard ▶️ https://t.co/SwTGoyHfZx…#INDvAUS | @mastercardindia pic.twitter.com/VBGfjqB4dZ
ତେବେ ଦ୍ବିତୀୟ ଇନିଂସରେ ମଧ୍ୟ କଙ୍ଗାରୁ ଦଳର ପ୍ରଦର୍ଶନ ଶୋଚନୀୟ ରହିଥିଲା । କଙ୍ଗାରୁ ଦଳର ଉଭୟ ପ୍ରାରମ୍ଭିକ ବ୍ୟାଟର ଉସ୍ମାନ ଖାୱଜା (୫) ଓ ଡେଭିଡ ୱାର୍ନର (୧୦)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ରବିଚନ୍ଦ୍ରନ ଅଶ୍ବିନ । ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲାବୁସାନେ ୧୭, ଷ୍ଟେଭ ସ୍ମିଥ ୨୫ ଓ ଆଲେକ୍ସ କ୍ୟାରୀ ୧୦ ରନ ସଂଗ୍ରହ କରିଥିଲେ । କଙ୍ଗାରୁ ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବା ପାଇଁ ସଫଳ ହୋଇନଥିଲେ । ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୧୨ ଓଭରରେ ୩୭ ରନ ବ୍ୟୟରେ ୫ ୱିକେଟ ହାସଲ କରି ପ୍ରତିପକ୍ଷ ଦଳକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ