ETV Bharat / sports

IND vs NZ 3rd ODI: ସିରିଜ କ୍ଲିନସ୍ୱିପ୍ କଲା ଭାରତ, ICC ଦିନିକିଆ ମାନ୍ୟତାରେ ଶୀର୍ଷକୁ ଉଠିଲା - india won by 90 runs against new zealand

ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚରେ ୯୦ ରନରେ ବିଜୟ ଲାଭ କରିଛି । ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ ରେ ସିରିଜ କ୍ଲିନ ସ୍ବିପ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ
author img

By

Published : Jan 24, 2023, 9:13 PM IST

Updated : Jan 24, 2023, 9:48 PM IST

ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ କ୍ଲିନ ସ୍ବିପ କଲା ଭାରତ । ୩-୦ ରେ ସିରିଜ କ୍ଲିନ ସ୍ବିପ ପରେ ଭାରତ ICC ଦିନିକିଆ ମାନ୍ୟତାରେ ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଆଜି (ମଙ୍ଗଳବାର) ଭାରତ ବନାମ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚରେ ୯୦ ରନରେ ବିଜୟ ଲାଭ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଥିଲା । ଏହାର ଜବାବରେ କିୱି ଦଳ ୪୧.୨ ଓଭରରେ ୨୯୫ ରନ କରି ଅଲ ଆଉଟ ହୋଇଛି । ଏହି ମ୍ୟାଚରେ ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ । ସେହିପରି ଶାର୍ଦ୍ଦୁଲ ଠାକୁର ଏବଂ କୂଲଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ ନେଇଥିଲେ ।

ଘରୋଇ ମାଟିରେ ନିଜର ଦମଦାର ପ୍ରଦର୍ଶନ ଜାରି କରିଛି ମେନ୍ ଇନ୍ ବ୍ଲୁ । ନ୍ୟୁଜିଲାଣ୍ଡକୁ ୩-୦ରେ ମାତ୍ ଦେଇ ସିରିଜ କ୍ଲିନ୍ ସ୍ବିପ କରିବାରେ ସଫଳ ହୋଇଛି ରୋହିତ ଏଣ୍ଡ କୋ । ଆଜିର ମ୍ୟାଚରେ ମେନ୍ ଇନ୍ ବ୍ଲୁର ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ ପରେ ବୋଲିଂରେ କମାଲ କରିଥିଲେ ଭାରତୀୟ ବୋଲର । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଆରମ୍ଭରୁ ଓପନିଂ ଯୋଡି ଦମଦାର ପାଳି ଆରମ୍ଭ କରିଥିଲେ । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ କ୍ରିଜରେ ତିଷ୍ଠି ଦମଦାର ସୋ ଦେଖାଇଥିଲେ । ଉଭୟ ଶତକ ହାସଲ କରିବାରେ ସଫଳ ରହିଥିଲେ । ରୋହିତ ଶର୍ମା ୮୫ ବଲରୁ ୯ ଟି ଚୌକା ଏବଂ ୬ ଟି ଛକା ବଳରେ ଦମଦାର ୧୦୧ ରନର ଇନିଂସ ଖେଳିଥିଲେ । ସେହିପରି ଯୁବ ବ୍ୟାଟର ଶୁବମନ ଗିଲ 7୮ ବଲରୁ ୧୩ ଟି ଚୌକା ଏବଂ ୫ ଟି ଛକା ବଳରେ ୧୧୨ ରନର ଇନିଂସ ଖେଳିଥିଲେ । ହାର୍ଦିକ ପାଣ୍ଡ୍ୟା ୩୮ ବଲରୁ ୩ ଟି ଚୌକା ଏବଂ ୩ ଟି ଛକା ସହିତ ୫୪ ରନ ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ବିରାଟ କୋହିଲି ୩୬ ରନ, ଇଶାନ କିଶାନ ୧୭ ରନ, ସୂର୍ଯ୍ୟୁକୁମାର ଯାଦବ ୧୪ ରନ ଏବଂ ଶାର୍ଦୁଲ ଠାକୁର ୨୫ ରନ କରିଥିଲେ ।

ସେପଟେ ତୃତୀୟ ଦିନିକିଆରେ ଡେଭନ କନୱେଙ୍କ ଲଢୁଆ ଶତକୀୟ ଇନିଂସ ପାଣିରେ ପଡିଛି । ଡେଭନ କନୱେଙ୍କ ବ୍ୟତୀୟ ନ୍ୟୁଜିଲାଣ୍ଡର ଅନ୍ୟ ବ୍ୟାଟର ବଡ ଇନିଂସ ଖେଳିବାରେ ବିଫଳ ରହିଥିଲେ । ଡେଭନ କନୱେ ୧୦୦ ବଲରୁ ୧୨ ଚୌକା ଏବଂ ୮ ଟି ଛକା ବଳରେ ବିସ୍ଫୋରକ ୧୩୮ ରନର ଲଢୁଆ ଇନିଂସ ଖେଳିଥିଲେ । ୩୮୬ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା କିୱି ଦଳ । ଆରମ୍ଭରୁ ଓପନିଂ ଯୋଡି ଫେଲ ମାରିଥିଲା । ପ୍ରଥମ ଓଭରର ଦ୍ବିତୀୟ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇ ପାଭଲିୟନ ଫେରିଥିଲେ । ଏହା ପରେ ଡେଭନ କନୱେ ଏବଂ ହେନରୀ ନିକୋଲସଙ୍କ ପାଳି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲା । ହେନରୀ ନିକୋଲସ ୪୨ ରନ ଆଉଟ ହୋଇଥିଲେ । ଏହା ପରେ ନ୍ୟୁଜିଲାଣ୍ଡର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ଭାରତୀୟ ବୋଲରଙ୍କ ଶିକାର ହୋଇ ଶୀଘ୍ର ପାଭଲିୟନ ଲେଉଟି ଥିଲେ କିୱି ବ୍ୟାଟର । ନ୍ୟୁଜିଲାଣ୍ଡର ତିନି ଜଣ ବ୍ୟାଟର ଖାତା ଖୋଲି ନ ପାରି ଶୂନରେ ଆଉଟ ହୋଇଥିଲେ । ଶାର୍ଦ୍ଦୁଲ ଠାକୁର ଏବଂ କୂଲଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ୟୁଜିବେନ୍ଦ୍ର ଚହଲ ୨ ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମରାନ ମଲିକ ଗୋଟିଏ ୱିକେଟ ନେଇଥିଲେ । ଶୁବମନ ଗିଲ ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

Last Updated : Jan 24, 2023, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.