ETV Bharat / sports

India vs WestIndies T20I: ପଞ୍ଚମ ଟି-ଟ୍ବେଣ୍ଟି ଜିତି 4-1ରେ ସିରିଜ ସିଲ କଲା ଭାରତ

ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତିମ ତଥା ପଞ୍ଚମ ଟି-ଟ୍ବେଣ୍ଟି ମ୍ୟାଚକୁ ଜିତି ନେଇଛି ଭାରତ । ପଞ୍ଚମ ଟି-ଟ୍ବେଣ୍ଟିକୁ 88ରନରେ ଜିତି 4-1ରେ ସିରିଜ କବଜା କରି ନେଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

4-1ରେ ସିରିଜ ସିଲ
4-1ରେ ସିରିଜ ସିଲ
author img

By

Published : Aug 8, 2022, 9:02 AM IST

ଫ୍ଲୋରିଡା: ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ 4-1ରେ ଟି-ଟ୍ବେଣ୍ଟି ସିରିଜ ବିଜୟୀ ହୋଇଛି । ଅନ୍ତିମ ତଥା ପଞ୍ଚମ ଟି-ଟ୍ବେଣ୍ଟି ମ୍ୟାଚରେ ଇଣ୍ଡିଜକୁ 88 ରନରେ ପରାସ୍ତ କରିଛି ଭାରତ । ଶ୍ରେୟାସଙ୍କ ଅର୍ଦ୍ଧଶତକ, ଅକ୍ଷର ପଟେଲ, ରବି ବିଷ୍ଣୋଇ ଓ କୁଳଦୀପ ଯାଦବଙ୍କ ଘାତକ ବୋଲିଂ ଦଳକୁ ବିଜୟୀ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 7 ୱିକେଟ ହରାଇ 188 ରନ କରିଥିଲା । ଜବାବରେ ଇଣ୍ଡିଜ ମାତ୍ର 100ରନ କରିଥିଲା । ଅକ୍ଷର ପଟେଲ 15 ରନ ଦେଇ 3 ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବାବେଳେ ଅର୍ଶଦୀପ ସିଂହ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ନିର୍ଦ୍ଧାରିତ ୨୦ ଓଭରରେ 7 ୱିକେଟ ହରାଇ 188 ରନ୍‌ କରିଥିଲା ଭାରତ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବ୍ୟାଟିଂ ଆରମ୍ଭ କରିଥିଲେ ଯୁବ ବ୍ୟାଟର୍‌ ଇଶାନ କିଶନ ଓ ଶ୍ରେୟସ ଆୟର । ତେବେ ଇଶାନଙ୍କୁ ଆଶାନୁରୂପ ସଫଳତା ମିଳିପାରି ନଥିବା ବେଳେ ଶ୍ରେୟସ ଆୟର ନିଜର ଚମତ୍କାର ପାଳି ଖେଳି ୪୦ ବଲରୁ ୬୪ ରନ ସଂଗ୍ରହ କରିଥିଲେ । ୧୬ ବଲରୁ ୨୮ ରନ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରନ୍‌ ଆଉଟ ହୋଇଥିଲେ । ଦୀପକ ହୁଡ୍ଡା 25 ବଲରୁ (2ଛକା, 3ଚୌକା) 38 ରନ କରିଥିଲେ । ଦଳୀୟ ସ୍କୋର 114ରେ ହୁଡ୍ଡା ଆଉଟ ହୋଇଥିଲେ । ଶ୍ରେୟସ ଓ ହୁଡା ଆଉଟ ହେବା ପରେ ଭାରତ ରନ ଗାଡି ଧିମେଇ ଯାଇଥିଲା । ପରବର୍ତ୍ତୀ ବ୍ୟାଟର ସଞ୍ଜୁ ସାମସନ 15, ଦିନେଶ କାର୍ତ୍ତିକ 12 ଓ ଅକ୍ଷର ପଟେଲ 9 ରନ କରି ଆଉଟ ହୋଇଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା 16 ବଲରୁ ଦ୍ରୁତ 28 ରନ (2ଚୌକା, 2 ଛକା) କରିଥିଲେ । 7 ୱିକେଟ ହରାଇ 188 ରନ କରିଥିବା ଭାରତ । ଇଣ୍ଡିଜ ପକ୍ଷରୁ ଓଡେନ ସ୍ମିଥ ସର୍ବାଧିକ 3ଟି ୱିକେଟ ନେଇଥିଲେ ।

189 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ୱେଷ୍ଟ ଇଣ୍ଡିଜ । ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ପାରି ନଥିଲେ ଇଣ୍ଡିଜ ବ୍ୟାଟର । ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ମାତ୍ର 88 ରନରେ ଦଳର 6ଟି ୱିକେଟ ପତନ ହୋଇଥିଲା । ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସିମରନ ହେତମେୟର ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା । ସିମରନ 56 ରନ କରିଥିଲେ । ଦଳର ରନ ଗାଡି 100ରନରେ ଅଟକି ଯାଇଥିଲା । ଭାରତ ପକ୍ଷରୁ ରବି ବିଷ୍ଣୋଇ ସର୍ବାଧିକ 4ଟି ୱିକେଟ ନେଇଥିଲେ । କୁଲଦୀପ ଯାଦବ ଓ ଅକ୍ଷର ପଟେଲ 3ଟି ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.