ଅହମ୍ମଦାବାଦ : ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତର ବୃହତ ବିଜୟ । କିୱି ଟିମକୁ ୧୬୮ ରନରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ଏହା ସହିତ ୨-୧ ରେ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଆଜି (ବୁଧବାର) ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୩୪ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୨.୧ ଓଭରରେ ୬୬ ରନ କରି ଅଲଆଉଟ ହୋଇଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ ଟି ୱିକେଟ ନେଇଛନ୍ତି । ସେହିପରି ଯୁବ ବ୍ୟାଟର ଶୁବମନ ଗିଲ ୧୨୬ ରନର ଇନିଂସ ଖେଳିଥିଲେ ।
-
𝘼𝙣 𝙚𝙢𝙥𝙝𝙖𝙩𝙞𝙘 𝙫𝙞𝙘𝙩𝙤𝙧𝙮!#TeamIndia win the third and final T20I by 1️⃣6️⃣8️⃣ runs and clinch the #INDvNZ series 2️⃣-1️⃣ 👌
— BCCI (@BCCI) February 1, 2023 " class="align-text-top noRightClick twitterSection" data="
Scorecard - https://t.co/1uCKYafzzD #INDvNZ @mastercardindia pic.twitter.com/QXHSx2J19M
">𝘼𝙣 𝙚𝙢𝙥𝙝𝙖𝙩𝙞𝙘 𝙫𝙞𝙘𝙩𝙤𝙧𝙮!#TeamIndia win the third and final T20I by 1️⃣6️⃣8️⃣ runs and clinch the #INDvNZ series 2️⃣-1️⃣ 👌
— BCCI (@BCCI) February 1, 2023
Scorecard - https://t.co/1uCKYafzzD #INDvNZ @mastercardindia pic.twitter.com/QXHSx2J19M𝘼𝙣 𝙚𝙢𝙥𝙝𝙖𝙩𝙞𝙘 𝙫𝙞𝙘𝙩𝙤𝙧𝙮!#TeamIndia win the third and final T20I by 1️⃣6️⃣8️⃣ runs and clinch the #INDvNZ series 2️⃣-1️⃣ 👌
— BCCI (@BCCI) February 1, 2023
Scorecard - https://t.co/1uCKYafzzD #INDvNZ @mastercardindia pic.twitter.com/QXHSx2J19M
ତୃତୀୟ ଦିନିକିଆରେ ୱମେନ୍ ଇନ୍ ବ୍ଲୁର ଦମଦାର ସୋ । ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇଲା ଟିମ ଇଣ୍ଡିଆ । ଶୁବମନ ଗିଲଙ୍କ ଧୂଆଁଧାର ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ବଳରେ ତୃତୀୟ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ସକ୍ଷମ ହୋଇଛି ଭାରତ । ଗିଲଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ୨୩୪ ରନର କରିବାରେ ସକ୍ଷମ ହୋଇଥିଲା । ସେ ୬୩ ବଲରୁ ୧୨ ଟି ଚୌକା ଏବଂ ୭ ଟି ଛକା ବଳରେ ୧୨୬ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତୃତୀୟ ଟି୨୦ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ୧.୨ ଓଭରରେ ଓପନର ଇଶାନ କିଶାନଙ୍କ ୱିକେଟ ପଡିଥିଲା । ଏହପରେ ରାହୁଲ ତ୍ରିପାଠୀ ଓ ଶୁବମନ ଗିଲ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ତ୍ରିପାଠୀ ୨୨ ବଲରୁ ୪ ଟି ଚୌକା ଏବଂ ୩ ଟି ଛକା ବଳରେ ୪୪ ରନର ଦମଦାର ଇନିଂସ ଖେଳି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୧୩ ବଲରୁ ଗୋଟିଏ ଚୌକା ଏବଂ ୨ ଟି ଛକା ବଳରେ ୨୪ ରନର ଇନିଂସ ଖେଳିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରୁ ୪ ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୦ ରନର ଇନିଂସ ଖେଳିଥିଲେ ।
ସେପଟେ ୨୩୫ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା କିୱି ଟିମ । ହେଲେ ଅଧିନାୟକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡକୁ ଟାର୍ଗେଟ ହାସଲ କରିବାରେ ସୁଯୋଗ ଦେଇନଥିଲେ। ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲେ କିୱି ବ୍ୟାଟର । ଟିମ ଇଣ୍ଡିଆ ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା ନ୍ୟୁଜିଲାଣ୍ଡ ବ୍ୟାଟିଂ ଅର୍ଡର । ତିନି ଜଣ ବ୍ୟାଟର ଖାତା ଖୋଲି ନ ପାରି ଶୂନରେ ଆଉଟ ହୋଇ ପାଭଲିୟନ ଲେଉଟିଥିଲେ । ଡାରେଲ ମିଚେଲ ଏବଂ ଅଧିନାୟକ ମିଚେଲ ସାଣ୍ଟନରଙ୍କ ଇନିଂସ ବଳରେ ଦଳ ୬୬ ରନ କରିବାରେ ସକ୍ଷମ ରହିଥିଲା । ଡାରେଲ ମିଚେଲ ସର୍ବାଧିକ ୩୫ ରନର ଇନିଂସ ଖେଳିଥିଲେ । ସାଣ୍ଟନର ୧୩ ରନ କରିଥିଲେ । ଏହି ଦୁଇ ବ୍ୟାଟରଙ୍କୁ ଛାଡି ଅନ୍ୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୧୬ ରନ ବ୍ୟୟରେ ସର୍ବାଧିକ ୪ ଟି ୱିକେଟ ନେଇଥିଲେ । ଅର୍ଶଦୀପ ସିଂହ, ଉମରାନ ମଲିକ ଏବଂ ଶିଭମ ମାଭି ୨ ଟି ୱିକେଟ ନେଇଥିଲେ ।