ETV Bharat / sports

India vs WI 3rd ODI: ୯୬ ରନରେ ଇଣ୍ଡିଜ ପରାସ୍ତ, ଭାରତର ସିରଜ୍ କ୍ଲିନ୍ ସ୍ବିପ

author img

By

Published : Feb 11, 2022, 8:59 PM IST

Updated : Feb 11, 2022, 9:57 PM IST

ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ୍ ସ୍ବିପ କଲା ଭାରତ । ୯୬ ରନରେ ଇଣ୍ଡିଜ ଟିମ୍ ପରାସ୍ତ । ଅଧିକ ପଢନ୍ତୁ

India vs WI 3rd ODI: ୯୬ ରନରେ ଇଣ୍ଡିଜ ପରାସ୍ତ, ଭାରତର ସିରଜ୍ କ୍ଲିନ୍ ସ୍ବିପ
India vs WI 3rd ODI: ୯୬ ରନରେ ଇଣ୍ଡିଜ ପରାସ୍ତ, ଭାରତର ସିରଜ୍ କ୍ଲିନ୍ ସ୍ବିପ

ଅହମ୍ମଦାବାଦ: ରୋହିତ ଶର୍ମାଙ୍କ କ୍ୟାପ୍ଟେନସିପର ସଫଳ ଆରମ୍ଭ । ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ୍ ସ୍ବିପ କଲା ଟିମ୍ ଇଣ୍ଡିଆ । ୯୬ ରନରେ ଇଣ୍ଡିଜ ଟିମ୍ ପରାସ୍ତ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଶେଷ ଦିନିକିଆ ବିଜୟ ସହ ସିରିଜ କବଜା କରିଛି ଭାରତ । ଶ୍ରେୟସ ଆୟର ମ୍ୟାନ୍ ଅଫ୍ ଦ ମ୍ୟାଚ ବିବେଚିତ ।

ତେବେ ଆଜିର ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭର ସମ୍ପୂର୍ଣ୍ଣ ଖେଳିପାରି ନାହିଁ ଇଣ୍ଡିଜ ଟିମ୍, ଭାରତର ଘାତକ ବୋଲିଂର ଶିକାର ହୋଇ ୩୭.୧ ଓଭରରେ ୧୬୯ ରନ୍ ସଂଗ୍ରହ କରି ସମସ୍ତ ପ୍ଲେୟର ପାଭିଲୟନ ଫେରି ଯାଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରୋହିତ ବାହିନୀ ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ଇଣ୍ଡିଜକୁ ୨୬୬ ରନର ଟାର୍ଗେଟ ଦେଇଥିଲା । ମାତ୍ର ଇଣ୍ଡିଜର ଅଲଜାରୀ ଜୋସେଫ୍‌ ଏବଂ ହେଡେଡ୍‌ ୱାଲ୍ସଙ୍କୁ ବାଦ୍ ଦେଲେ ଅନ୍ୟମାନେ ମୈଦାନରେ ତିଷ୍ଟିପାରି ନ ଥିଲେ ।

ଏହା ମଧ୍ୟ ପଢନ୍ତୁ:- Ind vs WI 3rd ODI: ସମ୍ମାନ ରଖିଲା ଆୟର-ପନ୍ତ ଯୋଡି, ଇଣ୍ଡିଜକୁ ୨୬୬ ରନର ଟାର୍ଗେଟ

ଜୋସେଫ୍ ୨୯ ରନ୍ ସଂଗ୍ରହ କରି ଥିବାବେଳେ ୱାଲ୍ସ ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ । ସେପଟେ ଟିମ୍ ଇଣ୍ଡିଆ ଦ୍ବିତୀୟ ଦିନିକିଆ ପରି ଆଜି ମଧ୍ୟ ପ୍ରାରମ୍ଭିକରେ ଦୁର୍ବଳ ପ୍ରଦର୍ଶନ କରିଥିଲା । ଆରମ୍ଭରୁ ୩ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପାଭିଲିଅନ ଫେରି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ:- India Vs Indies T20 Series: ବାଦ ପଡିଲେ ରାହୁଲ-ଅକ୍ଷର

ପରେ ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ଆଶ୍ବସ୍ଥିକର ପ୍ରଦର୍ଶନ କରିଥିଲେ ଆୟରଙ୍କ ୮୦ ଏବଂ ପନ୍ତଙ୍କ ୫୬ ରନ୍ ଦଳକୁ ଲମ୍ବା ସ୍କୋରରେ ବଳ ଯୋଗାଇଥିଲା । ଅନ୍ୟପଟେ ଆସନ୍ତା ୧୬ ରୁ ୱେଷ୍ଟ ଇଣ୍ଡିଜ ବିପକ୍ଷ T20 ସିରିଜ ଖେଳିବ ଭାରତ । ଅସୁସ୍ଥତା କାରଣରୁ ଟିମରୁ କେଏଲ ରାହୁଲ ଏବଂ ଅକ୍ଷର ପଟେଲ ବାଦ୍ ପଡି ଥିବାବେଳେ ଋତୁରାଜ ଗାଏକ୍ବାଡ ଏବଂ ଦୀପକ ହୁଡ୍ଡା ସାମିଲ ହୋଇଛନ୍ତି ।

Last Updated : Feb 11, 2022, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.