ETV Bharat / sports

INDvsWI Test Series : ଦ୍ବିତୀୟ ଟେଷ୍ଟ ଡ୍ର, 1-0ରେ ସିରଜ ଜିତିଲା ଭାରତ

author img

By

Published : Jul 25, 2023, 8:43 AM IST

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 1-0ରେ ଜିତିଛି ଭାରତ । ବର୍ଷା ପାଇଁ ଦ୍ବିତୀୟ ଟେଷ୍ଟ ଡ୍ର ହୋଇଛି । ଅନ୍ତିମ ଦିନରେ ବର୍ଷା ଯୋଗୁଁ ବଲ୍‌ ପଡ଼ି ପାରିନଥିଲା । ଅଧିକ ପଢନ୍ତୁ

1-0ରେ ସିରଜ ଜିତିଲା ଭାରତ
INDvsWI Test Series

ପୋର୍ଟ ଅପ ସ୍ପେନ : ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜକୁ ଭାରତ 1-0ରେ ଜିତିଛି । ବର୍ଷା ବାଧା ସାଜିବାରୁ ଦ୍ବିତୀୟ ଟେଷ୍ଟର ଅନ୍ତିମ ଦିନରେ ମ୍ୟାଚ ହୋଇନଥିଲା । ଫଳରେ ଦ୍ବିତୀୟ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଥିଲା । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 1-0ରେ ଜିତିଛି ଭାରତ । ସେପଟେ ପରାଜୟରୁ ବର୍ତ୍ତି ଯାଇଛି ଘରୋଇ ଇଣ୍ଡିଜ ଦଳ । ଲଗାତାର ବର୍ଷା ଲାଗି ରହିବାରୁ ଦ୍ବିତୀୟ ଟେଷ୍ଚର ଅନ୍ତିମ ଦିନରେ ମ୍ୟାଚ ଖେଳାଯାଇପାରିନଥିଲା ଫଳରେ ଅମୀମାଂସିତ ରହିଛି । 5ଟି ୱିକେଟ ନେଇଥିବା ମହମ୍ମଦ ସିରାଜ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଭାରତ ପ୍ରଥମ ଇନିଂସ 438 ଓ ଦ୍ବିତୀୟ ଇନିଂସ 2ଟି ୱିକେଟ ହରାଇ 181 ରନ କରି ପାଳି ଘୋଷଣା କରିଥିଲା । ଘରୋଇ ଦଳ ପ୍ରଥମ ଇନିଂସ 255 ଓ ଦ୍ବିତୀୟ ଇନିଂସରେ 2ଟି ୱିକେଟ ହରାଇ 76 ରନ କରିଥିଲା ।

ଏହା ବି ପଢନ୍ତୁ...INDvsWI 2nd Test: ଇଣ୍ଡିଜର ଲକ୍ଷ୍ୟ 365, ବିଜୟଠୁ 8 ୱିକେଟ ଦୂରରେ ଇଣ୍ଡିଆ

ପୋର୍ଟ ଅଫ ସ୍ପେନରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ନିର୍ଣ୍ଣାୟକ ଅନ୍ତିମ ଦିନରେ ପ୍ରବଳ ବର୍ଷା ହୋଇଥିଲା । ଛାଡ଼ିବାର ନାମ ନେଇନଥିଲା । ମ୍ୟାଚରେ ଭାରତ ପ୍ରଦର୍ଶନ ଦେଖିଲେ ଲାଗୁଥିଲା ଦ୍ବିତୀୟ ଟେଷ୍ଟରେ ଭାରତ ବାଜି ମାରି ନେବ । ହେଲେ ବର୍ଷା ବାଧକ ସାଜିଥିଲା ଫଳରେ ଭାରତର ସିରିଜ ମୂଳପୋଛ କରିବାକୁ ସ୍ବପ୍ନ ଆଧୁରା ରହିଛି । ବର୍ଷା ବଢିବାକୁ ଲାଗିଥିଲା ଫଳରେ ଅନ୍ତିମ ଦିବସ ଘୋଷଣା କରାଯାଇ ମ୍ୟାଚ ଡ୍ର' ରହିଥିଲା । ଘାତକ ବୋଲିଂ କରି ମହମ୍ମଦ ସିରାଜ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । 365 ରନ ବିଜୟ ଲକ୍ଷ୍ୟ ପିଛା କରୁଥିବା ଘରୋଇ ଦଳ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା 2 ୱିକେଟ ହରାଇ 76 ରନ କରିଥିଲା । ଚନ୍ଦରପାଲ 24 ଓ ବ୍ଲାକଉଡ୍‌ 20 ରନ୍‌ କରି ଅପରାଜିତ ଥିଲେ । ଘରୋଇ ଦଳକୁ ବିଜୟ ପାଇଁ 289 ରନ ଦରକାର ଥିଲା ବେଳେ ଭାରତ ବିଜୟ ପାଇଁ 8 ୱିକେଟ ଦୂରରେ ଥିଲା ।

ଏହା ବି ପଢନ୍ତୁ...ବ୍ୟାଟ୍‌ରେ RP17 ଲେଖି ବ୍ୟାଟିଂ କଲେ ଇଶାନ କିଶାନ, ମ୍ୟାଚ୍‌ ପରେ କହିଲେ କାରଣ

ଏହା ବି ପଢନ୍ତୁ...INDvsWI 2nd Test: ମୁକେଶଙ୍କ ଡେବ୍ୟୁ ୱିକେଟ, ଇଣ୍ଡିଜ 229/5

ଏହା ପୂର୍ବରୁ ଡୋମିନିକାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ 141 ବିଜୟୀ ହୋଇଥିଲା । ଦ୍ବିତୀୟ ଟେଷ୍ଟ ଡ୍ର' ହୋଇଥିଲେ ସୁ୍ଦ୍ଧା ଭାରତର ଆଧିପତ୍ୟ ରହିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂର ଭଲ ପ୍ରଦର୍ଶନ କରିଥିଲା ଇଣ୍ଡିଆ। ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ ସରିଥିବା ବେଳେ ଆସନ୍ତା ଜୁଲାଇ 27ରୁ ଦିନିିକିଆ ସିରିଜ ଆରମ୍ଭ ହେବ । ଜୁଲାଇ 27, 29 ଓ ଅଗଷ୍ଟ 1ରେ ଯଥାକ୍ରମ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ସେହପରି ଅଗଷ୍ଟ 3, 6, 8, 12 ଓ 13 ତାରିଖରେ 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.