ETV Bharat / sports

INDVSWI T20 Series: ପରାଜୟ ପରେ ପାଣ୍ଡ୍ୟା-ଦ୍ରାବିଡଙ୍କ ଉପରେ ପ୍ରଶ୍ନ, ଏମିତି ଦେଲେ ସଫେଇ - ଭାରତ ବନାମ ୱେଷ୍ଟଇଣ୍ଡିଜ ଟି ଟ୍ବେଣ୍ଟି ସିରିଜ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ବେଣ୍ଟି ସିରିଜରେ ପରାଜୟ ପରେ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ । ଅଧିକ ପଢନ୍ତୁ

INDVSWI T20 Series
INDVSWI T20 Series
author img

By

Published : Aug 14, 2023, 2:47 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜରେ ପରାସ୍ତ ହୋଇଛି ଭାରତ । 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ 3-2ରେ କବଜା କରିଛି ୱେଷ୍ଟଇଣ୍ଡିଜ । ସୂର୍ଯ୍ୟକୁମାରଙ୍କ ଚମକ ପରେ ବି ହାରିଛି ଭାରତ । ପଞ୍ଚମ ଟି-ଟ୍ବେଣ୍ଟି ଆର୍ଥାତ ନିର୍ଣ୍ଣାୟକ ଲଢେଇରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ 8 ୱିକେଟରେ ପରାସ୍ତ ହୋଇଛି ଭାରତ । ଏହା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ପରେ ପ୍ରତିକ୍ରିୟା ରଖି କିଛି ଏମିତି ସଫେଇ ଦେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜର ନେତୃତ୍ବ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଭାରତୀୟ ଦଳର କୋଚ୍‌ ରାହୁଲ ଦ୍ରାବିଡଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ଣ୍ଣାୟକ ଲଢ଼େଇରେ 8 ୱିକେଟର ପରାସ୍ତ ହେବା ପରେ ସିରିଜ ହାତଛଡ଼ା କରିଛି ଭାରତ । ଏହି ପରାଜୟ ପରେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଅନେତ ଦ୍ବନ୍ଦ୍ବ ଦୂର କରିଛନ୍ତି । ପରେ ପାଣ୍ଡ୍ୟା ପରାଜୟର କାରଣ ନିଜକୁ ଦାୟୀ କରିଛନ୍ତି ।

ଏହା ବି ପଢନ୍ତୁ...IND vs WI 5th T20: 3-2ରେ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ, 17 ବର୍ଷ ପରେ ଇଣ୍ଡିଜଠୁ ଶୃଙ୍ଖଳା ହାରିଲା ଇଣ୍ଡିଆ

ଏହା ବି ପଢନ୍ତୁ...ଭାରତର ଆୟର୍ଲାଣ୍ଡ ଗସ୍ତ, କୋଚ୍‌ ଦାୟିତ୍ବ ତୁଲାଇବେ ସୀତାଂଶୁ କୋଟାକ

ଟି-ଟ୍ବେଣ୍ଟି ସିରିଜ ଶେଷ ହେବା ପରେ ଭାରତୀୟ ଦଳର କୋଚ୍‌ ରାହୁଲ ଦ୍ରାବିଡ ସ୍ବୀକାର କରିଛନ୍ତି, ଦିନିକିଆ ଏବଂ ଟି-ଟ୍ବେଣ୍ଟିରେ ଆମେ ଭଲ ବ୍ୟାଟିଂ କରିନାହୁଁ । ଏହି କାରଣ ପାଇଁ ଦଳ ପରାସ୍ତ ହୋଇଛି । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପରାଜୟର କାରଣ ନେଇ କହିଛନ୍ତି, ଅନ୍ତିମ ଟି-ଟ୍ବେଣ୍ଟିରେ ମୁଁ ଭଲ ପ୍ରଦର୍ଶନ କରିନାହୁଁ । ଦ୍ରୁତ ଭାବେ ରନ୍‌ କରିବାର ଥିଲା ମାତ୍ର ତାହା ହୋଇ ପାରିନାହିଁ । ପରାଜୟର ନେଇ ନିଜକୁ ଦାୟୀ କରିଛନ୍ତି ପାଣ୍ଡ୍ୟା ।

ପ୍ରକାଶ ଥାଉ କି, ଚଳିତ ବିଶ୍ବକପରୁ ବାଦ ପଡି ସମାଲୋଚନାର ଶିକାର ହୋଇଥିବା ୱେଷ୍ଟଇଣ୍ଡିଜ୍‌ ଭାରତ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଜିତି ମନୋବଳ ଦୃଢ଼ କରିଛି । ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଓ ଦିକିନିଆ ସିରିଜରେ ପରାସ୍ତ ହେବା ପରେ ଜବରଦସ୍ତ ପ୍ରଦର୍ଶନ କରି ଟି-ଟ୍ବେଣ୍ଟି ସିରିଜ କବଜା କରିଛି ୱେଷ୍ଟଇଣ୍ଡିଜ । 2017 ପରେ ଭାରତ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଜିତିଛି ଇଣ୍ଡିଜ୍‌ ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.