ETV Bharat / sports

India vs West Indies 4th T20: ଚତୁର୍ଥ ମ୍ୟାଚରେ ଗିଲ ଓ ଜୈସ୍ବାଲଙ୍କ ବିସ୍ଫୋରକ ବ୍ୟାଟିଂ, ଘରୋଇ ଦଳ ଚିତ୍‌ପଟାଙ୍ଗ୍‌ - ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତର ଦମଦାର ବିଜୟ

ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତର ଦମଦାର ବିଜୟ । ଆଜି ଅନ୍ତିମ ମ୍ୟାଚରେ ସିରିଜ କବଜା ଲକ୍ଷ୍ୟରେ ଦୁଇ ଦଳ । ଅଧିକ ପଢନ୍ତୁ

India vs West Indies
India vs West Indies
author img

By

Published : Aug 13, 2023, 9:00 AM IST

Updated : Aug 13, 2023, 5:16 PM IST

ହାଇଦ୍ରାବାଦ: ଭାରତ ଓ ଓ୍ବେଷ୍ଟଇଣ୍ଡିଜର ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତର ଦମଦାର ବିଜୟ । 9 ଓ୍ବିକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ 2-2ରେ ସିରିଜ ବରାବର କରିଛି ଟିମ ଇଣ୍ଡିଆ । ଯସଶ୍ବୀ ଜୈସ୍ବାଲ ଓ ଶୁବମନ ଗିଲଙ୍କ ଯୋଡି ଭାରତକୁ ବିଜୟର ଭେଟି ଦେଇଛି । ଜୈସ୍ବାଲଙ୍କ ଦମଦାରଙ୍କ ଛକା, ଚୌକା ଓ ଗିଲଙ୍କ ଛକା ଚୌକା ବର୍ଷାରେ ଚିତପଟାଙ୍ଗ ଓ୍ବେଷ୍ଟଇଣ୍ଡିଜ ବୋଲର । ଚତୁର୍ଥଟି 20ରେ 9 ଓ୍ବିକେଟରେ ଓ୍ବେଷ୍ଟଇଣ୍ଡଜକୁ ପରାସ୍ତ କରିଛି ଭାରତ । ଆଜି ପଞ୍ଚମ ତଥା ଅନ୍ତିମ ମ୍ୟାଚ ଖେଳାଯିବ । ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା ରହିଛି । ଦୁଇ ଦଳ ସିରିଜ ଟ୍ରଫି ପାଇଁ ଲଢେଇ କରିବେ । ଲଗାତାର 2ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ସେପଟେ ଫର୍ମକୁ ଫେରିବାକୁ ଜୋରଦାର ଉଦ୍ୟମ କରିବ ଇଣ୍ଡିଜ ।

ଶନିବାର ଆମେରିକାର ଫ୍ଲୋରିଡାରେ ଚତୁର୍ଥ ଟି 20 ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଜ ପ୍ରଥମେ ବ୍ୟାଟି ପାଇଁ ପଡିଆକୁ ଓହ୍ଲାଇଥିଲା। ଅଧିନାୟକ ସାଇ ହୋପ 45 ରନ ଓ ସିମରନ ହେଟମାୟରଙ୍କ 61 ରନ ବଳରେ ଦଳ 20 ଓଭରରେ 8 ଓ୍ବିକେଟ ହରାଇ 178 ରନ କରିଥିଲା । ଏହାପରେ 179 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିଲା ଭାରତ । ଓପନିଂ ଯୋଡି ଯସଶ୍ବୀ ଜୈସ୍ବାଲ ଓ ଶୁବମନ ଗିଲ ଦମଦାର ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ଯୋଡି ସମସ୍ତଙ୍କୁ ଚକିତ କରିଥିଲା । ପ୍ରଥମରୁ ଫିଲ୍ଡରେ ଛକା ଚୌକାର ବର୍ଷା ହୋଇଥିଲା । ଗୋଟିଏବି ବଲକୁ ମିସ କରିନଥିଲେ ଦୁଇ ଖେଳାଳି । ପ୍ରଥମ ଗିଲ ଅର୍ଦ୍ଧଶତକ ହାସଲ କରିବା ପରେ 2ଟି ବଲ ମଧ୍ୟରେ ଯସଶ୍ବୀ ଅର୍ଦ୍ଧଶତକ ହାସଲ କରିଥିଲେ । ଉଭୟଙ୍କ 165 ରନ ଭାଗିଦାରି ରହିଥିଲା । ଗିଲ 47ଟି ବଲରେ 77 ରନ କରି ଆଉଟ ହୋଇଥିଲେ । ଏହାପରେ ପଡିଆକୁ ଓହ୍ଲାଇଥିଲେ ତିଳକ ବର୍ମା । ବିଜୟୀ ହେବା ପାଇଁ ଆଉ ମାତ୍ର ଅଳ୍ପ ରନର ଆବଶ୍ୟକ ଥିଲା । ଯସଶ୍ବୀ 51 ବଲରେ 84 ଓ ତିଳ ବର୍ମାଙ୍କ ଅପରାଜିତ 7 ରନରେ ଭାରତ 179 ରନ କରି ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

ଆଜି ଫାଇନାଲ ମ୍ୟାଚରେ ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ । ଭାରତୀୟ ଦଳର ବ୍ୟାଟିଂ ବିଭାଗରେ ସାମାନ୍ୟ ସୁଧାର ଆସିବା ପରି ମନେ ହେଉଛି । ଆଜି ମଧ୍ୟ ଓପନିଂ ଯୋଡି ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । ତିଳକ ବର୍ମାଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ଚତୁର୍ଥ ମ୍ୟାଚରେ ଫିଲ୍ଡରେ ରହିବାକୁ ଏତେଟା ସୁଯୋଗ ମିଳିନଥିଲା । ଆଜି ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆଶା। ଅନ୍ୟପଟେ ଇଣ୍ଡିଜ ଭାରତ ଠାରୁ ବିଜୟ ଛଡାଇବାକୁ ଚେଷ୍ଟା କରିବ । କାହିଁକି ନା ଟେଷ୍ଟ ଓ ତିନିଦିନିଆ ସିରିଜରେ ଭାରତ ଠାରୁ ପରାଜିତ ହୋଇଥିଲା ଇଣ୍ଡିଜ । ଆଜି ତାର ପ୍ରତିଶୋଧ ନେବ ।

Last Updated : Aug 13, 2023, 5:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.