ETV Bharat / sports

India vs West Indies 2nd ODI: ଭାରତକୁ 6 ୱିକେଟରେ ପରାସ୍ତ କରି ସିରିଜ ବରାବର କଲା ଇଣ୍ଡିଜ

ଦ୍ବିତୀୟ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜର ସହଜ ବିଜୟ । 1-1ରେ ସିରିଜ ବରାବର । ଅଧିକ ପଢନ୍ତୁ

India vs West Indies
India vs West Indies
author img

By

Published : Jul 30, 2023, 9:31 AM IST

ହାଇଦ୍ରାବାଦ: ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଇଣ୍ଡିଜର ସହଜ ବିଜୟ । ଓଭର ଶେଷ ନକରି 6 ଓ୍ବିକେଟରେ ଭାରକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ୱେଷ୍ଟଇଣ୍ଡିଜ ଦଳ । ଫଳରେ 1-1ରେ ସିରିଜ ବରାବର ହୋଇଛି । ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିଲା । ଦଳରେ ବରିଷ୍ଠ ଖେଳାଳି ନଖେଳିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି କୁହାଯାଉଛି ।

ଶନିବାର ସନ୍ଧ୍ୟା ସମୟରେ ବାରବାଡୋସର କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯାଇଥିଲା । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ପ୍ରଥମେ ବ୍ୟାଟିଂ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଭାରତ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଇଶାନ କିଶାନ ଏବଂ ଶୁବମନ ଗିଲ୍ । ପ୍ରଥମ ଓ୍ବିକେଟ ବେଳକୁ ଇଶାନ ଓ ଗିଲଙ୍କ ଯୋଡି 90 ରନ ସଂଗ୍ରହ କରିଥିଲେ । ଗିଲ 34 ରନ କରି ଆଉଟ ହୋଇଥିବା ବେଳେ ଇଶାନ ସର୍ବାଧିକ 55 ରନ କରି ଆଉଟ ହୋଇଥିଲେ । ପରେ ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ 30 ରନ ବି ପାର କରି ପାରିନଥିଲେ । ସୂର୍ଯ୍ୟକୁମାର ଯାଦବ 24, ସାର୍ଦ୍ଦୁଲ ଠାକୁର 16, ଜାଡେଜା 10 ରନ କରିବାକୁ ସକ୍ଷମ ହୋଇଥିଲେ । ବାକି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଧିନାୟକ ପାଣ୍ଡ୍ୟାଙ୍କ ବ୍ୟାଟରୁ ମଧ୍ୟ ଭଲ ସ୍କୋର ଆସି ପାରିନଥିଲା । ଶେଷରେ 41 ଓଭର ଶେଷ ସୁଦ୍ଧା 181 ରନ କରି ଅଲ ଆଉଟ ହୋଇଥିଲା ଟିମ ଇଣ୍ଡିଆ ।

ଏହା ମଧ୍ୟ ପଢନ୍ତୁ-ସାଥୀ ଖେଳାଳିଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାରଣ

ଏହାପରେ ଓ୍ବେଷ୍ଟଇଣ୍ଡିଜ ଟିମ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା । 37 ଓଭର ଶେଷ ସୁଦ୍ଧା 4 ଓ୍ବିକେଟ ହରାଇ 182 ରନରେ ଭାରତ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଅଧିନାୟକ ହୋପ 63 ରନ କରି ଅପରାଜିତ ରହିଥିଲେ । ସେହିପରି କାର୍ଟି ଅପରାଜିତ 48 ଓ ମାୟର୍ସ ସର୍ବାଧିକ 36 ରନ ସଂଗ୍ରହ କରିଥିଲେ । ଦ୍ବିତୀୟ ଦିନିକିଆରେ ବରିଷ୍ଠ ଖେଳାଳି କୋହଲି ଓ ରୋହିତ ଶର୍ମା ଖେଳିନଥିବା ବେଳେ ତୃତୀୟ ଦିନିକିଆରେ ପୁଣି ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.