ETV Bharat / sports

INDvSL ODI Series: ଆଜି ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

author img

By

Published : Jan 10, 2023, 10:10 AM IST

ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ ( India vs Sri Lanka ODI Series ) । ଗୌହାଟୀରେ ଖେଳାଯିବ ପ୍ରଥମ ଦିନିକିଆ ମ୍ୟାଚ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟି-20 ସିିରିଜ କବଜା କରିଥିବା ଭାରତୀୟ ଦଳ ଦିନିକିଆରେ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ । ଅଧିକ ପଢନ୍ତୁ

ଭାରତ ବନାମ ଶ୍ରୀଲଙ୍କା ଦିନିକିଆ ସିରିଜ
INDvSL ODI Series

ଗୌହାଟୀ: ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଆଜିଠୁ(ମଙ୍ଗଳବାର) 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟି-20 ସିରିଜ କବଜା କରିଥିବା ଭାରତୀୟ ଦଳ ଦିନିକିଆରେ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ । ଟି-20 ସିରିଜ ସିଲ୍‌ କରିବା ପରି ଦିନିକିଆ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ମ୍ୟାନ ଇନ ବ୍ଲୁ । ଗୌହାଟୀରେ ଖେଳାଯିବ ପ୍ରଥମ ମୁକାବିଲା । ଆହତ ସମସ୍ୟା ପାଇଁ ଜଶପ୍ରୀତ ବୁମରା ଦଳରୁ ବାଦ ପଡିଛନ୍ତି । ଅନ୍ୟ ବୋଲର ଓ ବ୍ୟାଟରଙ୍କୁ ନେଇ ବିଶାଳ ଇନିଂସ ଖେଳିବାକୁ ଲକ୍ଷ୍ୟ ରଖିଛି ରୋହିତବାହିନୀ । ଅନ୍ୟପଟେ ଦିନିକିଆ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରି ଟି-20ର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ ଶ୍ରୀଲଙ୍କା ।

ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସଦ୍ୟ ସମାପ୍ତ ଟି-20 ସିରିଜକୁ 2-1ରେ ହାତେଇଛି । ଟି-20ରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଦିନିକିଆ ସିରିଜରେ ସ୍ଥାନ ପାଇଛନ୍ତି । ଟି-20ରେ ଧୂଆଁଧାର ବ୍ୟାଟିଂ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଉପରେ ଫ୍ୟାନ୍ସଙ୍କ ନଜର ରହିବ । ବିରାଟ କୋହଲି, ରୋହିତ ଶର୍ମା ଦିନିକିଆକୁ ଫେରିବା ଦଳ ପାଇଁ ଲାଭଦାୟକ ହୋଇପାରେ । କୋହଲି, ରୋହିତ ଓ ରାହୁଲଙ୍କ ବ୍ୟାଟକୁ କିଛି ସଫଳ ଇନିଂସ ଆଶା କରୁଛନ୍ତି କ୍ରିକେଟପ୍ରେମୀ । ଶୁଭମନ ଗିଲ ଓ ରୋହିତ ଶର୍ମା ଓପନିଂ କରିବେ । ଆହତ ପାଇଁ ବାଦ ପଡିଥିବା ବୁମରାଙ୍କ ପାଇଁ ଦଳର ବୋଲିଂ ବିଭାଗ ପ୍ରଭାବିତ ହୋଇପାରେ । ବୁମରା ବାଦ ପଡିଲେ ବି ଅନ୍ୟ ବୋଲରଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ । ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ ଓ ମହମ୍ମଦ ସାମି ଖେଳିବେ । ଚତୁର୍ଥ ପେସ୍‌ ବୋଲର ଭାବେ ଅର୍ଶଦୀପ ସିଂ କିମ୍ବା ଉମରାନ ମଲିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସ୍ପିନର ଭାବେ ୟୁଜିବେନ୍ଦ୍ର ଚହଲ କିମ୍ବା କୁଳଦୀପ ଯାଦବଙ୍କ ମଧ୍ୟରୁ ଜଣେ ସାମିଲ ହୋଇ ପାରନ୍ତି । ଭାରତର ଏକାଦଶ ଚୟନକୁ ଏକ ପ୍ରକାର ସମସ୍ୟା ରହିଛି ।

ଏହା ବି ପଢନ୍ତୁ....ଟି-୨୦ ଫର୍ମାଟ ଖେଳିବା ନେଇ ଏମିତି କହିଲେ ରୋହିତ

ଟି-20 ସିରିଜରେ ହାତେଇବାରେ ବିଫଳ ହୋଇଥିବା ଶ୍ରୀଲଙ୍କା ଦିନିକିଆରେ କୌଣସି ତ୍ରୁଟି କରିବାକୁ ଚାହିଁବ ନାହିଁ । ପୂର୍ବ ତ୍ରୁଟିକୁ ସୁଧାରି ଦଳଗତ ପ୍ରଦର୍ଶନ ଉପରେ ଫୋକସ କରିବ ଶଣକାଙ୍କ ଦଳ । ସବୁ ବିଭାଗରେ ତ୍ରୁଟି ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇବ ଶ୍ରୀଲଙ୍କା । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ଏକ ପ୍ରକାର ଅସମ୍ଭବ । ଦଳରେ ସବୁ ଷ୍ଟାର ଖେଳାଳି ଅଛନ୍ତି । ଶ୍ରୀଲଙ୍କା ପାଇଁ ଭାଗ୍ୟର ସାଥ ଦରକାର । ରେକର୍ଡକୁ ଦେଖିଲେ 2015 ପରଠୁ ଉଭୟ ଦଳ ମଧ୍ୟରେ 13ଟି ଦିନିକିଆ ଖେଳାଯାଇଛି । ଏଥିରେ ଭାରତ 10ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା 3ଟି ମ୍ୟାଚ ଜିତିଛି । ତେଣୁ ରେକର୍ଡ ଆଧାରରେ ଭାରତର ପଲ୍ଲା ଭାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.