ETV Bharat / sports

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ, କୂଳଦୀପଙ୍କ ଘାତକ ବୋଲିଂ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଡ୍ର'

author img

By ETV Bharat Odisha Team

Published : Dec 15, 2023, 8:55 AM IST

India vs South Africa t20 series: ଭାରତ ଓ ଦକ୍ଷିଣ ଆଫ୍ରିକା ଟି 20 ସିରିଜ । 106 ରନ୍‌ରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ଶେଷ ମ୍ୟାଚରେ ହରାଇଲା ଭାରତ । ସୂର୍ଯ୍ୟକୁମାର ଯାଦବକଙ୍କ ଦମଦାର ଶତକ ଓ କୁଳଦୀପଙ୍କ ଘାତକ ବୋଲିଂ ଯୋଗୁଁ ଡ୍ର' ରହିଲା ସିରିଜ । ଅଧିକ ପଢ଼ନ୍ତୁ

ଭାରତ ଓ ଦକ୍ଷିଣ ଆଫ୍ରିକା
India vs South Africa t20 series

ହାଇଦ୍ରାବାଦ: ଡ୍ର' ରହିଲା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-20 ସିରିଜ । 1-1ରେ ସିରିଜ୍‌ ବରାବର କଲା ଭାରତ । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ଓ କୁଳଦୀପ ଯାଦବକଙ୍କ ଘାତକ ବୋଲିଂ ଯୋଗୁଁ ସିରିଜ ହାତେଇବାରେ ବିଫଳ ହେଲା ଦକ୍ଷିଣ ଆଫ୍ରିକା । ଶେଷ ଟି ଟ୍ବେଣ୍ଟି ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ବ୍ୟାଟିଂ ଓ ବୋଲିଂ ଆଗରେ ଫିକା ପଡ଼ିଥିଲେ ଦକ୍ଷିଣ ଆଫ୍ରିକାର ବୋଲର ଓ ବ୍ୟାଟର । 106 ରନ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ଭାରତ । ତିନି ଟିକିଆ ଟି-20 ସିରିଜରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ବିଜୟ ହୋଇଥିଲା । ଶେଷ ତଥା ଅନ୍ତିମ ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିରେ ରହିଥିବାରୁ ଭାରତ ଏଥିରେ ବିରାଟ ରନ୍‌ ବ୍ୟବଧାନରେ ବିଜୟୀ ହୋଇଛି ।

ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଳାଇଥିଲା ଭାରତ । ଶୁଭମନ ଗିଲ୍‌ ଓ ଜସଓ୍ବାଲ ଓପନିଂ ଯୋଡ଼ି ଭାବେ ପଡ଼ିଆକୁ ଓହ୍ଳାଇଥିଲେ । କିନ୍ତୁ ଉଭୟଙ୍କ ଯୋଡ଼ି ବେଶି ସମୟ ପଡିଆରେ ତିଷ୍ଟି ପାରିନଥିଲା । ଗିଲ୍‌ ମାତ୍ର 8 ରନ୍‌ କରି ସ୍ପିନର କେଶବ ମହାରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏହାପରେ ତିଳକ ବର୍ମା ବ୍ୟାଟିଂ କରିବାକୁ ଆସି ଖାତା ଖୋଲିବା ଆଗରୁ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ଏହାପରେ ସୂର୍ଯ୍ୟ ଓ ଯଶଓ୍ବାଲଙ୍କ ଛକା ଚୌକା ବର୍ଷା ହୋଇଥିଲା ପଡ଼ିଆରେ । ଉଭୟଙ୍କ ଭାଗିଦାରିରେ ଦଳ 70 ବଲରୁ 112 ରନ୍‌ କରିଥିଲା । ଯଶଓ୍ବାଲ 41 ବଲରେ 60 ରନ୍‌ କରି ଆଉଟ ହୋଇଥିଲେ । କିନ୍ତୁ ସୂର୍ଯ୍ୟକୁମାର ଯାଦବ ପଡିଆରେ ତିଷ୍ଟି ରହି ଦକ୍ଷିଣ ଆଫ୍ରିକା ବୋଲରଙ୍କ ବଲରେ ଗୋଟିଏ ପରେ ଗୋଟିଏ ବଡ ବଡ଼ ସଟ୍‌ ମାରିଥିଲେ । 56 ବଲ୍‌ରେ ସେ ଶତକ ହାସଲ କରି ପାଭିଲିୟନକୁ ଫେରିଥିଲେ । ସେହିପରି ରିଙ୍କୁ ସିଂ ମାତ୍ର 10 ବଲରେ 14 ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ଭାରତ ଓଭର ଶେଷ ସୁଦ୍ଧା 7 ଓ୍ବିକେଟ ହରାଇ 201 ରନ ସଂଗ୍ରହ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ T-20, ଭାରତ ପାଇଁ କର ବା ମର ମ୍ୟାଚ୍‌

202 ବିଜୟ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଳାଇଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଘରୋଇ ଦଳର ବ୍ୟାଟର । ଜନ୍ମଦିନରେ କୁଳଦୀପଙ୍କ ଯାଦୁ ଚାଲିଥିଲା ୱାଣ୍ଡେରର୍ସ ଷ୍ଟାଡିୟମରେ । ଘାତକ ବୋଲିଂ କରି ସେ 5ଟି ଓ୍ବିକେଟ ନେଇଥିଲେ । ସେହିପରି ରବିନ୍ଦ୍ର ଜାଡେତା 2ଟି ଓ ଅର୍ଶଦୀପ ସିଂ ଗୋଟିଏ ଓ୍ବିକେଟ ନେଇଥିଲେ । ଦକ୍ଷିଣ ଆଫ୍ରକା 14 ଓଭର ଶେଷ ସୁଦ୍ଧା ସମସ୍ତ ଓ୍ବିକେଟ ହରାଇ 95 ରନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.