ETV Bharat / sports

IND vs SA ODI Series: ଆଜି ଦ୍ବିତୀୟ ଦିନିକିଆ, କର ବା ମର ସ୍ଥିତିରେ ଭାରତ - ଭାରତ ଦକ୍ଷିଣ ଆଫ୍ରିକା ଦିନିିକିଆ ସିରିଜ

ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିରେ ଆଜି ଦ୍ବିତୀୟ ଦିନିକିଆ ଖେଳାଯିବ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଆଜିର ମ୍ୟାଚ କର ବା ମର ସଦୃଶ ହୋଇଛି । ଆଜିର ମୁକାବିଲା ହାରିଲେ ଭାରତ ହାତରୁ ସିରିଜ ଖସିବା ନିଶ୍ଚିନ୍ତ । ଅଧିକ ପଢନ୍ତୁ

IND vs SA ODI Series
ଆଜି ଦ୍ବିତୀୟ ଦିନିକିଆ, କର ବା ମର ସ୍ଥିତିରେ ଭାରତ
author img

By

Published : Oct 9, 2022, 11:37 AM IST

ରାଞ୍ଜି: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଦିନିିକିଆ ଖେଳାଯିବ । ଏହି ମ୍ୟାଚ ଭାରତ ପାଇଁ କର ବା ମର ସଦୃଶ ହୋଇଛି । ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ପରାସ୍ତ ହୋଇଛି । ଆଜିର ମୁକାବିଲା ହାରିଲେ ଭାରତ ହାତରୁ ସିରିଜ ଖସିବା ନିଶ୍ଚିନ୍ତ । ତେଣୁ ଦ୍ବିତୀୟ ଦିନିକିଆକୁ ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ସିରିଜକୁ ଫେରିବା ପାଇଁ ଧାୱନବାହିନୀ ପାଇଁ ଆଜି ବିଜୟ ଜରୁରୀ ହୋଇପଡିଛି । ସେପଟେ ପ୍ରଥମ ମୁକାବିଲା ଜିତି ଦୃଢ ମନୋବଳରେ ରହିଛି ଦକ୍ଷିଣ ଆଫ୍ରିକା । ତେଣୁ ଆଜିର ମୁକାବିଲା ଜିତି ଆଗୁଆ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ଦଳ ।

ପ୍ରଥମ ମୁକାବିଲାରେ ବର୍ଷା ବାଧକ ସାଜିଥିଲା । 50 ଓଭର ପରିବର୍ତ୍ତେ 40 ଓଭର ଖେଳ ହୋଇଥିଲା । ଭାରତର ବୋଲିଂ ପ୍ରଦର୍ଶନ ଭଲ ଥିଲା । ମାତ୍ର ବ୍ୟାଟିଂରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ଚମତ୍କାର ଇନିଂସ ଖେଳିଥିଲେ। ଅନ୍ୟ ବ୍ୟାଟରଙ୍କ ବିଫଳ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକାଠୁ ଭାରତ 9 ରନରେ ପରାସ୍ତ ହୋଇଥିଲା । ଆଜି ସେ ସମସ୍ତ ତ୍ରୁଟିକୁ ସୁଧାରି ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ବ୍ୟାଟିଂ ବିଭାଗ ସୁଦୃଢ କରିବାକୁ ହେବ । ବିଶେଷ କରି ଧାୱନ ଓ ଶୁଭମନ ଗିଲଙ୍କ ବ୍ୟାଟରୁ ଉପଯୋଗୀ ଇନିଂସର ଆବଶ୍ୟକତା ରହିଛି । ସେହିପରି ଋତୁରାଜ ଗାଏକ୍ବାର୍ଡ ଓ ଇଶାନ କିଷନଙ୍କ ପାଖରେ ମଧ୍ୟ ଆଜି ଦକ୍ଷତା ପ୍ରମାଣ କରିବାର ସୁଯୋଗ ରହିଛି । ଭାରତ ଏକାଦଶରେ ପରିବର୍ତ୍ତନ ହୋଇପାରେ । ପ୍ରଥମ ମୁକାବିଲାରେ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ତେବେ ଯୁବ ଲେଗ ସ୍ପିନର ରବି ବିଷ୍ଣୋଇଙ୍କ ସ୍ଥାନରେ ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିପାରେ । ସେପଟେ ଆହତ କାରଣରୁ ବାଦ ପଡିଥିବା ଦୀପକ ଚହରଙ୍କ ସ୍ଥାନ ନେଇଛନ୍ତି ୱାଶିଂଟନ ସୁନ୍ଦର ।

ଏହା ବି ପଢନ୍ତୁ....Ind vs SA ODI: ଚହରଙ୍କ ବଦଳରେ ସ୍ଥାନ ପାଇଲେ ୱାସିଙ୍ଗଟନ ସୁନ୍ଦର

ପ୍ରଥମ ମୁକାବିଲା ଜିତି ଦୃଢ ମନୋବଳରେ ରହିଛି ଦକ୍ଷିଣ ଆଫ୍ରିକା । ରାଞ୍ଜିରେ ଏହି ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ଦଳ । ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆ ସିରିଜ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଦଳ । ଏନେଇ ଦଳ ଜୋରଦାର ପ୍ରସ୍ତୁତି କରିଛି । ରାଞ୍ଚିରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ପିଚ ବ୍ୟାଟିଂ ଉପଯୋଗୀ ରହିଛି । ଦିଲ୍ଲୀରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.