ହାଇଦ୍ରାବାଦ: ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାତ । ଟି-ଟ୍ବେଣ୍ଟି ଓ ଦିନିକିଆ ପରେ ଏବେ ଟେଷ୍ଟ ସିରିଜ ଖେଳିବ ଭାରତ । ବିଶ୍ବକପର ପରେ ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ଆଜି ମଇଦାନକୁ ଓହ୍ଳାଇବ ମେନ୍ ଇନ୍ ବ୍ଲୁ' । ଟି-20, ଦିନିକିଆରେ ବିଶ୍ରାମ ଦିଆଯାଇଥିବା ବରିଷ୍ଠ ଖେଳାଳି ଟେଷ୍ଟ ସିରିଜ ପାଇଁ ଦଳକୁ ଫେରିଛନ୍ତି । ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ବିଶ୍ବକପ ପରେ କୌଣସି ମ୍ୟାଚ୍ ଖେଳିନଥିବା ବେଳେ ଟେଷ୍ଟ ମ୍ୟାଚ ପାଇଁ ପୁରା ପ୍ରସ୍ତୁତ ହୋଇଛନ୍ତି ।
ଦୀର୍ଘ ମାସ ପରେ ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଶେଷ କରିଛି ରୋହିତ ବାହିନୀ । ଦକ୍ଷିଣ ଆଫ୍ରିକାର ସ୍ପୋର୍ଟ୍ସ ପାର୍କରେ ଟେଷ୍ଟ ମ୍ୟାଚ୍ ଖେଳାଯିବ । ମଧ୍ୟାହ୍ନ ସମୟରେ ଏହି ମ୍ୟାଚ୍ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-20 ସିରିଜ ଡ୍ର' ରହିଥିବା ବେଳେ ଦିନିକିଆରେ ଟିମ୍ ଇଣ୍ଡିଆ ସିରିଜ କବ୍ଜା କରିଥିଲା । ଏବେ ଭାରତୀୟ ଦଳର ନଜର ଟେଷ୍ଟ ସିରିଜ ଉପରେ । ବରିଷ୍ଠ ଖେଳାଳି ଦଳକୁ ଫେରିଥିବାରୁ ଟେଷ୍ଟ ମ୍ୟାଚ ଭାରତ ସପକ୍ଷରେ ଯିବା ନେଇ ଆଶା କରାଯାଉଛି । କିନ୍ତୁ ଭାରତ ପାଇଁ ବିଜୟ ସହଜ ହେବ ନାହିଁ । 1992ରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ସହ ଯେତେ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି ଘରୋଇ ଦଳ ଅଧିକ ମ୍ୟାଚ୍ରେ ବିଜୟୀ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଦକ୍ଷିଣ ଆଫ୍ରିକାରେ ରୋହିତଙ୍କ ଅପେକ୍ଷାରେ ମାଇଲଷ୍ଟୋନ୍; ସେହୱାଗ ଓ ଧୋନୀଙ୍କ ରେକର୍ଡ ବିପଦରେ
ଦୁଇ ଦଳ ମଧ୍ୟରେ ମୋଟ 42ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା 17 ଓ ଭାରତ 15ଟିରେ ବିଜୟୀ ହୋଇଛି । ସେହିପରି 10ଟି ମ୍ୟାଚ୍ ଡ୍ର' ରହିଛି । ଶେଷ ଥର ଲାଗି 2021ରେ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଇଥିଲା । ସେପଟେ ରେକର୍ଡ ବଜାୟ ରଖିବା ଲକ୍ଷ୍ୟରେ ଘରୋଇ ଟିମ । ମାର୍ଚ୍ଚ ମାସଠାରୁ ଦଳ କୌଣସି ଟେଷ୍ଟ ସିରିଜ ଖେଳିନଥିଲେ ମଧ୍ୟ ଭାରତକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଟେଷ୍ଟ ସିରିଜରେ ବର୍ଷା ବାଧକ ସାଜିପାରେ ବୋଲି ଆନୁମାନ କରାଯାଉଛି । ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ମହମ୍ମଦ ଶାମି । ବିଶ୍ବକପ୍ରେ ଶାମିଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା । ତାଙ୍କର ଅନୁପସ୍ଥିତି ଦଳ ପାଇଁ କ୍ଷତିକାରକ କ୍ଷତିକାରକ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମା, କୋହଲି, ଗିଲ ଓ କେଏଲ ରାହୁଲଙ୍କ ବ୍ୟାଟରୁ ଭଲ ସ୍କୋର ହେବା ନେଇ ଆଶା କରାଯାଉଛି ।