ETV Bharat / sports

India vs SA T20: ପଡିଆରେ ଟ୍ରାଏଲ ହେଲା ସୁପର ସୋପର

ବାରବାଟୀ ମ୍ୟାଚ ପାଇଁ ନାହିଁ ବର୍ଷା ଭୟ । ଷ୍ଟାଡିୟମରେ ପହଞ୍ଚିଥିବା ଅଷ୍ଟ୍ରେଲିଆନ ସୁପର ସୋପରର ଟ୍ରାଏଲ କରିଛି OCA । ଅଧିକ ପଢନ୍ତୁ

India vs SA T20 at Barabati: ଷ୍ଟାଡିୟମରେ ଟ୍ରାଏଲ ହେଲା ସୁପର ସୋପର

author img

By

Published : Jun 3, 2022, 7:34 PM IST

Updated : Jun 4, 2022, 8:33 AM IST

କଟକ: ବାରବାଟୀ ମ୍ୟାଚ ପାଇଁ ନାହିଁ ବର୍ଷା ଭୟ । ଓସିଏକୁ ଆସିଲା ଅଷ୍ଟ୍ରେଲିଆନ ସୁପର ସୋପର । ବର୍ଷା ସମୟରେ ରକ୍ଷା କବଚ ପାଲଟିବ ଏହି ସୁପର ସୋପର । ଜୁନ 12 ତାରିଖରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଏହି ସୁପର ସୋପର ବାର୍ଷା ବିପକ୍ଷରେ ଲଢିବ । ମୌସୁମୀ କାରଣରୁ ଯଦି ବର୍ଷା ହୁଏ ତେବେ ଷ୍ଟାଡିଅମକୁ ସଙ୍ଗେସଙ୍ଗେ ସୁଖାଇବ ଏହି ମେସିନ ।

ପଡିଆରେ ଟ୍ରାଏଲ ହେଲା ସୁପର ସୋପର

50 ଲକ୍ଷ ଟଙ୍କା ବ୍ୟୟରେ ସୁପର ସୋପର ମେସିନ ଆଣିଛି ଓସିଏ । ଅଷ୍ଟ୍ରେଲିଆରେ ନିର୍ମିତ ଏହି ଅତ୍ୟାଧୁନିକ ମେସିନ କିଛି ସମୟ ମଧ୍ୟରେ ପଡିଆକୁ ସୁଖାଇ ଦେବ । ଏହାସହ ରାତି ସମୟରେ କାକରକୁ ମଧ୍ୟ ସୁଖାଇବାରେ ସହାୟକ ହେବ । ଏହାବ୍ୟତୀତ ଯଦି ମ୍ୟାଚ ସମୟରେ ବର୍ଷା ହୁଏ ତେବେ ସ୍ୟାଣ୍ଡ ବେଶ ଆଉଟ ଫିଲ୍ଡ ଏବଂ ଏହି ଅଷ୍ଟ୍ରେଲିଆନ ସୁପର ସୋପର ଗ୍ରାଉଣ୍ଡକୁ ରକ୍ଷା କରିବେ । ତେବେ ଓସିଏ ପାଇଁ ଏହି ମେସିନ ବେଶ୍ ଲାଭ ଦାୟକ ହେବ ବୋଲି କହିଛନ୍ତି ଓସିଏ ମୁଖ୍ୟ ପିଚ କ୍ୟୁରେଟର ।

ଅନ୍ୟପଟେ ଏହି ମେସିନରେ 300 ଲିଟରରୁ ଊର୍ଦ୍ଧ୍ବ ଜଳ ଧାରଣ କ୍ଷମତା ରହିଛି । ଏହାକୁ ଚଳାଇବା ପାଇଁ ଅଧିକ କର୍ମଚାରୀର ମଧ୍ୟ ଆବଶ୍ୟକତା ନାହିଁ । ଏହାଛଡ଼ା ଅନ୍ୟ ସୁପର ସୋପର ଅପେକ୍ଷା ଏହା ଅଧିକ କ୍ଷିପ୍ର ଓ ଭରସାଯୋଗ୍ୟ । କିଛି ସମୟ ମଧ୍ୟରେ ଗ୍ରାଉଣ୍ଡରୁ ସବୁ ବର୍ଷା ଜଳକୁ ସୁଖାଇବା ପରେ 28 ମିନିଟରେ ପାଣିକୁ ଡ୍ରେନେଜ କରିବ ଏହି ମେସିନ । ଯାହାଦ୍ୱାରା ଖେଳକୁ ପୁନଃ ଆରମ୍ଭ କରିବାରେ ବେଶ ସହାୟକ ହେବ ।

ତେବେ ଏହି ଅଷ୍ଟ୍ରେଲିଆନ ସୁପର ସପର ଭାରତର ବଡ଼ ବଡ଼ ଷ୍ଟାଡିଅମରେ ରହିଛି । ଯାହା ବର୍ଷା ପରେ ଖେଳ ଆରମ୍ଭ କରିବାରେ ମୁଖ୍ୟ ସହାୟକ ହୋଇଥାଏ । ତେବେ ବାରବାଟୀ ମ୍ୟାଚକୁ ଆଉ ମାତ୍ର କିଛିଦିନ ବାକି ଥିବାବେଳେ ଗ୍ରାଉଣ୍ଡରେ ଏହି ସୋପର ମେସିନକୁ ଟ୍ରାଏଲ କରିଛନ୍ତି ଓସିଏ କର୍ମଚାରୀ ।

ଇଟିଭି ଭାରତ, କଟକ

Last Updated : Jun 4, 2022, 8:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.