ETV Bharat / sports

ପାକିସ୍ତାନଠାରୁ ବିଶ୍ବକପ ପରାଜୟର ପ୍ରତିଶୋଧ ଅପେକ୍ଷାରେ ଭାରତ

ଆଉ କିଛି ସମୟର ଅପେକ୍ଷା । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା । ଭାରତ ୨୦୨୦ ବିଶ୍ବକପ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅଧିକ ପଢନ୍ତୁ

author img

By

Published : Aug 28, 2022, 6:22 PM IST

ଭାରତ ପାକିସ୍ତାନ ମୁକାବିଲା ଫଳାଫଳ
ଭାରତ ପାକିସ୍ତାନ ମୁକାବିଲା ଫଳାଫଳ

ହାଇଦ୍ରାବାଦ: ଆଉ କିଛି ସମୟର ଅପେକ୍ଷା । ଆଜି (ରବିବାର) ସନ୍ଧ୍ୟାରେ ଦେକିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା । ଭାରତ ୨୦୨୦ ବିଶ୍ବକପ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଭାରତ ବନାମ ପାକିସ୍ତାନ ମ୍ୟାଚକୁ କ୍ରିକେଟ ପ୍ରେମୀ ମହାମୁକାବିଲାର ଆଖ୍ୟା ଦେଇଛନ୍ତି । ତେବେ ଟି-୨୦ ମ୍ୟାଚରେ ଉଭୟ ଦଳ ପରସ୍ପର ୯ ଥର ମୁହାଁମୁହଁ ହୋଇଛନ୍ତି । ଭାରତ ୭ ଟି ମ୍ୟାଚ ଜିତି ଥିବା ବେଳେ ପାକିସ୍ତାନ ୨ଟି ମ୍ୟାଚ ଜିତିଛି । ତେବେ ଆସନ୍ତୁ ନଜର ପକାଇବା ଭାରତ ପାକିସ୍ତାନ ଟି-୨୦ ମ୍ୟାଚର କିଛି ଝଲକ ଉପରେ ।

ଭାରତ ବନାମ ପାକିସ୍ତାନ ICC ଟି-୨୦ ବିଶ୍ବକପ ୨୦୦୭ ଗ୍ରୁପ ଷ୍ଟେଜ ମ୍ୟାଚ

ଏହି ମ୍ୟାଚରେ ସେଦିନ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତୀୟ ବ୍ୟାଟର ରବିନ ଉଥାପ୍ପା ଏବଂ ମହେନ୍ଦ୍ର ସିଂ ଧୋନୀ ଯଥାକ୍ରମେ ୫୦ ଓ ୩୩ ରନ କରି ୨୦ ଓଭରରେ ଭାରତର ସ୍କୋରକୁ ୧୪୧/9 ରେ ପହଁଞ୍ଚାଇ ଥିଲେ । ତେବେ ୧୪୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ପାକସ୍ତାନ । ପାକିସ୍ତାନ ବ୍ୟାଟର ମିସବା ଉଲ ହକ ୫୩ ରନର ଇନିଂସ ଖେଳିବା ସହିତ ପାକିସ୍ତାନ ୮୭/୫ ଫଳାଫଳ ସହିତ ମ୍ୟାଚକୁ ନିଜ ସପକ୍ଷରେ ନେବା ପାଇଁ ସଂଘର୍ଷ କରୁଥିଲା । ଶେଷ ବଲରେ ମିସବା ଉଲ ହକକୁ ଭାରତ ରନ ଆଉଟ୍‌ କରି ଭାରତ ନିଜ ସ୍ଥିତି ବଜାୟ ରଖି ପାରିଥିଲା ।

ଭାରତ ବନାମ ପାକିସ୍ତାନ ICC ଟି-୨୦ ବିଶ୍ବକପ ୨୦୦୭ ଫାଇନାଲ ମ୍ୟାଚ

୨୦୦୭ ICC ଟି-୨୦ ବିଶ୍ବକପରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଗୌତମ ଗମ୍ଭୀରଙ୍କ ୫୪ ବଲରୁ ୭୫ରନ ଏବଂ ରୋହିତ ଶର୍ମାଙ୍କ ୧୬ ବଲରୁ ୩୦ ରନ ସହାୟତାରେ ଭାରତ ୨୦ ଓଭରରେ ୧୫୭/5 ରନ କରିଥିଲା । ସେପଟେ ୧୫୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିଲା ମ୍ୟାନ ଇନ ଗ୍ରୀନ । ପାକିସ୍ତାନ ପକ୍ଷରୁ ରନ ସ୍ଥିତି ସମ୍ଭାଳିବା ପାଇଁ ପଡିଆକୁ ଆସିଥିଲେ ମିଶବା ଉଲ-ହକ । ହେଲେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଶିକାର ହୋଇ ମିଶବା ୪୩ ରନ ଆଉଟ ହୋଇଥିଲେ । ଭାରତ ସପକ୍ଷରେ ମ୍ୟାଚ୍‌ର ଫଳାଫଳ ଯାଇଥିଲା । ଭାରତ ୫ ୱିକେଟରେ ପାକିସ୍ତାନଠୁ ବିଜୟ ହାସଲ କରି ୨୦୦୭ ଟି-୨୦ ବିଶ୍ବକପ ହାତେଇଥିଲା ।

ଭାରତ ବନାମ ପାକିସ୍ତାନ ICC ଟି-୨୦ ବିଶ୍ବକପ ୨୦୧୨ ସୁପର ଏଇଟ ଷ୍ଟେଜ

ଟି-୨୦ ବିଶ୍ବକପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଏହି ମ୍ୟାଚ୍‌ରେ ଭାରତ ଲକ୍ଷ୍ମୀପତି ବାଲାଜୀଙ୍କ ଦମଦାର ବୋଲିଂ(3/22) ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ଓ ଅଲରାଉଣ୍ଡର ଯୁବରାଜ ସିଂହ (୨/୧୬ ଉଭୟ ) ବୋଲିଂ ବଳରେ ପାକିସ୍ତାନର ସୋଏବ ମାଲିକ ସର୍ବଶ୍ରେଷ୍ଠ ସ୍କୋର ୨୮ ସହିତ ପାକିସ୍ତାନ ୧୨୮ ରନ କରିପାରିଥିଲା । ଏହାର ଜବାବରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୬୧ ବଲରୁ ଅପରାଜିତ ୭୮ ଇନିଂସ ବଳରେ ଭାରତ ୮ ୱିକେଟ ମ୍ୟାଚ ଜିତି ନେଇଥିଲା ।

ଭାରତ ବନାମ ପାକିସ୍ତାନ, ଭାରତ ପାକିସ୍ତାନ ଗସ୍ତ ୨୦୧୨

ଏହି ମ୍ୟାଚ୍‌ରେ ଭାରତର ପାକିସ୍ତାନ ବୋଲରଙ୍କ ସହିତ ସଂଘର୍ଷ କରିବାକୁ ପଡିଥିଲା । ଉମର ଗୁଲ(3/21) ସଇଦ ଆଜମଲ (୨/୨୫) ଇନିଂସ ବଳରେ ଭାରତ ୧୩୩/୯ ରନ କରିଥିଲା । ଗୌତମ ଗମ୍ଭୀର (୪୩) ଆଜିଙ୍କ୍ୟ ରାହାଣେ (୪୨) ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲେ । ପରେ ପରେ ୱିକେଟର ପତନ ଆରମ୍ଭ ହୋଇଥିଲା । ଭାରତ ପକ୍ଷରୁ ଭୁବନେଶ୍ବର କୁମାର (3/୯) ସତ୍ତ୍ବେ ପାକିସ୍ତାନ ପକ୍ଷରୁ ଅଧିନାୟକ (6୧) ଏବଂ ସୋଏବ ମାଲିକଙ୍କ ଅପରାଜିତ ୫୭ ରନ ବଳରେ ୫ ୱିକେଟରେ ମ୍ୟାଚ ଜିତି ନେଇଥିଲା ।

ଏହି ମ୍ୟାଚରେ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ୩୬ ବଲରୁ ୭୨ ରନ ବଳରେ ଭାରତ ୨୦ ଓଭରରେ ୧୯୨/୫ ରନ କରି ପାରିଥିଲା । ସେହିପରି ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ଅଶୋକ ଦିଣ୍ଡା (୩/୩୬) ଏବଂ ଇଶାନ୍ତ ଶର୍ମାଙ୍କ (୧/୩୪) ଇନିଂସ ବଳରେ ଭାରତ ୧୦ ରନରେ ମ୍ୟାଚ ଜିତି ପାରିବାରେ ସଫଳ ହୋଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ହଫିଜଙ୍କ ୫୫ ଏବଂ ନାସିର ଜମଶେଦଙ୍କ ୪୧ ରନ ପାଣିରେ ପଡିଥିଲା । ଭାରତ ଏହି ସରିଜକୁ ୧-୧ ରେ ବରାବର କରିଥିଲା ।

ଭାରତ ବନାମ ପାକିସ୍ତାନ, ICC ଟି-୨୦ ବିଶ୍ବକପ ୨୦୧୪

ପୁଣି ଟି-୨୦ ବିଶ୍ବକପରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ଅମିତ ମିଶ୍ର (୨/୨୨), ରବିନ୍ଦ୍ର ଜାଡେଜା (୧/୧୮) ଏବଂ ଭୁବନେଶ୍ବର କୁମାରଙ୍କ (୧/୨୧)ର ଦମଦାର ବୋଲିଂ ବଳରେ ପାକିସ୍ତାନ ୨୦ ଓଭରରେ ୧୩୦/୭ ରନ କରିଥିଲା । ପାକିସ୍ତାନ ପକ୍ଷରୁ ଉମର ଅକବର ସର୍ବାଧିକ ୩୩ ରନ କରିପାରିଥିଲେ । ସେପଟେ ଏହାର ଜବାବରେ ଭାରତ ପକ୍ଷରୁ ବିରାଟ କୋହଲି ଏବଂ ସୁରେଶ ରୈନା ଉଭୟଙ୍କ ଅପରାଜିତ ରନ କ୍ରମଶଃ ୩୬ ଓ ୩୫ ବଳରେ ଭାରତ ୭ ୱିକେଟରେ ବିଜୟ ହାସଲ କରିଥିଲା ।

ଭାରତ ବନାମ ପାକିସ୍ତାନ, ଏସିଆ କପ ୨୦୧୬

ଏସିଆ କପ ୨୦୧୬ ଟି-୨୦ ମ୍ୟାଚ ଫର୍ମାଟରେ ଖେଳାଯାଇଥିଲା । ଏହି ମ୍ୟାଚରେ ପାକିସ୍ତାନ ଭାରତଠାରୁ ଶୋଚନୀୟ ପରାଜୟ ହୋଇଥିଲା । ଦୁଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା କ୍ରମଶଃ (3/୮), (୨/୧୧) ବିସ୍ପୋରକ ବୋଲିଂ ବଳରେ ପାକିସ୍ତାନ ପାକିସ୍ତାନ ୮୩ ରନ କରିଥିଲା । ଭାରତ ୮୪ ରନ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା । ହେଲେ ପ୍ରଥମରୁ ଭାରତକୁ ସଂଘର୍ଷ କରିବାକୁ ପଡିଥିଲା । ଭାରତର ସ୍କୋର ୮/୩ ରହିଥିଲା । ପରେ ବିରାଟଙ୍କ ଦମଦାର ଇନିଂସ ୪୯ ବଲରୁ ୫୧ ରନ ବଳରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇବାକୁ ସକ୍ଷମ ହୋଇଥିଲା ।

ଭାରତ ବନାମ ପାକିସ୍ତାନ, ICC ଟି-୨୦ ବିଶ୍ବକପ ୨୦୧୬

ଏହି ବିଶ୍ବକପରେ ଭାରତ ପାକିସ୍ତାନକୁ ଅଷ୍ଟମ ଥର ପାଇଁ ଭେଟିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରେ ୫ ୱିକେଟ ହରାଇ ୧୧୮ ରନ କରି ପାରିଥିଲା । ବିରାଟ କୋହଲି ଏବଂ ଯୁବରାଜ ସିଂଙ୍କ ଲଢୁଆ ପ୍ରଦର୍ଶନ ବଳରେ ଭାରତ ୪ ୱିକେଟରେ ମ୍ୟାଚ ଜିତି ନେଇଥିଲା ।

ଭାରତ ବନାମ ପାକିସ୍ତାନ, ICC ଟି-୨୦ ବିଶ୍ବକପ ୨୦୨୧

ଏହି ମ୍ୟାଚରେ ଭାରତ ପାକିସ୍ତାନଠାରୁ ୧୦ ୱିକେଟରେ ପରାଜିତ ହୋଇଥିଲା । ସେଦିନର ପରାଜୟକୁ ସହଜରେ ଭୁଲି ପାରିନାହିଁ ଭାରତ ଯାହାର ପ୍ରତିଶୋଧ ଆଜି ନେବାକୁ ଯାଉଛି ଭାରତ । ସେଦିର ଏହି ମ୍ୟାଚରେ ଭାରତୀୟ ବ୍ୟାଟରଙ୍କୁ ପାଭଲିୟନ ଫେରିବାର ରାସ୍ତା ଦେଖାଇଥିଲେ ବାମହାତୀ ଫାଷ୍ଟ ବୋଲର ସାହିନ ଆଫ୍ରିଦି । ଭାରତ ୨୦ ଓଭରେ ୭ ୱିକେଟ ହରାଇ ୧୫୧ ରନ କରିପାରିଥିଲା । ଏହାର ଜବାବରେ ପାକିସ୍ତାନ ଟପ ବ୍ୟାଟିଂ ଅର୍ଡରରେ ଗୋଟେ ବୋଲି ୱିକେଟ ଖସାଇବାକୁ ଭାରତୀୟ ବୋଲରଙ୍କୁ ମୌକା ଦେଇ ନ ଥିଲା । ଦୁଇ ଓପନର ମହମ୍ମଦ ରିଜୱାନ ଏବଂ ବାବର ଆଜମ ଅପରାଜିତ ୭୯ ଏବଂ ୬୮ ରନ୍‌ର ଇଂନିସ ଖେଳିବା ଫଳରେ ପାକିସ୍ତାନ ୧୦ ୱିକେଟରେ ମ୍ୟାଚ ଜିତି ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.