ETV Bharat / sports

କୋରୋନା ଭୟ: 2022କୁ ଘୁଞ୍ଚିଲା ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌

author img

By

Published : Sep 16, 2021, 7:44 PM IST

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ । ସମସ୍ତ କଟକଣା ସତ୍ତ୍ବେ କ୍ରିକେଟ ଉପରେ ପ୍ରଭାବ ପକାଉଛି କୋଭିଡ ସଂକ୍ରମଣ । ଅଧିକ ପଢ଼ନ୍ତୁ...

କୋରୋନା ଭୟ: 2022କୁ ଘୁଞ୍ଚିଲା ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌
କୋରୋନା ଭୟ: 2022କୁ ଘୁଞ୍ଚିଲା ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌

ୱେଲିଂଟନ: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ । ସମସ୍ତ କଟକଣା ସତ୍ତ୍ବେ କ୍ରିକେଟ ଉପରେ ପ୍ରଭାବ ପକାଉଛି କୋଭିଡ ସଂକ୍ରମଣ । ଏଥିପାଇଁ ଟି-୨୦ ବିଶ୍ବକପ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ଘୁଞ୍ଚାଇ ଦିଆଯାଇଛି । ଭାରତୀୟ କ୍ୟାମ୍ପରେ କୋରୋନା ସଂକ୍ରମଣ ଯୋଗୁଁ ଏଭଳି ପଦକ୍ଷେପ ନେଇଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜ ଖେଳାଯିବାକୁ ଥିଲା । ତେବେ ଏହି ସିରିଜ ୨୦୨୨ରେ ଖେଳାଯିବ । ୨୦୨୨ ମାର୍ଚ୍ଚ-ଏପ୍ରିଲ ମାସରେ ଏହି ସିରିଜ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କୋଭିଡ ସଂକ୍ରମଣ ଭୟରେ ଏହି ସିରିଜକୁ ୨୦୨୨ ଟି-୨୦ ବିଶ୍ବକପ ପରେ ଖେଳାଯିବ । ଭାରତୀୟ କ୍ୟାମ୍ପରେ କୋଭିଡ ସଂକ୍ରମଣ ଯୋଗୁଁ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଥିଲା ।

ବିଶ୍ବକପ ସୁପରଲିଗ୍‌ର ଏକ ଅଂଶ ହେଉଛି ଏହି ଦିନିକିଆ ସିରିଜ୍‌ । ଏହାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତେବେ ଟି-୨୦ ବିଶ୍ବକପ ପରେ ନଭେମ୍ବର ମାସରେ ଭାରତ ଗସ୍ତ କରିବ ନ୍ୟୁଜିଲାଣ୍ଡ ଦଳ । ଏହି ସମୟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳ ଦୁଇଟି ଟେଷ୍ଟ ଓ ତିନିଟି ଟି-୨୦ ମ୍ୟାଚ ଖେଳିବ । ବର୍ତ୍ତମାନ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଅଭ୍ୟାସ କରୁଛନ୍ତି ଭାରତୀୟ ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.