ETV Bharat / sports

India vs New Zealand: ଅଲୋଡା ରେକର୍ଡର ସମକକ୍ଷ ପୂଜାରା, ରାହାଣେଙ୍କ ସଂଘର୍ଷ ଜାରି

କାନପୁରରେ ରାହାଣେଙ୍କ ସଂଘର୍ଷ ଜାରିଥିବାବେଳେ, ପୂଜାରା ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି (Cheteshwar Pujara equals unwanted record) । ଉଭୟ ଖେଳାଳି କେବଳ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ଥିବାରୁ କ୍ରମାଗତ ବ୍ୟାଟିଂ ବିପଳତା ପରେ ଉଭୟଙ୍କ କ୍ୟାରିୟର ସଙ୍କଟରେ । ଅଧିକ ପଢନ୍ତୁ

author img

By

Published : Nov 28, 2021, 3:54 PM IST

India vs New Zealand: Cheteshwar Pujara equals unwanted record
India vs New Zealand: ଅଲୋଡା ରେକର୍ଡର ସମକକ୍ଷ ପୂଜାରା, ରାହାଣେଙ୍କ ସଂଘର୍ଷ ଜାରି

କାନପୁର: ସ୍ଥାନୀୟ ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି । ରବିବାର ମ୍ୟାଚ୍‌ର ଚତୁର୍ଥ ଦିନରେ ଭାରତୀୟ ଶୀର୍ଷକ୍ରମ ବ୍ୟାଟିଂ ପୁଣି ଥରେ ନିରାଶ କରିଛି । ପ୍ରଥମ ଇଂନିସରେ ୪୯ ରନ୍‌ର ଲିଡ୍‌ ମିଳିବା ପରେ ଦ୍ବିତୀୟ ଇଂନିସରେ ଶ୍ରେୟସ ଆୟରଙ୍କ ବ୍ୟତୀତ ଭାରତୀୟ ଶୀର୍ଷକ୍ରମର ସମସ୍ତ ବ୍ୟାଟର ଫେଲ୍‌ ମାରିଛନ୍ତି । ଟିମର ଦୁଇ ସିନିୟର ଖେଳାଳି ତଥା କ୍ୟାପଟେନ ଅଜିଙ୍କ୍ୟ ରାହାଣେ(Ajinkya Rahane) ଓ ଭାଇସ କ୍ୟାପଟେନ ଚେତେଶ୍ବର ପୂଜାରାଙ୍କ ଫର୍ମ ଚିନ୍ତାର କାରଣ । କାନପୁରରେ ରାହାଣେଙ୍କ ସଂଘର୍ଷ ଜାରିଥିବାବେଳେ, ପୂଜାରା ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି । ଉଭୟ ଖେଳାଳି କେବଳ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ଥିବାରୁ କ୍ରମାଗତ ବ୍ୟାଟିଂ ବିଫଳତା ଉଭୟଙ୍କ କ୍ୟାରିୟରକୁ ସଙ୍କଟରେ ପକାଇଛି ।

ବିନା ଶତକରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାରେ ଅଜିତ ୱାଡେକରଙ୍କ ଅଲୋଡା ରେକର୍ଡର(Unwanted record) ସମକକ୍ଷ ହୋଇଛନ୍ତି ପୂଜାରା । ବ୍ୟାଟିଂକ୍ରମରେ ଗୁରୁତ୍ବପୂର୍ଣ୍ଣ ୩ ନମ୍ବର ସ୍ଥାନରେ ବ୍ୟାଟିଂ ସୁଯୋଗ ମିଳିଥିଲେ ମଧ୍ୟ ପୂଜାରା ବିନା ଶତକୀୟ ଇଂନିସରେ ୩୯ଟି ଇଂନିସ ଖେଳିସାରିଛନ୍ତି । ପୂର୍ବତନ ଭାରତୀୟ କ୍ୟାପଟେନ ୱାଡେକର ବର୍ଷ ୧୯୬୮ରୁ ୧୯୭୪ ମଧ୍ୟରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରି ୩୯ଟି ଇଂନିସରେ କୌଣସି ଶତକ ହାସଲ କରିପାରିନଥିଲେ । ପୂଜାରାଙ୍କ (Cheteshwar Pujara) ରେକର୍ଡ ୨୦୧୯ରୁ ଆରମ୍ଭ ହୋଇଛି । ପୂର୍ବରୁ ମଧ୍ୟ ୨୦୧୩ରୁ ୨୦୧୬ ମଧ୍ୟରେ ପୂଜାରା ୩୭ ଇଂନିସ ବିନା କୌଣସି ଶତକରେ ଖେଳିଥିଲେ ।

ଏହାମଧ୍ୟ ପଢନ୍ତୁ: 63 Not out: କ୍ରିକେଟର କଳାଦିନ, ଯେବେ ପଡିଆରେ ଟଳିପଡିଥିଲେ କ୍ରିକେଟର

ବିନା ଶତକରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ ସର୍ବାଧିକ ଇଂନିସ

  • ଅଜିତ ୱାଡେକର(୧୯୬୮-୭୪), ଚେତେଶ୍ବର ପୂଜାରା(୨୦୧୯-୨୦୨୧) - ୩୯
  • ଚେତେଶ୍ବର ପୂଜାରା(୨୦୧୩-୨୦୧୬) - ୩୭

ଅନ୍ୟପଟେ ଟେଷ୍ଟ ଟିମରେ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନ ନେଇ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଭାରତ ଜଣେ ଅଭିଜ୍ଞ ବ୍ୟାଟରଙ୍କ ଲମ୍ବା ଇଂନିସ ଆଶାରେ ରହିଥିଲା । ରବିବାର ସକାଳେ ରାହାଣେ ଏକ ଚୌକା ସାହାଯ୍ୟରେ ଇଂନିସ ଆରମ୍ଭ କରିଥିଲେ ମାତ୍ର ସମାନ ସ୍କୋରରେ ବାମହାତୀ ସ୍ପିନର ଏଜାଜ ପଟେଲଙ୍କ ଶିକାର ହୋଇଥିଲେ ।

ରବିବାର ସକାଳ ସେସନରେ କିୱି ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ମାତ୍ର ୫୧ ରନ୍‌ରେ ଶୀର୍ଷକ୍ରମର ୫ଟି ୱିକେଟ ହରାଇ ଏକ ସମୟରେ ସଙ୍କଟରେ ପଡିଥିଲା । ତେବେ ଶ୍ରେୟସ ଆୟରଙ୍କ ଲଢୁଆ ଅର୍ଦ୍ଧଶତକ, ରବିଚନ୍ଦ୍ରନ ଅଶ୍ବିନଙ୍କ ୩୨ ରନ୍‌ ବଳରେ ଭାରତ ସୁବିଧାଜନକ ସ୍ଥିତିରେ ପହଞ୍ଚିଛି । ଏହାପରେ ୱିକେଟ କିପର ବ୍ୟାଟର ରିଦ୍ଧିମାନ ଶାହା ଓ ଅକ୍ଷର ପଟେଲ ଲିଡ୍‌କୁ ୨୦୦ ପାର୍‌ କରାଇବା ସହ ଭାରତ ଦୃଢ ସ୍ଥିତିରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.