ETV Bharat / sports

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି, ବିଜୟଧାରା ବଜାୟ ଲକ୍ଷ୍ୟରେ ସୂର୍ଯ୍ୟ ସେନା - ଭାରତ ବନାମ ଅଷ୍ଟ୍ରେଲିଆ ଟିଟ୍ବେଣ୍ଟି ସିରିଜ

ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଜାରି ରହିଛି । ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଥିରୁଅନନ୍ତପୁରମରେ ରାତି 7ଟାରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ

India vs Australia t20 series
India vs Australia
author img

By ETV Bharat Odisha Team

Published : Nov 26, 2023, 11:35 AM IST

Updated : Nov 26, 2023, 12:13 PM IST

ଥିରୁଅନନ୍ତପୁରମ: ବିଶ୍ବକପ ପରେ ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ 3ଟି ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ ଜିତି ବିଶ୍ବକପ ଫାଇନାଲ ପରାଜୟର ସାମାନ୍ୟ ମଲମ ଦେଇଥିଲା ଟିମ ଇଣ୍ଡିଆ । ଆଜି ଥିରୁଅନନ୍ତପୁରମରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତିବା ପରେ ଦଳର ମନୋବଳ ଭଲ ରହିଛି । ତେଣୁ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ ସୂର୍ଯ୍ୟ ସେନା । ସେପଟେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା କଙ୍ଗାରୁ ଦଳ ଆଜି ଖାତା ଖୋଲିବାକୁ ପ୍ରୟାସ କରିବ । ରାତି 7ଟାରୁ ଆରମ୍ଭ ହେବ ମ୍ୟାଚ ।

ଏହା ବି ପଢନ୍ତୁ...୨ୟ ଟି୨୦ରେ ବଦଳିବ ଭାରତର ଚୂଡ଼ାନ୍ତ ଏକାଦଶ ! ସାମିଲ ହୋଇପାରନ୍ତି ଏହି ଦୁଇ ଖେଳାଳି

ପ୍ରଥମ ମ୍ୟାଚରେ ଶେଷ ଓଭରରେ ନାଟକୀୟ ମୋଡରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଭାରତ । 209ରନ ଟାର୍ଗେଟ ହାସଲ କରି ବିଜୟଖାତା ଖୋଲିଥିଲା ଟିମ୍ ଇଣ୍ଡିଆ । ଗୋଟିଏ ବଲରେ ଗୋଟିଏ ରନ ଦରକାର ଥିଲା । ରିଙ୍କୁ ସିଂ ଏକ ବିଶାଳ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ଟି-ଟ୍ବେଣ୍ଟି ସ୍ପେଶାଲିଷ୍ଟ ତଥା ଅଧିନାୟକ ସୂର୍ଯ୍ୟକୁମାର ଯାଦବ 80ରନ ପାଳି ଖେଳି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଇଶାନ କିଷନ ମଧ୍ୟ 58 ରନ କରିଥିଲେ । ବୋଲିଂରେ ଦଳ ପାଇଁ ଟିକେ ଚିନ୍ତା ରହିଛି । ପେସ ବୋଲିଂ ଉପରେ ଦଳ ଆଜି ଫୋକସ କରିବ ।ଭାରତ ତାର ଏକାଦଶରେ ପରିବର୍ତ୍ତନ କରିପାରେ ।

ସେପଟେ ଅଷ୍ଟ୍ରେଲିଆ ମ୍ୟାଚ ହାରିଥିଲେ ବି ବ୍ୟାଟିଂ ଓ ବୋଲିରେ ଭଲ ପ୍ରଦର୍ଶନ କରିଥିଲା । କଙ୍ଗାରୁ ଦଳର ଜୋସ ଇଙ୍ଗଲିସ ଶତକ ହାସଲ କରିଥିଲେ । ଭାରତକୁ ଅଟକାଇବାକୁ ଦଳ ମଧ୍ୟକ୍ରମ ବ୍ୟାଟରଙ୍କ ଉପରେ ଚାପ ପରାଇବାକୁ ଚେଷ୍ଟା କରିବ । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କ ଅଟକାଇବାକୁ ପ୍ରୟାସ କରିବ ଦଳ । ବିଶ୍ବ ଚମ୍ପିଆନ ହୋଇଥିବା କଙ୍ଗାରୁ ଦଳ ବିଜୟଖାତା ଖୋଲିବାକୁ ପ୍ରୟାସ କରିବ ।

ଏହା ବି ପଢନ୍ତୁ...ଟି-୨୦ ସିରିଜ: SKYଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିଙ୍କୁଙ୍କ ୱିନିଂ ସଟ୍‌, ୨ ୱିକେଟରେ ଜିତିଲା ଭାରତ

ପିଚ୍ ରିପୋର୍ଟ: ଥିରୁଅନନ୍ତପୁରମ ଗ୍ରୀନ ଫିଲ୍ଡ ଷ୍ଟାଡିୟମରେ ପୂର୍ବରୁ 3ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଛି । ପ୍ରତି ମ୍ୟାଚରେ ଦ୍ବିତୀୟରେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛି । ଏହି ପିଚରେ ହାଇସ୍କୋରିଂ କରିବା କଷ୍ଟକର ହେବ । ଟସ୍ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବ । ବର୍ଷା ସମ୍ଭାବନା ଥିବାରୁ ପିଚ୍ ପେସ ବୋଲରଙ୍କୁ ସହାୟତା କରିପାରେ ।

ଭାରତୀୟ ସମ୍ଭାବ୍ୟ ଦଳ: ଈଶାନ କିସନ (ୱିକେଟ କିପର), ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଯଶସ୍ବୀ ଜସ୍ବାଲ, ଅକ୍ଷର ପଟେଲ/ୱାଶିଂଟନ ସୁନ୍ଦର, ରବି ବଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଷ ଖାନ, ମୁକେଶ କୁମାର ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: ଷ୍ଟିଭେନ ସ୍ମିଥ, ମାଥ୍ୟୁ ସର୍ଟ, ଆରୋନ ହାର୍ଡି, ଜୋସ ଇନଗ୍ଲିସ, ମାର୍କସ ଷ୍ଟୋଇନିସ, ଟିମ ଡେଭିଡ, ମାଥ୍ୟୁ ୱେଡ (ଅଧିନାୟକ), ସିନ ଆବୋଟ, ନାଥନ ଏଲିସ, ଜାସନ ବେହରନଡର୍ଫ, ତନବୀର ସାଙ୍ଗା ।

Last Updated : Nov 26, 2023, 12:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.