ETV Bharat / sports

ଆଜି ଭାରତ-ଆଫଗାନିସ୍ତାନ ଦ୍ବିତୀୟ ଟି20, ଦଳକୁ ଫେରିବେ କିଙ୍ଗ କୋହଲି

author img

By ETV Bharat Odisha Team

Published : Jan 14, 2024, 11:48 AM IST

India vs Afghanistan 2nd T20 match: ଆଜି ଇନ୍ଦୋରରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି20 ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଭାରତ ଓ ଆଫଗାନିସ୍ତାନ
india vs afghanistan

ହାଇଦ୍ରାବାଦ: ଆଜି ଭାରତ ଓ ଆଫଗାନିସ୍ତାନ ଦ୍ବିତୀୟ ଟି20 ମ୍ୟାଚ । ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ଦ୍ବିତୀୟ ମ୍ୟାଚ ଖେଳିବାକୁ ଘରୋଇ ଦଳ ଓ ଭ୍ରମଣାକାରୀ ଟିମ ଆଫଗାନ ପୁରା ପ୍ରସ୍ତୁତ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାରୁ ଦ୍ବିତୀୟ ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଆଜିର ମ୍ୟାଚରେ ଦଳକୁ କମବ୍ୟାକ କରିବେ କିଙ୍ଗ କୋହଲି । ବର୍ତ୍ତମାନ ସିରିଜରେ ଭାରତ 1-0ରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚ ଜିତି ସିରିଜ ବରାବର ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ ଟିମ । ଭାରତଠାରୁ ସିରିଜ ଛଡାଇବାକୁ ଆଜି ଜୋରଦାର ଚେଷ୍ଟା କରିବ ଭ୍ରମଣକାରୀ ଦଳ । ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଆଜି ସନ୍ଧ୍ୟା 7ଟାରେ ଖେଳାଯିବ ଏହି ମ୍ୟାଚ ।

ଦୀର୍ଘ ୧୪ ମାସ ପରେ ଟି୨୦ ଖେଳିବେ କିଙ୍ଗ କୋହଲି: ବ୍ୟକ୍ତିଗତ କାରଣ ଦର୍ଶାଇ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳିନଥିଲେ କୋହଲି । ଆଜି କିନ୍ତୁ ଦ୍ବିତୀୟ ମ୍ୟାଚରେ କମବ୍ୟାକ କରିବେ । ଦୀର୍ଘ 14 ମାସ ପରେ ସେ ଅନ୍ତର୍ଜାତୀୟ ଟି ଟ୍ବେଣ୍ଟି ମ୍ୟାଚ ଖେଳିବାକୁ ଯାଉଛନ୍ତି । କୋହଲି ଦଳକୁ ଫେରିବା ପରେ ଏକାଦଶରେ ବଡଧରଣ ପରିବର୍ତ୍ତନ ହୋଇପାରେ । କେଉଁ ଖେଳାଳିଙ୍କ ବାଦ ଦିଆଯାଇ କୋହଲିଙ୍କୁ ଏକାଦଶରେ ସ୍ଥାନ ମିଳିବ ତାହା ଟସ୍ ପରେ ହିଁ ଜଣାପଡିବ । ତିଳକ ବର୍ମା ଏକାଦଶରୁ ବାଦ ପଡିପାରନ୍ତି ବୋଲି କୁହାଯାଉଛି । ଆଜିର ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି ଓ ଶିବମ ଦୁବେଙ୍କ ବ୍ୟାଟରୁ ଭଲ ସ୍କୋର ଆସିବା ନେଇ ଆଶା ରହିଛି ।

ଏହା ମଧ୍ୟ ପଢନ୍ତୁ-ରଣଜୀ ଟ୍ରଫିରେ ଭୁବନେଶ୍ବରଙ୍କ ବିସ୍ଫୋରଣ, ପ୍ରଥମ ମ୍ୟାଚ୍‌ରେ ନେଲେ ୮ ୱିକେଟ୍‌

ପ୍ରଥମ ମ୍ୟାଚରେ ଦଳକୁ ବିଜୟୀ କରାଇଥିଲେ ଶିବମ ଦୁବେ: ଜାନୁଆରୀ 11 ତାରିଖରେ ମୋହାଲିରେ ଭାରତ-ଆଫଗାନ ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 5 ଓ୍ବିକେଟ ହରାଇ ବିପକ୍ଷ ଦଳକୁ 159 ରନର ଟାର୍ଗେଟ ଦେଇଥିଲା । ଏହାପରେ ରୋହିତଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇଥିଲା ମେନ ଇନ ବ୍ଲୁ । ରୋହିତ ଶର୍ମା 0ରେ ଆଉଟ ହୋଇଥିବା ବେଳେ ଗିଲ 23 ରନ କରି ପାଭିଲିୟନ ଫେରିଥିଲେ । କିନ୍ତୁ ଶିବମ ଦୁବେ ପାଳି ସମ୍ଭାଳି ନେଇଥିଲେ । ସେ ଦମଦାର ଅର୍ଦ୍ଧଶତକ ହାସଲ କରି ଟିମକୁ ବିଜୟ ପର୍ଯ୍ୟନ୍ତ ନେଇଥିଲେ । 40 ବଲ୍‌ ଖେଳି 5ଟି ଚୌକା ଓ 2ଟି ଛକା ମାରି ମୋଟ 60 ରନ୍‌ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.