ETV Bharat / sports

India vs Australia 3rd ODI: ସ୍ୱପ୍ନରେ ରହିଗଲା ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ହ୍ୱାଇଟ ଓ୍ୱାସ୍

author img

By ETV Bharat Odisha Team

Published : Sep 27, 2023, 11:06 PM IST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ପରାଜୟ ବରଣ କରିଛି ଭାରତ । ୬୬ ରନରେ ବିଜୟଲାଭ କରିଛି ଭ୍ରମଣକରୀ ଦଳ ଅଷ୍ଟ୍ରେଲିଆ ।ସ୍ମିଥଙ୍କ ୫୦୦୦ ରନ ପୂରଣ । ଅଧିକ ପଢନ୍ତୁ

India versus Australia 3rd ODI:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚରେ, ବାଜିମାରିଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଆଜି ରାଜକୋଟରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ପରାଜୟ ବରଣ କରିଛି ଭାରତ । ଭାରତ ଏହି ଦିନିକିଆ ମ୍ୟଚରେ ୨ଟି ମ୍ୟାଚ ଜିତି ସିରିଜ କବଜା କରିଥିବା ବେଳେ କିନ୍ତୁ ଆଜିର ଶେଷ ଦିନିକିଆ ମ୍ୟାଚରେ ଭ୍ରମଣ କରି ଦଳ ଠାରୁ ୬୬ ରନରେ ପାରାଜୟ ହୋଇଛି । ଅଷ୍ଟ୍ରେଲିଆ ଗତ ଦୁଇ ଦୁଇଟି ମ୍ୟାଚ ହରି ସିରିଜ ହାତ ଛଡା କରିଥିବାବେଳେ ଆଜିର ମ୍ୟାଚ ଦଳ ପାଇଁ ସମ୍ମାନଜନ ଥିଲା ।

ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କାମିନ୍ସ ଅଧିନତ୍ବରେ ପଡିଆକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦଲର ଡେଭିଡ ୱାର୍ଣ୍ଣର ଏବଂ ମିଚେଲ ମାର୍ଶ ପ୍ରଥମେ ପାଳି ଖେଳିବା ପାଇଁ ପଡିଆକୁ ଓହ୍ଲାଇଥିଲେ । ୱାର୍ଣ୍ଣର ଓ ମିଚେଲ ମାର୍ଶ ଯୋଡି ପଡିଆରେ ଭଲ ପ୍ରଦର୍ଶନ କରିଥିଲେ । ୱାର୍ଣ୍ଣର ୩୪ ବଲରେ ୫୬ ରନ୍ କରିଥିବାବେଳେ ମିଚେଲ ୮୪ ବଲରେ ୯୬ ରନ୍ କରିବାରେ ସଫଳ ହୋଇଥିଲେ । ସ୍ମିଥ ୬୧ ବଲରେ ୭୪ ,ମାର୍ନସ ଲାବୁସାନ ୫୮ ବଲରେ ୭୨ ରନ କରି ଦଳୁ ଏକ ମଜବୁତ ସ୍ଥିତିରେ ପହିଞ୍ଚାଇଥିଲେ । ଏଭଳି ଭାବରେ ନିର୍ଦ୍ଧାରିତ ଓଭରେ ଦଳୀୟ ସ୍କୋର ୩୫୨ ରନ କରିବରେ ସଫଳ ହୋଇଥିଲା । ଏହା ସହ ସ୍ମିଥ ଆଜିକ ମ୍ୟାଚରେ ୭୪ ରନ କିରି ନିଜକ ବ୍ୟକ୍ତିଗତ ୫୦୦୦ ରନ୍ ପୁରଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....Asian Games 2023: ମହିଳା ହକି ଦଳର ବିଜୟ ଅଭିଯାନ, 13-0 ଗୋଲରେ ହାରିଲା ସିଙ୍ଗାପୁର

ଭାରତରର ପ୍ରଥମ ଦୁଇ ଦିନିକିଆରେ ବିଶ୍ରାମ ନେଇଥିବା ରୋହିତ ଶର୍ମା ଓ ବିରାଟ କୋହଲି ଆଜି ଅନ୍ତିମ ଦିନିକିଆରେ ଦଳରି ଫେରିଥିଲେ । ଆଜି ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ।ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଈଶାନ କିଷନ ତୃତୀୟ ଦିନିକିଆ ଖେଳୁ ନଥିଲେ । ଭାରତ ୨ଟି ମ୍ୟାଚ ଜିତି ଆଜି କ୍ଲିନ ସୁଇପ ଲକ୍ଷ୍ୟରେଶ ଥିଲା କିନ୍ତୁ ଖେଳାଲିମାନଙ୍କ ନୈରାଷ୍ୟ ଜନକ ପ୍ରଦର୍ଶନ ଯୋଗୁଁ ଦଳକୁ ଶେଷ ଦିନିକିଆ ମ୍ୟାଚରେ ପରାଜୟ ହବାକୁ ପଡିଛି । ଭାରତ ୩୫୩ ରନକୁ ପିଛା କରି ନିର୍ଦ୍ଧାରିତ ଓଭରରେ ମାତ୍ର ୨୮୬ ରନ କରିବାରେ ସଫଳ ହୋଇଥିଲା । ପ୍ରଥମେ ଅଧିନାୟକ ରୋହିତ ଶର୍ମା ଓ ୱାଶିଂଟନ ସୁନ୍ଦର ପାଳି ଆରମ୍ଭ କରିଥିବା ବେଳେ ୱାଶିଂଟନ ୩୦ଟି ବଲରେ ୧୬ ରନ କରି ପାଭିଲିୟନ ଫେରିଥିଲେ ।ଏହାପରେ ଦଳର ଭାର ସମ୍ଭାଳିବା ପାଇଁ ବିରାଟ କୋହଲି ମଇଦାନକୁ ଆସିଥିଲେ । ରୋହିତ ଶର୍ମା ୫୭ ବଲରେ ୮୧ ରନ କରିଥିବାବେଳେ କୋହଲି ୬୧ ବଲରେ ୫୬ ରନ କରିଥିଲେ । ଶ୍ରେୟାସ ଆୟର ୪୮, କେଏଲ ରାହୁଲ୨୬,ସୂର୍ଯ୍ୟକୁମାର ଯାଦବ ୮,ରବିନ୍ଦ୍ର ଜାଡେଜା ୩୫ ,, କୁଳଦୀପ ଯାଦବ ୨ , ମହମ୍ମଦ ସିରାଜ ୧, ଯଶପ୍ରୀତ ବୁମରା ୫ ରନ କରିଥିଲେ । ଏହି ସହ ନିର୍ଦ୍ଧାରିତ ଓଭରରେ ଦଳୀୟ ସ୍କୋର ମତ୍ର ୨୮୬ରେ ପହଞ୍ଚି ଥିଲା ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, , କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ, ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟକ୍ଲୱେଲ, କାମରେନ ଗ୍ରୀନ, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ(ଅଧିନାୟକ), ଟି ସାଙ୍ଗା, ଜୋସ ହେଜେଲଉଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.