କାରେବିଆନ: ଏଠାରୁ ଭାରତ ପାଇଁ ଆସିଲା ଖରାପ ଖବର । ୱେଷ୍ଟଇଣ୍ଡିଜ୍ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ଭାଗ ନେଇଛି ଟିମ୍ ଇଣ୍ଡିଆ । ତେବେ ଭାରତୀୟ ଦଳର ଅଧିନାୟକ ୟଶ୍ ଧୁଲ୍ ଓ ଉପ ଅଧିନାୟକ ଏସ୍କେ ରାଶିଦ କୋରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି ।
କୋରୋନା ସଂକ୍ରମିତ ହେବାପରେ ଉଭୟଙ୍କୁ ଆଇସୋଲେସନରେ ରହିଥିବା ନେଇ ସୂତ୍ରରୁ ପ୍ରକାଶ ପାଇଛି । ସେମାନଙ୍କ ସହ ଅନ୍ୟ ୬ ଜଣ କ୍ରିକେଟର ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରି ଆସିଥିଲା ଭାରତୀୟ ଦଳ । ଟିମ୍ ଇଣ୍ଡିଆ କ୍ୟାମ୍ପରେ କୋରନା ସଂକ୍ରମଣ ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ୟସ ଧୁଲ୍ଙ୍କ ଅନୁପସ୍ଥିତିରେ ନିଶାନ୍ତ ସିଦ୍ଧୁ ଦଳର ଅଧିନାୟକ ଭାର ସମ୍ଭାଳିବେ । ଗ୍ରୁପ ବି'ରେ ଭାରତ ତାର ପ୍ରଥମ ମ୍ୟାଚ୍ ଆୟରଲାଣ୍ଡ ସହ ଖେଳୁଛି । ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୪୫ ରନ୍ରେ ମାତ୍ ଦେଇଥିଲା । ଆୟରଲାଣ୍ଡ ପରେ ଭାରତ ଉଗାଣ୍ଡା ସହ ତୃତୀୟ ମ୍ୟାଚ୍ ଖେଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ