ସିଡନୀ: ଭାରତ ବନାମ ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ବଳରେ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ । ଆଉ ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ପାଣ୍ଡ୍ୟା । ହେଲେ ସେ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ ଫାଷ୍ଟ ବୋଲର ଟି ନଟରାଜନ ମ୍ୟାନ ଅଫ୍ ଦ ମ୍ୟାଚ୍ ହେବେ ବୋଲି ସେ ଆଶା କରିଥିବା କହିଛନ୍ତି ।
ମ୍ୟାଚ୍ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ସେ ଏଭଳି ବୟାନ ଦେଇଛନ୍ତି । ନଟରାଜନ 4 ଓଭରରେ 20 ରନ ଦେଇ ଦୁଇଟି ୱିକେଟ୍ ହାସଲ କରିଥିବାରୁ ଅଷ୍ଟ୍ରେଲିଆ 200 ରନ ତଳେ ରହିଥିଲା । ଯାହାକୁ ନେଇ ସେ ହିଁ ମ୍ୟାନ ଅଫ୍ ଦ ମ୍ୟାଚ୍ ହେବେ ବୋଲି ଭାବିଥିବା କହିଛନ୍ତି ପାଣ୍ଡ୍ୟା ।
ପୁରସ୍କାର ବିତରଣ ସମୟରେ ମୁଁ ଏକଥା କହିବାରୁ ସେମାନେ ଏହା ବ୍ୟାଟ୍ସମ୍ୟାନଙ୍କ ମ୍ୟାଚ୍ ଥିବା କହିଥିବାର କହିଛନ୍ତି ହାର୍ଦ୍ଦିକ । ଏହାସହ ଅଷ୍ଟ୍ରେଲିଆ 10-15 ରନ୍ କମ କଲେ ବୋଲି କହିବା ସହ ଆମେ ନର୍ମାଲ ଭାବେ ଖେଳିଲେ ଜିତିପାରିବା ବୋଲି ଡ୍ରେସିଂ ରୁମରେ ହାର୍ଦ୍ଦିକ କହିଥିବା ଜଣାଇଛନ୍ତି ।
ମୋଇସେସ ହେନେରିକ୍ସ ଓ ଡି'ଆର୍କି ସର୍ଟ ଭଳି ୱିକେଟ୍ ନେବା ସହିତ ନଟରାଜନ ଭଲ ବୋଲିଂ କରିଥିବାରୁ ଆମକୁ ରନ୍ ଚେସ୍ କରିବାକୁ ସହଜ ହୋଇଥିଲା ବୋଲି ପାଣ୍ଡ୍ୟା ଜଣାଇଛନ୍ତି । ତେବେ 22 ବଲରେ 42 ରନର ସାନଦାର ପାଳି ଖେଳି ଭାରତକୁ ମ୍ୟାଚ୍ ସହ ସିରିଜ ଜିତାଇବାରେ ସହାୟକ ହୋଇଥିଲେ ପାଣ୍ଡ୍ୟା ।
-
A well deserved Man of the Match award for @hardikpandya7 for his match-winning knock of 42*#TeamIndia take an unassailable lead of 2-0 in the three match T20I series.#AUSvIND pic.twitter.com/mlC3e3RSN9
— BCCI (@BCCI) December 6, 2020 " class="align-text-top noRightClick twitterSection" data="
">A well deserved Man of the Match award for @hardikpandya7 for his match-winning knock of 42*#TeamIndia take an unassailable lead of 2-0 in the three match T20I series.#AUSvIND pic.twitter.com/mlC3e3RSN9
— BCCI (@BCCI) December 6, 2020A well deserved Man of the Match award for @hardikpandya7 for his match-winning knock of 42*#TeamIndia take an unassailable lead of 2-0 in the three match T20I series.#AUSvIND pic.twitter.com/mlC3e3RSN9
— BCCI (@BCCI) December 6, 2020
ସୂଚନାଥାଉକି, ଶୁକ୍ରବାର ପ୍ରଥମ ଟି-ଟ୍ବେଣ୍ଟିରେ ମଧ୍ୟ ନଟରାଜନ 30 ରନ ଦେଇଥିବାବେଳେ 3 ୱିକେଟ୍ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ