ETV Bharat / sports

ସିରାଜଙ୍କ ପ୍ରଶଂସାରେ ସଚିନ ତେନ୍ଦୁଲକର

ଚତୁର୍ଥ ଟେଷ୍ଟରେ ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ମହମ୍ମଦ ସିରାଜ ଓ ସାର୍ଦ୍ଦୁଲ ଠାକୁରଙ୍କୁ ପ୍ରଶଂସା କରିଛନ୍ତି ସଚିନ ତେନ୍ଦୁଲକର। ମହମ୍ମଦ ସିରାଜ ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସରେ 5ଟି ୱିକେଟ ନେଇଛନ୍ତି। ଅଧିକ ପଢ଼ନ୍ତୁ...

sachin tendulkar praised mohammad siraj and sardul thakur
ସିରାଜଙ୍କ ପ୍ରଶଂସାରେ ଶତମୁଖ ସଚିନ ତେନ୍ଦୁଲକର
author img

By

Published : Jan 18, 2021, 5:08 PM IST

ମୁମ୍ବାଇ: ମହମ୍ମଦ ସିରାଜ ସାର୍ଦ୍ଦୁଲ ଠାକୁରଙ୍କ ପ୍ରଶଂସାରେ ଶତମୁଖ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଉଭୟ ଜବଦରସ୍ତ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଇନିଂସରେ ସାର୍ଦ୍ଦୁଳ ଠାକୁର ଗୁରୁତ୍ବପୂର୍ଣ୍ଣ 67ରନ କରିବା ସହ ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସରେ 4ଟି ୱିକେଟ ନେଇଛନ୍ତି। ସେହିଭଳି ମହମ୍ମଦ ସିରାଜ ପ୍ରଥମ ଥର ପାଇଁ 5ଟି ୱିକେଟ ନେବାରେ ସଫଳ ହୋଇଛନ୍ତି।

sachin tendulkar praised mohammad siraj and sardul thakur
ସିରାଜଙ୍କ ପ୍ରଶଂସାରେ ଶତମୁଖ ସଚିନ ତେନ୍ଦୁଲକର

ନିଜ ଟ୍ବିଟର ହ୍ୟାଣ୍ଡେଲରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମହମ୍ମଦ ସିରାଜ ଓ ସାର୍ଦ୍ଦୁଲ ଠାକୁରଙ୍କ ଫୋଟ ସେୟାର କରି ଲେଖିଛନ୍ତି ଯେ, "ୱେଲଡନ ମହମ୍ମଦ ସିରାଜ। ତୁମର ପ୍ରଥମ ଥର ପାଇଁ 5ଟି ୱିକେଟ ନେଇଥିବାରୁ ତୁମକୁ ଧନ୍ୟବାଦ। ଦୁହିଁଙ୍କ ପ୍ରଦର୍ଶନ ଯୋଗୁଁ ଏହି ଟେଷ୍ଟରେ ଦମ ରହିଥିବା ଦେଖା ଦେଇଛି। ଉଭୟ ଏହି ଟେଷ୍ଟ ମ୍ୟାଚକୁ ଆକର୍ଷଣୀୟ ଓ ଜୀବନ୍ତ କରିଛ।"

ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦ୍ବିତୀୟ ଇିନିଂଶରେ 294 ରନ କରି ଅଲଆଉଟ ହୋଇଥିଲା। ଏହି ଇନିଂସରେ ମହମ୍ମଦ ସିରାଜ 5ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର 4ଟି ୱିକେଟ ନେଇଥିଲେ। ପ୍ରଥମ ଇନିଂସରେ 33ରନ ଲିଡ ଥିବାରୁ ଭାରତକୁ 328ରନ ଟାର୍ଗେଟ ମିଳିଛି। ବର୍ତ୍ତମାନ ଏହି ଟେଷ୍ଟ ସିରିଜ 1-1ରେ ବରାବର ରହିଛି। ଏହି ନିର୍ଣ୍ଣାୟକ ମ୍ୟାଚ ଯେଉଁ ଟିମ ଜିତି ସେହି ଦଳ ସିରିଜ ବିଜୟୀ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.