ETV Bharat / sports

ଅଷ୍ଟ୍ରେଲିଆରେ ଅଭ୍ୟାସ ଆରମ୍ଭ କଲା ଟିମ ଇଣ୍ଡିଆ

author img

By

Published : Nov 15, 2020, 7:52 PM IST

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ପାଇଁ ଭାରତୀୟ ଦଳ ସିଡନୀ କ୍ରିକେଟ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଛି । କୋଭିଡ କଟକଣା ସହ ସମସ୍ତ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି। ଅଧିକ ପଢ଼ନ୍ତୁ...

ଅଷ୍ଟ୍ରେଲିଆରେ ଅଭ୍ୟାସ ଆରମ୍ଭ କଲା ଟିମ ଇଣ୍ଡିଆ
ଅଷ୍ଟ୍ରେଲିଆରେ ଅଭ୍ୟାସ ଆରମ୍ଭ କଲା ଟିମ ଇଣ୍ଡିଆ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ପାଇଁ ଭାରତୀୟ ଦଳ ସିଡନୀ କ୍ରିକେଟ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ସହ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ ଖେଳିବ ଭାରତ। ଏଥିପାଇଁ ମନୋନୀତ ହୋଇଥିବା 3ଟି ଯାକ ଅଷ୍ଟ୍ରେଲିଆ ପହଞ୍ଚିଥିଲେ। କୋଭିଡ କଟକଣା ଯୋଗୁଁ ସେଠାରେ ସମସ୍ତ ଖେଳାଳି କ୍ବାରେଣ୍ଟିନରେ ରହିଛନ୍ତି। ନଭେମ୍ବର 27 ତାରିଖରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କୋଭିଡ କଟକଣା ସହ ସମସ୍ତ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି।

ରବିବାର ଟିମ ଇଣ୍ଡିଆର ଖେଳାଳିମାନେ ପ୍ରଥମେ ପଡ଼ିଆରେ ଦୌଡ଼ ଲଗାଇଥିଲେ। ଏହାପରେ ଅନ୍ୟାନ ଜିମ ଟ୍ରେନିଂ ପରେ ସମସ୍ତ ଖେଳାଳିମାନେ କ୍ରିକେଟ ଅଭ୍ୟାସ ଆରମ୍ଭ କରିଥିଲେ। ତେବେ ଆଗକୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବାରୁ ଟେଷ୍ଟ ଦଳରେ ସାମିଲ ହୋଇଥିବା ସମସ୍ତ ଖେଳାଳିଙ୍କୁ ନାଲି ବଲରେ ପ୍ରାକ୍ଟିସ କରାଯାଇଥିଲା। ସେହିଭଳି ଟି-ଟ୍ବେଣ୍ଟି ଓ ଦିନିକିଆ ଦଳରେ ସାମିଲ ଥିବା ଖେଳାଳିଙ୍କୁ ଧଳା ବଲରେ ପ୍ରାକ୍ଟିସ କରାଯାଇଥିଲା। ପ୍ରଥମେ ପର୍ଯ୍ୟାୟରେ ସମସ୍ତ ଖେଳାଳି କ୍ୟାଚ ଅଭ୍ୟାସ କରିଥିଲେ।

ଏନେଇ ବିସିସିଆଇ ପକ୍ଷରୁ ଟିମ ଇଣ୍ଡିଆର ଏକ ଅଭ୍ୟାସ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓରେ ମନୀଷ ପାଣ୍ଡେ ଦୌଡ଼ିବା ସହ କ୍ୟାଚ ପ୍ରାକ୍ଟିସ ଆରମ୍ଭ କରିଥିଲେ। ସେହିଭଳି ଚେତେଶ୍ବର ପୁଜାରା, ବିରାଟ କୋହଲି ନାଲି ବଲରେ କ୍ୟାଚ ଅଭ୍ୟାସ କରୁଥିବା ଦେଖାଯାଇଛି। ଭାରତୀୟ ଦଳର ବ୍ୟାଟସମେନ ଆର. ଶ୍ରୀଧର ସମସ୍ତ ଖେଳାଳିଙ୍କୁ ଫିଲ୍ଡିଂ ଅଭ୍ୟାସ କରାଇଛନ୍ତି।

ଏହାଛଡ଼ା ଆଜିଙ୍କ୍ୟ ରାହାଣେ, ପୃଥ୍ବୀ ଶ', ହନୁମା ବିହାରୀ, ଋଦ୍ଧିମାନ ଶାହା, ରିଷଭ ପନ୍ତ, ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ବିନ, ଓ ମହମ୍ମଦ ସିରାଜ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ଭାରତୀୟ ଓପନର ରୋହିତ ଶର୍ମା ମଧ୍ୟ ଟେଷ୍ଟ ଦଳରେ ସାମିଲ ରହିଛନ୍ତି। ତେବେ ତାଙ୍କ ମାଂସପେଶୀରେ ଆଘାତ ଯୋଗୁଁ ସେ ବର୍ତ୍ତମାନ ଭାରତରେ ରହିଛନ୍ତି। ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ସେ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିବେ।

ଭାରତୀୟ ଦଳ 69 ଦିନ ଅଷ୍ଟ୍ରେଲିଆରେ ରହିବ। ପ୍ରଥମେ ଦିନିକିଆ ମ୍ୟାଚରୁ ସିରିଜ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ ନଭେମ୍ବର 27ରେ ସିଡନୀର ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.