ETV Bharat / sports

ଅଷ୍ଟ୍ରେଲିଆ କବଜାରେ ଦିନିକିଆ ସିରିଜ, ଦ୍ବିତୀୟ ଦିନିକିଆରେ 51 ରନରେ ହାରିଲା ଭାରତ - australia-india odi series

india lost by 51 runs to australia in second odi
ଅଷ୍ଟ୍ରେଲିଆ କବଜାରେ ଦିନିକିଆ ସିରିଜ, ଦ୍ବିତୀୟ ଦିନିକିଆରେ 51 ରନରେ ହାରିଲା ଭାରତ
author img

By

Published : Nov 29, 2020, 5:33 PM IST

Updated : Nov 29, 2020, 6:23 PM IST

17:29 November 29

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଦ୍ବିତୀୟ ଦିନିକିଆରେ କଙ୍ଗାରୁ ଦଳଠାରୁ 51 ରନରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ଏହାସହ ଦିନିକିଆ ସିରିଜକୁ 2-0 କବଜା କରିଛି ଅଷ୍ଟ୍ରେଲିଆ। ଅଧିକ ପଢ଼ନ୍ତୁ...

ସିଡନୀ: ଦିନିକିଆ ସିରିଜ କବଜା କଲେ କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଚାଲିଥିବା ଦ୍ବିତୀୟ ଦିନିକିଆରେ ଭାରତକୁ 51ରନରେ ପରାଜିତ କରିଛି ଅଷ୍ଟ୍ରେଲିଆ। ପ୍ରଥମ ଦିନିକିଆ ଭଳି ଦ୍ବିତୀୟ ଦିନିକିଆରେ ମଧ୍ୟ ଭାରତୀୟ ବୋଲର ଆବଶ୍ୟକ ସମୟରେ ୱିକେଟ ନେବାରେ ବିଫଳ ରହିଥିଲେ। ଫଳରେ ଭାରତକୁ ଦିନିକିଆ ସିରିଜ ହାତଛଡ଼ା କରିବାକୁ ପଡ଼ିଛି। ଶତକୀୟ ଇନିଂଶ ଯୋଗୁଁ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି।  

ଦ୍ବିତୀୟ ଦିନିକିଆରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ମ୍ୟାଚ ଆରମ୍ଭରୁ ହିଁ ଆକ୍ରାମକ ଖେଳ ଦେଖାଇଥିଲା କଙ୍ଗାରୁ ଦଳ। ଅଷ୍ଟ୍ରେଲିଆ ଓପନର ଡେଭଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚ ପ୍ରଥମ ୱିକେଟ ପାଇଁ 141 ରନ ପାର୍ଟନରସିପ କରିଥିଲେ। 22 ଓଭର ପରେ ମହୋମ୍ମଦ ସାମୀଙ୍କ ଶିକାର ହୋଇଥିଲେ ଆରୋନ ଫିଞ୍ଚ। ସେ 69ଟି ବଲରୁ 60 ରନ କରିଥିଲେ। ତାଙ୍କ ପଛକୁ ଡେଭିଡ ୱାର୍ଣ୍ଣର 83 ରନ କରି ରନ ଆଉଟ ହୋଇଥିଲେ। ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଆକ୍ରାମକ ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ। ସେ 64ଟି ବଲରୁ 104 ରନ କରିଥିଲେ। ମାର୍ନସ୍ ଲାବୁସାଗ୍ନେ  ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ 100ରୁ ଅଧିକ ରନର ପାର୍ଟନସିପ ହୋଇଥିଲା। ଷ୍ଟିଭ ସ୍ମିଥ ଆଉଟ ହେବା ପରେ ପଡ଼ିଆକୁ ଓହ୍ଲାଇଥିଲେ ଗ୍ଲେନ ମାକ୍ସୱେଲ। ସେ 29ଟି ବଲରେ ଦ୍ରୁତ 63 ରନ କରିଥିଲେ। ଫଳରେ ଅଷ୍ଟ୍ରେଲିଆର ଦଳୀୟ ସ୍କୋର 389ରୁ ପହଞ୍ଚିଥିଲା।

ସେପଟେ ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମ୍ୟାଚରେ ମଧ୍ୟ ଭାରତୀୟ ଦଳ ଖରାପ ଫିଲ୍ଡିଂ ଜାରି ରଖିଥିଲା। ମ୍ୟାଚରେ ଏକାଧିକ କ୍ୟାଚ ଛାଡିଥିଲେ ବିଭିନ୍ନ ଖେଳାଳି। ଭାରତ ପକ୍ଷରୁ ଜଶପ୍ରୀତ ବୁମରାହ 10 ଓଭର ବୋଲିଂ କରି ସର୍ବାଧିକ 79 ରନ ଦେବା ସହ ଗୋଟିଏ ୱିକେଟ ନେଇଥିଲେ। ତାଙ୍କ ପଛକୁ ମହମ୍ମଦ ସାମୀ 9 ଓଭର ବୋଲିଂ କରି 73 ରନ ଦେବା ସହ ଗୋଟିଏ ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା କେବଳ 4 ଓଭର ବୋଲିଂ କରି 24 ରନ ଦେବା ସହ ଗୋଟିଏ ୱିକେଟ ନେଇଥିଲେ।  

ଅନ୍ୟପଟେ ଭାରତର ଭଲ ବ୍ୟାଟିଂ ଆରମ୍ଭ କରିବା ସତ୍ତ୍ବେ ମ୍ୟାଚ ହାରିବାକୁ ପଡ଼ିଥିଲା। ଦଳୀୟ ସ୍କୋର 58 ହୋଇଥିବା ପ୍ରଥମ ୱିକେଟ ଭାବରେ ଶିଖର ଧୱନ ଆଉଟ ହୋଇଥିଲେ। ଏହାପରେ ମୟଙ୍କ ଅଗ୍ରୱାଲ ମଧ୍ୟ ଆଉଟ ହୋଇଯାଇଥିଲେ। ଶିଖର ଧୱନ 30 ରନ କରିଥିବା ବେଳେ ମୟଙ୍କ 28 ରନ କରି ଆଉଟ ହୋଇଥିଲେ। ଏହାପରେ ଅଧିନାୟକ କୋହଲି ଦମଦାର ଖେଳ ଦେଖାଇଥିଲେ ସୁଦ୍ଧା 89 ରନ କରିଥିବା ବେଳେ ସେ ହେଜେଲଉଡଙ୍କ ଶିକାର ହୋଇଥିଲେ। ଶ୍ରେୟସ ଆୟର ମଧ୍ୟ 38 ରନ କରି ଆଉଟ ହୋଇଥିଲେ। କେ.ଏଲ ରାହୁଲ 76 ରନ କରି କୋହଲିଙ୍କ କିଛି ସମୟ ସାଥ ଦେଇଥିଲେ। ତେବେ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇବାରେ ସେ ଅସଫଳ ରହିଥିଲେ। ନିର୍ଦ୍ଧାରିତ 50 ଓଭର ଶେଷ ବେଳକୁ ଭାରତ 9 ୱିକେଟ ହରାଇ 338 ରନ ହିଁ କରି ପାରିଥିଲା।

ସେପଟେ ଅଷ୍ଟ୍ରେଲିଆ ବୋଲର ଆକ୍ରାମକ ବୋଲିଂ ଜାରି ରଖିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନସ ସର୍ବାଧିକ 3ଟି ୱିକେଟ ନେଇଛନ୍ତି। ସେହିଭଳ ଆଦାମ ଜାମ୍ପା ଓ ଜୋଶ ହେଜେଲଉଡ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି। ମୋଇସେସ ହେନରିକସ ଓ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 3 ଟିକିଆ ଦିନିକିଆ ସିରିଜକୁେ 2-0ରେ ବିଜୟୀ ଲାଭ କରିଛି ଅଷ୍ଟ୍ରେଲିଆ।  

Last Updated : Nov 29, 2020, 6:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.