ETV Bharat / sports

ସିଡନୀ ଟେଷ୍ଟ: ପ୍ରଥମ ପାଳିରେ 338ରେ ଅଷ୍ଟ୍ରେଲିଆ ଅଲଆଉଟ୍‌

author img

By

Published : Jan 8, 2021, 10:18 AM IST

ଅଲରାଉଣ୍ଡର ଜାଡେଜାଙ୍କ ଯାଦୁରେ କଙ୍ଗାରୁ ଦଳ ଘାଇଲା । ପ୍ରଥମ ପାଳିରେ 338 ରନ କରି ଅଲଆଉଟ୍‌ ହେଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

ସିଡନୀ ଟେଷ୍ଟ
ସିଡନୀ ଟେଷ୍ଟ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଅଲଆଉଟ୍‌ । 338 ରନ କରି ଦ୍ବିତୀୟ ଦିନରେ ସମସ୍ତ ୱିକେଟ ହରାଇଛି ଘରୋଇ ଦଳ । ସିଡନୀରେ ଚାଲିଥିବା ଏହି ଟେଷ୍ଟରେ କଙ୍ଗାରୁ ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ଶତକ ହାସଲ କରି ଶେଷ ୱିକେଟ୍‌ ଭାବେ ରନ ଆଉଟ୍‌ ହୋଇଛନ୍ତି ।

ସ୍ମିଥ୍‌ 131 ରନ କରିଥିବାବେଳେ ରନ୍‌ଆଉଟ୍‌ ହୋଇଛନ୍ତି । ଫଳରେ 338 ରନରେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ୍‌ ହରାଇଛି । ତେବେ ପ୍ରଥମ ଦିନ ବର୍ଷା ପାଇଁ କିଛି ସମୟ ଖେଳରେ ବାଧା ଦେଖାଦେଇଥିବାବେଳେ ଦ୍ବିତୀୟ ଦିନରେ ଖେଳ ସ୍ବାଭାବିକ ହୋଇଥିଲା । ଅଷ୍ଟ୍ରେଲିଆ 166/2ରୁ ଖେଳ ଆରମ୍ଭ କରିଥିବାବେଳେ ମାର୍ନସ ଲବୁସାନ ଓ ସ୍ମିଥ୍‌ ପାଳିକୁ ଆଗେଇ ନେଇଥିଲେ ।

ତେବେ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ଅଷ୍ଟ୍ରେଲିଆ ଧିରେ ଧିରେ ସମସ୍ତ ୱିକେଟ ହରାଇ 338 ରେ ସୀମିତ ରହିଥିଲା ଦଳ । ତେବେ ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ 4 ୱିକେଟ୍‌ ନେଇଛନ୍ତି । 18 ଓଭର ବୋଲିଂ କରି ସେ 62 ରନ ଦେଇଥିବାବେଳେ 4 ୱିକେଟ ଦଖଲ କରିଛନ୍ତି ।

ସେହିପରି ଜସପ୍ରିତ୍‌ ବୁମରା ଓ ନବଦୀପ ସାଇନି ଦୁଇଟି ଲେଖାଏଁ ୱିକେଟ କରିଛନ୍ତି ଅକ୍ତିଆର । ଅନ୍ୟପଟେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍‌ ନେଇଛନ୍ତି । 4ଟି ଟେଷ୍ଟ ବିଶିଷ୍ଟ ସିରିଜ୍‌ରେ ଭାରତ 1-1ରେ ସିରିଜ୍‌ ବରାବର ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.